ଦୈନିକ ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ : କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ । ପ୍ରତିଯୋଗିତାରେ ସଫଳତା, କଚେରୀ ମାମଲାରେ ବିଜୟ, ବ୍ୟବସାୟରେ ଉନ୍ନତି ହେବ । ଶତ୍ରୁତାର ଅବସାନ ଘଟାଇବା ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ପଡ଼ିବ ନାହିଁ । ହଠାତ୍‌ ପରିବାରର ବାଧ୍ୟ ବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ ।

ବୃଷ : ଦୀର୍ଘ ଦିନର ଅପେକ୍ଷା ପରେ ଆଜି ହଠାତ୍‌ କୌଣସି ଖବର ପାଇ ଖୁସି ହୋଇପାରନ୍ତି । ଅଫିସିଆଲି କାମରେ ଅଟକି ରହିଥିବା କାମଟିକୁ ସମ୍ପନ୍ନ କରି ଖୁସି ହେବେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି । ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ କାରଣରୁ କୌଣସି କାମ ଅଟକିବ ନାହିଁ ।

ମିଥୁନ : କର୍ମକ୍ଷେତ୍ରରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ । ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଲାଗି ପାରେ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରି ମୁଣ୍ଡରେ ହାତ ଦେଇ ବସିବେ । କର୍ମଦକ୍ଷତା ହେତୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ।

କର୍କଟ : ଆଜି ଆପଣଙ୍କ ପାଇଁ ବନ୍ଧୁମାନଙ୍କ ପରାମର୍ଶକୁ ଉପେକ୍ଷା କରିବା ଠିକ୍‌ ହେବ ନାହିଁ । ବାରମ୍ଭାର କ୍ଷତିର ସମ୍ମୁଖୀନ ହୋଇ ବ୍ୟବସାୟକୁ ନେଇ ଚିନ୍ତିତ ରହିପାରନ୍ତି । କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରି ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ସମସ୍ୟା କମିବା ଦ୍ୱାରା ଖୁସି ରହିପାରନ୍ତି ।

ସିଂହ : ବନ୍ଧୁଙ୍କ ପରାମର୍ଶରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । କୌଣସି ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ବ୍ୟବସାୟ, ପରିବହନ ତଥା ବିଭିନ୍ନ ସୂତ୍ରରୁ ରୋଜଗାର କରିବେ । ଆତ୍ମୀୟ ସ୍ବଜନଙ୍କ ସ୍ବାସ୍ଥ୍ୟହାନିର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।

କନ୍ୟା : ଆଜି କାର୍ଯ୍ୟସିଦ୍ଧି, ଆମୋଦପ୍ରମୋଦ, ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା କରିପାରନ୍ତି । ଆତ୍ମୀୟ ସ୍ବଜନଙ୍କ ସ୍ବାସ୍ଥ୍ୟର ଚିକିତ୍ସା ପାଇଁ ଚିନ୍ତା ବଢ଼ିପାରେ । ନିଜର ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିବ । ଆତ୍ମୀୟମାନଙ୍କ ଅତି ନିକଟତର ହୋଇ ଶ୍ରଦ୍ଧା ଓ ସମ୍ମାନ ପାଇବେ ।

ତୁଳା : ଆର୍ଥିକ ଉନ୍ନତି ସଙ୍ଗକୁ ସମସ୍ୟାର ସମାଧାନ ମନକୁ ସ୍ଥିରତା ଆଣିବାରେ ସହାୟକ ହେବ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇପାରେ । ଜଣେ ବନ୍ଧୁଙ୍କ ସହ ଦୂରଯାତ୍ରାର ଯୋଜନା କରିପାରନ୍ତି । କର୍ମକ୍ଷେତ୍ର ଓ ବୃତ୍ତିଗତ ଧନ୍ଦାରେ ବିଶେଷ କିଛି ଅସୁବିଧାର ହେବ ନାହିଁ ।

ବିଛା : କେତେକ କ୍ଷେତ୍ରରେ ଭଲ କରିବାକୁ ଯାଇ ଓଲଟା ଫଳ ପାଇପାରନ୍ତି । ପାରିବାରିକ କ୍ଷେତ୍ରରେ କେତେକ ଅସ୍ବାଭାବିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଶତଭିଷା ନକ୍ଷତ୍ର ବିଭିନ୍ନ କ୍ଷେତ୍ରରୁ ଅର୍ଥ, ସମ୍ମାନ, ପ୍ରଶଂସା, ଶୁଭେଚ୍ଛା, ସଦିଚ୍ଛା ଲାଭ କରି ଖୁସି ହେବେ । ପରିବାରର ଅଭିଯୋଗକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ ।

ଧନୁ : ଆଜି କୌଣସି କାରଣ ଯୋଗୁ କାର୍ଯ୍ୟହାନିର ହେବ । ସ୍ବାସ୍ଥ୍ୟ ସମସ୍ୟା କିମ୍ବା ପାରିବାରିକ କଳହ ସମ୍ପର୍କିତ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ବ୍ୟବସାୟରେ ପାର୍ଟନରଙ୍କ ସହ ମନାନ୍ତର ସାମୟିକ ଭାବରେ ଉଗ୍ରରୂପ ଧାରଣ କରିବ । କଳା, ସାହିତ୍ୟ, ସାମ୍ବାଦିକତା ତଥା ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ମିଳିବ ।

ମକର : ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ । ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ଚିଡ଼ି ଚିଡ଼ା ସ୍ବଭାବ ଦୁଶ୍ଚିନ୍ତାକୁ ବଢ଼ାଇ ଦେବ । ବ୍ୟବସାୟିକ ଉନ୍ନତି, କର୍ମାରମ୍ଭ, ଅର୍ଥପାପ୍ତି, ବନ୍ଧୁ ମିଳନଜନିତ କେତେକ ଶୁଭଫଳ ପାଇବେ । ଆବଶ୍ୟକତା ପୂରଣ ପାଇଁ ଧାର ଉଧାର କରିବାକୁ ପଡ଼ିପାରେ ।

କୁମ୍ଭ : ବନ୍ଧୁ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ସ୍ବାର୍ଥବାଦୀ ହେବା ସହ ମୁହଁ ଫେରାଇ ନେଇପାରେ । ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଆଶଙ୍କାକୁ ଏଡ଼ି ହେବ ନାହିଁ । କ୍ରୋଧର ବଶବର୍ତ୍ତୀ ହୋଇ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ । ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ ।

ମୀନ : ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ମିଳିବ । ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିପାରେ। ଜମିଜମା, ମାଲିମକଦ୍ଦମା, ତର୍କବିତର୍କ, ତଥା ବିବାଦୀୟ ଘଟଣାରେ ବିଜୟୀ ହେବେ । ନୂତନ କାର୍ଯ୍ୟ ପାଇଁ ଆତ୍ମୀୟସ୍ବଜନମାନଙ୍କ ନିକଟରୁ ପ୍ରେରଣା ମିଳିପାରେ ।