ରାଶିଫଳ

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କ୍ୟାରିୟରକୁ ନେଇ ଖୁସି ଖବର ପାଇବେ

ମେଷ: ଆଜି ଆପଣଙ୍କର କିଛି ସମ୍ପର୍କୀୟଙ୍କ ସହିତ ଭେଟ ହୋଇପାରେ । ଧନ ମାମଲାରେ ଆଜିର ଦିନ କୁମ୍ଭ ରାଶି ଲୋକଙ୍କ ପାଇଁ ଭଲ ହେବାକୁ ଯାଉଛି । ଆପଣଙ୍କୁ କୌଣସି ପୁରୁଣା ନିବେଶରୁ ଭଲ ଲାଭ ମିଳିପାରେ । ଚାକିରିଆ ଲୋକଙ୍କ ଉପରେ କାମର ବୋଝ ରହିବ । ସେମାନେ ଚିନ୍ତିତ ରହିବେ । ଆଜି ଆପଣଙ୍କୁ ହଠାତ୍‌ କୌଣସି ଯାତ୍ରାରେ ଯିବାକୁ ପଡ଼ିପାରେ ।

ବୃଷ: ବୃଷ ରାଶିର ଲୋକେ ଆଜି କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆପଣଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବା ଦ୍ୱାରା ଆପଣ ପ୍ରସନ୍ନ ରହିବେ । ଆପଣ ପ୍ରତ୍ୟେକ କାର୍ଯ୍ୟ କରିବାକୁ ତତ୍ପର ରହିବେ । ଯଦି ଆପଣ ପିଲାଙ୍କୁ କୌଣସି ପ୍ରତିଶ୍ରୁତି ଦେଇଥିଲେ, ତ ଏହାକୁ ପୂରଣ କରିବାକୁ ପୂରା ଚେଷ୍ଟା କରିବ ।

ମିଥୁନ: ମିଥୁନ ରାଶି ଲୋକଙ୍କର ଆଜି ପଦ, ପ୍ରତିଷ୍ଠା ବଢ଼ିବ । ଦୀର୍ଘ ଦିନ ପରେ ଆପଣ ଜଣେ ବନ୍ଧୁଙ୍କୁ ଭେଟି ପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆଜି ଆପଣଙ୍କୁ ନିଜ କ୍ୟାରିୟର ସମ୍ବନ୍ଧରେ କିଛି ଭଲ ଖବର ଶୁଣିବାକୁ ମିଳିପାରେ । ଆପଣ ସମସ୍ତଙ୍କୁ ନେଇ ଚଳିବାରେ ପୂରା ଲାଗିପଡ଼ିବେ । ଆପଣ ଘରେ କୌଣସି ପୂଜାପାଠ ଏବଂ ଭଜନ କୀର୍ତ୍ତନ ଆଦିରେ ବ୍ୟସ୍ତ ରହିବେ ।

କର୍କଟ: ଆପଣଙ୍କୁ କିଛି ଧାର୍ମିକ ଆୟୋଜନରୁ ଭଲ ଲାଭ ମିଳିପାରେ । ବିଦ୍ୟାର୍ଥୀମାନେ ନିଜ ଶିକ୍ଷା ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେବେ । ଆପଣ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ପୂରା ଚେଷ୍ଟା କରିବେ ଏବଂ ପରିବାରର କୌଣସି ସଦସ୍ୟଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ବି ଆପଣ ସହଜରେ ପୂରଣ କରିବାକୁ ସମର୍ଥ ହେବେ ।

ସିଂହ: ସିଂହ ରାଶିର ଲୋକେ ଆଜି କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ଆପଣଙ୍କୁ ନିଜର ରୁଟିନ୍‌ ଏବଂ ଅନୁଶାସନ ପ୍ରତି ସାବଧାନ ରହିବାକୁ ପଡିବ । କୌଣସି ଆବଶ୍ୟକ କାର୍ଯ୍ୟକୁ ନେଇ ଆପଣଙ୍କୁ ହଠାତ୍ ଯାତ୍ରା କରିବାକୁ ପଡିପାରେ । କୌଣସି ନୂଆ ସମ୍ପତ୍ତି କ୍ରୟ ପାଇଁ ବି ଦିନ ଭଲ ରହିବ । ଆପଣଙ୍କର ଧନ ବ୍ୟୟ ବଢ଼ିପାରେ ।

କନ୍ୟା: ବ୍ୟବସାୟ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଦିନଟି ଦୁର୍ବଳ ହେବାକୁ ଯାଉଛି । କାରଣ, କିଛି ଶତ୍ରୁ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି, ଯେଉଁଥିରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ । ସହଭାଗୀତାରେ କିଛି କାମ କରି ଆପଣ ଭଲ ଲାଭ ହାସଲ କରିପାରିବେ । ଆଜି ଆପଣଙ୍କୁ ମନ ମୁତାବକ ଲାଭ ମିଳିବ ।

ତୁଳା: କାହା ସହିତ କଥାବାର୍ତ୍ତା କଲା ବେଳେ ନିଜ ବକ୍ତବ୍ୟରେ ମଧୁରତା ବଜାୟ ରଖିବେ । ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ, ଯେଉଁ କାରଣରୁ ସେ ଆପଣଙ୍କ ଉପରେ କ୍ରୋଧିତ ହେବେ । ଯଦି ଆପଣ କିଛି କାର୍ଯ୍ୟରେ ଅବହେଳା କରନ୍ତି, ତେବେ ପରେ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ବିଛା: ସାଙ୍ଗମାନଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ଆପଣ ନିଜ ମା’ଙ୍କୁ ମାମୁଘର ଲୋକଙ୍କ ସହ ଭେଟ କରାଇବାକୁ ନେଇ ପାରନ୍ତି । ଆପଣଙ୍କ ମନର ଇଚ୍ଛା ପୂରଣ ହେବା ଦ୍ୱାରା ଆପଣ ପରିବାର ସଦସ୍ୟଙ୍କ ପାଇଁ ଏକ ଛୋଟ ପାର୍ଟିର ଆୟୋଜନ କରିପାରନ୍ତି ।

ଧନୁ: ଧନୁ ରାଶିର ଲୋକଙ୍କ ପାଇଁ ଆଜି ଦିନ ମିଶ୍ରିତ ରହିବ । ଆପଣ କୌଣସି ଘର, ଦୋକାନ ଆଦି କିଣିବା ଉପରେ ବିଚାର କରିପାରନ୍ତି । ଆପଣଙ୍କୁ ଜୀବନସାଥୀଙ୍କ ଠାରୁ କୌଣସି ଉପହାର ମିଳିବା ଦ୍ୱାରା ମନ ପ୍ରସନ୍ନ ରହିବ । ସୁଖ, ସୁବିଧା ବୃଦ୍ଧି ହେବା ଦ୍ୱାରା ଆପଣଙ୍କ ମନ ଖୁସି ରହିବ । ବିଦ୍ୟାର୍ଥୀମାନଙ୍କର ଉଚ୍ଚଶିକ୍ଷାର ରାସ୍ତା ପ୍ରଶସ୍ତ ହେବ ।

ମକର: ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଆଜିର ଦିନ ଭଲ ରହିବ । ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ନିଜ ଅନୁଭବର ପୂରା ଲାଭ ମିଳିବ । କର୍ମକ୍ଷେତ୍ରରେ ଆପଣଙ୍କୁ ନିଜ ଅନୁଭବର ପୂରା ଲାଭ ମିଳିବ । ଯେଉଁମାନେ ବିଦେଶରୁ ବ୍ୟବସାୟ କରନ୍ତି, ସେମାନଙ୍କୁ କୌଣସି ବଡ଼ ଅର୍ଡର ମିଳିପାରେ ।

କୁମ୍ଭ: ବ୍ୟବସାୟରେ ଆପଣ ବୁଝି ବିଚାରି କାମ କରନ୍ତୁ, ଏହା ଆପଣଙ୍କ ପାଇଁ ଭଲ ରହିବ । ଆପଣ ନିଜ ବାଣୀ ଏବଂ ବ୍ୟବହାରରେ ସହଜରେ ଲୋକଙ୍କ ହୃଦୟ ଜିତିବାକୁ ସକ୍ଷମ ହେବେ । ଚାକିରି କରୁଥିବା ଲୋକେ ଅତି ସାବଧାନତାର ସହ କାମ କରନ୍ତୁ । ଚାକିରି କ୍ଷେତ୍ରରେ ଆପଣଙ୍କୁ ଏକ ଭଲ ଅଫର ମିଳିପାରେ ।

ମୀନ: ଆପଣ ଯଦି ନିଜ କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ, ତ ଆଜି କିଛି ଶୁଭଖବର ଶୁଣିବାକୁ ମିଳିପାରେ । ଆଜି ଆପଣଙ୍କ ଘରେ କୌଣସି ସଦସ୍ୟଙ୍କ ବିବାହ ପ୍ରସ୍ତାବ ଉପରେ ମୋହର ବାଜିପାରେ । ଏକ ବଡ଼ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ । କର୍ମକ୍ଷେତ୍ରରେ ଆପଣଙ୍କୁ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ ।

D Sonali

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

55 seconds ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

16 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

28 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

29 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago