ମେଷ : ଆଜି ଆପଣଙ୍କ ଦିନ ଭ୍ରମଣରେ ବିତିବ । ଅଫିସ୍ର କିଛି ଗୁରୁତ୍ୱପୂର୍ଣ୍ଣ କାମରେ ଆପଣ ସହରରୁ ବାହାରକୁ ଯାଇପାରନ୍ତି । ଚାକିରି କରୁଥିବା ଲୋକମାନଙ୍କୁ ଉନ୍ନତି ସହିତ ଆୟରେ ବି ବୃଦ୍ଧି ଦେଖିବାକୁ ମିଳିବ ।
ବୃଷ : ଆଜି ଆପଣଙ୍କୁ ନିଜ ଜୀବନସାଥୀଙ୍କଠାରୁ ଭରପୂର ସୁଖ ମିଳିବ । ବିଗିଡ଼ି ଯାଇଥିବା କାମରେ ସଫଳତା ମିଳିବ । କୌଣସି ସହକର୍ମୀ ବି ଆପଣଙ୍କ ସହିତ ଯାଇପାରନ୍ତି । ଏଥିପାଇଁ ସାମାନ୍ୟ ଧୌର୍ଯ୍ୟ ରଖିବା ଆବଶ୍ୟକ ।
ମିଥୁନ : ଆଜି ଆପଣଙ୍କ ବ୍ୟବସାୟ, ଚାକିରି ଏବଂ ଉଦ୍ଦ୍ୟୋଗରେ ସଫଳତା ମିଳିବ । ବ୍ୟକ୍ତିଗତ ସମ୍ପର୍କରେ ମଧୁରତା ଆସିବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । କାର୍ଯ୍ୟକୁ ନେଇ କରାଯାଉଥିବା ପ୍ରୟାସରେ ବିଳମ୍ବ ହୋଇପାରେ ।
କର୍କଟ : ଆଜି ଆପଣଙ୍କୁ ହଠାତ୍ ଧନଲାଭ ହୋଇପାରେ । କାର୍ଯ୍ୟରେ ଅଧିକ ପରିଶ୍ରମ ପରେ ସଫଳତା କମ୍ ହିଁ ମିଳିବ । ଚାକିରି, ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କର ପ୍ରୋତ୍ସାହନ ମିଳିବା ଦ୍ୱାରା ଆପଣଙ୍କ ଉତ୍ସାହ ଦ୍ୱିଗୁଣିତ ହେବ ।
ସିଂହ : ଆଜିର ଦିନ ଆପଣଙ୍କ ପ୍ରେମ ଜୀବନର ପରୀକ୍ଷା ନେବ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ କିଛି ଏମିତି କହିପାରନ୍ତି, ଯାହା ଆପଣଙ୍କୁ ଆଘାତ ଦେଇପାରେ । ସନ୍ତାନର ଶିକ୍ଷାକୁ ନେଇ ବି ଆପଣ କିଛି ସମୟ ବାହାର କରିପାରିବେ ।
କନ୍ୟା : ଆଜି ଆପଣଙ୍କ ଦିନ ବ୍ୟସ୍ତତାରେ ଭରପୂର ରହିବ । କ୍ୟାରିୟର ମାମଲାରେ ଆପଣ କିଛି ଖାସ୍ ପରିବର୍ତ୍ତନ କରିପାରନ୍ତି । ଏଭଳି ସ୍ଥିତିରେ ଧୌର୍ଯ୍ୟବାନ ହୁଅନ୍ତୁ ଏବଂ ତାଙ୍କ ସହିତ ବସି କଥା ହୁଅନ୍ତୁ । ଖାଦ୍ୟପେୟକୁ ନେଇ କୌଣସି ବି ପ୍ରକାରର ଅବହେଳାରୁ ଦୂରେଇ ରହିବା ଉଚିତ୍ ।
ତୁଳା : ଆଜି ଆପଣଙ୍କ ମନରେ ନୂଆ ବିଚାର ଆସିବ । ଆଗାମୀ କିଛି ଦିନ ମଧ୍ୟରେ ଆପଣ କିଛି ବଡ଼ କାମ ପାଇଁ ଯୋଜନା କରିପାରନ୍ତି । ଆପଣ କେବଳ ସେମାନଙ୍କ କଥା ଶୁଣିବେ ନାହିଁ, ବରଂ ଶୁଭ ଏବଂ ସାମାଜିକ କାର୍ଯ୍ୟରେ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରସ୍ତୁତ ରହିବେ ।
ବିଛା : ଆଜି ଆପଣଙ୍କର ଖର୍ଚ୍ଚ ବଢ଼ିବ, ଯାହା ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ପରିବାର ସହିତ ଆପଣଙ୍କର ତାଳମେଳ ଭଲ ରହିବ । ପରିବାର ସହିତ ମିଶି ସବୁକିଛି ଠିକ୍ ଭାବରେ ଫାଇନାଲ କରିବେ ।
ଧନୁ : ଆଜି ଆପଣଙ୍କ ରାଶିକୁ ମିଶ୍ରିତ ଫଳ ମିଳିବ । ଖର୍ଚ୍ଚ ବୃଦ୍ଧି ହେବା ଦ୍ୱାରା ଧନ ପ୍ରାପ୍ତିର ମଧ୍ୟ ଯୋଗ ସୃଷ୍ଟି ହେବ । ମାନସିକ ସ୍ତରରେ ଆପଣ କୌଣସି ପ୍ରକାର ଚାପରେ ରହିପାରନ୍ତି, ଯଦ୍ଦ୍ଵାରା ଆପଣ ନିଜେ କୌଣସି ନିଷ୍ପତ୍ତି ନେବା ସ୍ଥିତିରେ ରହିବେ ନାହିଁ ।
ମକର : ଆଜିର ଦିନ ଆପଣଙ୍କୁ ଉଭୟ ଭଲ ଏବଂ ଖରାପ ଅନୁଭୂତି ଦେଇପାରେ । ଆଜି ଆପଣଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଏବଂ ଆଜିର ଦିନକୁ ଆପଣ ଭଲ ଉପାୟରେ ଜିଇଁବେ । ସ୍ୱାସ୍ଥ୍ୟ ଦୁର୍ବଳ ରହିପାରେ ।
କୁମ୍ଭ : ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆଜି ଆପଣଙ୍କର ଅଟକି ଥିବା କାର୍ଯ୍ୟ ପୂରା ହେବ । ଆପଣ ନିଜର କୌଣସି ସାଙ୍ଗଙ୍କଠାରୁ ସାହାଯ୍ୟ ନେଇପାରନ୍ତି । ଅନ୍ୟଥା ସେମାନେ ପରେ ଆପତ୍ତି କରିପାରନ୍ତି ।
ମୀନ : ଆଜି ଆପଣଙ୍କୁ ଦୂର ଯାତ୍ରାକୁ ଟାଳିବା ଭଲ ହେବ । କିନ୍ତୁ ତଥାପି ଯଦି ଆପଣ ବାହାରକୁ କେଉଁଆଡ଼େ ଯାଆନ୍ତି, ତେବେ ଆପଣଙ୍କ ପିତାମାତାଙ୍କଠାରୁ ଅନୁମତି ନିଶ୍ଚୟ ନିଅନ୍ତୁ । ଆପଣଙ୍କର ଚିନ୍ତାଧାରା ପରିବାରର କିଛି ସଦସ୍ୟଙ୍କ ଦୃଷ୍ଟିକୋଣକୁ ବଦଳାଇପାରେ ।