ଆଜିର ରାଶିଫଳ, ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ଭାଗ୍ୟରେ କ’ଣ ଅଛି
ମେଷ : ଦାନଧର୍ମରେ ଅଧିକ ରୁଚି ରହିବ । ଶୁଭ ଖବର ମିଳିବ । ଦିନଟି ଆପଣଙ୍କ ଆବଶ୍ୟକତା ପୂର୍ଣ୍ଣ ରହିବ, ଯାହା ଦ୍ୱାରା ଆପଣ ଆଗକୁ ବଢ଼ିବେ । ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ଗୁରୁଜନଙ୍କ ସହ କଥା ହେବେ ।
ବୃଷ : ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ । ପରିବାରରେ ସୁଖ ସୁବିଧା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କିଛି ନୂଆ ଲୋକଙ୍କ ସହ ଜଡିତ ହେବେ ।
ମିଥୁନ : ବ୍ୟବସାୟିକ ଯୋଜନା ଉପରେ ସମ୍ପୂର୍ଣ୍ଣ ଦେବାକୁ ପଡିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ ରିବେ । ନୂଆ ସାଙ୍ଗ ଗଢ଼ିବେ । କୌଣସି ଶୁଭ କାମରେ ଯୋଗ ଦେବେ । ଭାବିଚିନ୍ତି କାମ କରିବା ଯୋଗୁ ଆପଣଙ୍କୁ ଲାଭ ମିଳିବ ।
କର୍କଟ : ପିଲାମାନଙ୍କ କଥାରେ ଖୁସି ରହିବେ ଏବଂ କିଛି କାମରେ ସଫଳ ହେବେ । ଆପଣଙ୍କୁ କୌଣସି ନୁତନ ପଦବୀ ମିଳିବ । ଦିନଟି ଆପଣଙ୍କର ଠିକ୍ ଠାକ୍ ରହିବ । ଖର୍ଚ୍ଚ କମ୍ କରିବାକୁ ପଡିବ, ନଚେତ୍ ସମସ୍ୟା ହୋଇପାରେ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ ।
ସିଂହ : ବରିଷ୍ଠ ଲୋକଙ୍କ ସହ ମିଳିମିଶି କାମରେ ଆଗକୁ ବଢ଼ିବେ । କୌଣସି ଲୋକଙ୍କ ଉପଦେଶରେ ଦାୟିତ୍ୱର ସହ କାମ ପୂରା କରିବେ । କିଛି ସମୟ ଆନନ୍ଦ ରହିବେ ।
କନ୍ୟା : ଆପଣଙ୍କ ପଦବୀ ଓ ପ୍ରତିଷ୍ଠା ବଢ଼ିବା କାରଣରୁ ବହୁତ ଖୁସି ରହିବେ । ରାଜନୀତିରେ କିଛି ବଡ଼ ପଦବୀ ମିଳିପାରେ । ବ୍ୟବସାୟରେ କିଛି ନୂଆ ଉପାୟ ଭାବିବେ ।
ତୁଳା : ନୂଆ ସାଙ୍ଗ ଗଢ଼ିବେ । ନିଜ ଚିନ୍ତାଧାରାରେ ଏକ ନୂଆ ମୋଡ ଆଣିବେ । ପରିବାରର କୌଣସି ବ୍ୟକ୍ତିଙ୍କୁ ନିଜ ମନ କଥା କହିବା ପାଇଁ ସୁଯୋଗ ମିଳିବ । ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଠିକ୍ କରିବେ ।
ବିଛା : ଆର୍ଥିକ ସ୍ଥିତି ଠିକ୍ ରହିବ । କିଛି କାମ ଯୋଗୁ ଉଚ୍ଚ ଅଧୀକାରୀଙ୍କ ମନ ଜିତିବେ । ଦିନଟି ଭଲରେ କଟିବ । ସେୟାର ମାର୍କେଟରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଆପଣଙ୍କୁ କୌଣସି କାର୍ଯ୍ୟରେ ସୁବିଧା ସୁଯୋଗ ମିଳିବ ।
ଧନୁ : ବେପାରିଙ୍କ ପାଇଁ ଦିନଟି ଭଲରେ କଟିବ । ବଡ଼ ଲୋକଙ୍କ ଠାରୁ ସାହାଯ୍ୟ ମିଳିବ । ଘର ସଜାଇବାରେ ଧ୍ୟାନ ଦେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୁଚି ଦେବେ ।
ମକର : ବିଚାର କରି କାମ କରିବେ, ନଚେତ୍ ସମସ୍ୟା ହୋଇପାରେ । ବ୍ୟବସାୟକୁ ଆଗକୁ ବଢ଼ାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ମା’ଙ୍କ ସହ ଠିକ୍ ଭାବେ କଥାବାର୍ତ୍ତା କରିବେ, ନହେଲେ ଝଗଡା ହେବାର ସମ୍ଭାବନା ରହିଛି ।
କୁମ୍ଭ : ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ । ପରିବାରର ସାହାଯ୍ୟ ମିଳିବ । ଦାୟିତ୍ୱ ପୂରଣ କରିବେ । ଆପଣଙ୍କୁ ଆଶା ଠାରୁ ଅଧିକ ଧନ ମିଳିବ, ଯାହା ଦ୍ୱାରା ଖୁସି ରହିବେ ।
ମୀନ : ପ୍ରତିଯୋଗୀତାରେ ଭଳ ଫଳ ମିଳିବ । ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ନିଜର ବ୍ୟବହାର ଠିକ୍ ରଖିବେ ଏବଂ କଥାବାର୍ତ୍ତାରେ ସଂଯମତା ରଖିବେ । କିଛି କାମକୁ ପୂରା କରିବା ପାଇଁ ଚେଷ୍ଟା କରିବେ ।