ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ : ଆଜି ଆପଣ ଉତ୍ଥାନ-ପତ୍ତନ ଦେଇ ଗତି କରିବେ । କୌଣସି ଦୂର ଯାତ୍ରା କରିବାର ସମ୍ଭାବନା ଅଛି । ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ।

ବୃଷ : ଆଜି ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ପରିସ୍ଥିତି ସୃଷ୍ଟି ହୋଇପାରେ । ଛାତ୍ରମାନେ ମାନସିକ ଭାରରୁ ମୁକ୍ତି ପାଇବେ । ଆପଣ ନିଜ ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରିବା ଉଚିତ୍ ନୁହେଁ ।

ମିଥୁନ : ଆଜି କିଛି ବିଶେଷ କାର୍ଯ୍ୟ କରିବେ । ଭଲ ଆର୍ଥିକ ଲାଭ ପାଇପାରନ୍ତି । ଆପଣଙ୍କ ଆୟ ବୃଦ୍ଧି ହେତୁ ଖୁସିର ସୀମା ରହିବ ନାହିଁ । ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ଆର୍ଥିକ ସହାୟତା ପାଇବେ ।

କର୍କଟ : କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି, ଯେଉଁଥିରେ ଆପଣଙ୍କ ଜୀବନସାଥୀ ସମ୍ପୂର୍ଣ୍ଣ ସହଯୋଗ କରିବେ । ପିଲାମାନଙ୍କର କିଛି ଜରୁରୀ ଜିନିଷ କିଣିବାରେ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

ସିଂହ : ଅତ୍ୟଧିକ କାର୍ଯ୍ୟ ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ଉପୁଜିପାରେ । ଆଜି ଜୀବନସାଥୀ ଏବଂ ପିଲାଙ୍କଠାରୁ ଯଥେଷ୍ଟ ସହଯୋଗ ମିଳିବ ।

କନ୍ୟା : ବ୍ୟବସାୟ କରୁଥିବା ଲୋକମାନେ ବଡ଼ ବିନିଯୋଗ କରିବା ଉଚିତ୍ ନୁହେଁ । ଆଜି ଅତି ଯତ୍ନର ସହିତ ଗାଡ଼ି ଚଳାଇବାକୁ ପଡ଼ିବ । କାହାଠାରୁ ଋଣ ନେବାଠାରୁ ଦୂରେଇ ରୁହନ୍ତୁ। ଆଜି ଥକ୍କାପଣ ଅନୁଭବ ହୋଇପାରେ ।

ତୁଳା : ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ରାଜନୈତିକ ଲୋକଙ୍କୁ ପୁରସ୍କାର ମିଳିପାରେ । ଅଟକିଥିବା କାମ ପୂରା ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦୂର ହୋଇଯିବ ।

ବିଛା : ଆଜି ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ଆଧ୍ୟାତ୍ମିକ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ଚାକିରିଆମାନଙ୍କ ପଦ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟରେ ଭଲ ଲାଭ ମିଳିବାର ସମ୍ଭାବନା ଅଛି ।

ଧନୁ : ଆଜି ଆପଣଙ୍କୁ ଧୌର୍ଯ୍ୟବାନ ହୋଇ କାମ କରିବାକୁ ପଡ଼ିବ । ବ୍ୟବସାୟରେ କାହାଠାରୁ ଋଣ ନେବା ଉଚିତ୍ ନୁହେଁ । ଆଖି ବୁଜି କାହାକୁ ବିଶ୍ୱାସ କରିବା ଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ ।

ମକର : ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଦିନଟି ଟିକିଏ ଦୁର୍ବଳ ହେବ । ବଡ଼ମାନଙ୍କ ପରାମର୍ଶକୁ ଅନୁସରଣ କରିବା ଉଚିତ୍‌ । ଜୀବନସାଥୀ ଏବଂ ସନ୍ତାନର କ୍ୟାରିୟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ।

କୁମ୍ଭ : ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟରେ ବଡ଼ ଲାଭ ମିଳିବ । ପରିବାରରେ କୌଣସି ଶୁଭ କାମ ହୋଇପାରେ ।

ମୀନ : ଆଜିର ଦିନଟି ମିଶ୍ରିତ ହେବାକୁ ଯାଉଛି । ପରିବାର ସଦସ୍ୟଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ସାଥୀଙ୍କଠାରୁ ସମର୍ଥନ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.