ଆଜିର ରାଶିଫଳ : ଜାଣନ୍ତୁ ଆଜି କେମିତି ରହିବ ଏହି ସବୁ ରାଶିର ପାରିବାରିକ ଜୀବନ, କର୍ମକ୍ଷେତ୍ର, ବ୍ୟବସାୟ ଓ ଆର୍ଥିକ ସ୍ଥିତି

ମେଷ : ଏହି ରାଶିର ବ୍ୟକ୍ତି ଆଜି ଭାଗ୍ୟଶାଳୀ ହୋଇପାରନ୍ତି । ସାମୁହିକ କାର୍ଯ୍ୟରେ ଆଗ୍ରହ ବଢେଇବେ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ । ମହିଳା ଓ ପିଲାଙ୍କ ପାଇଁ ଦିନଟି ଅତି ଶୁଭ ରହିବ । ପାରିବାରିକ କ୍ଷେତ୍ରରେ ଖୁସି ଓ ଶାନ୍ତି ରହିବ ।

ବୃଷ : ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟୀଙ୍କୁ ଧନ ଲାଭ ହେବ । ସାମାନ୍ୟ ରୂପେ ଶାରୀରିକ ଅସୁସ୍ଥତା ଦେଖାଦେବ । ଦାମ୍ପତ୍ୟ ସୁଖ ମିଳିବ । ପିଲାମାନେ ନୂତନ ଶିକ୍ଷା ପ୍ରତି ମନ ବଳାଇବେ ।

ମିଥୁନ : ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ । ସନ୍ତାନ କାରଣରୁ ଚିନ୍ତିତ ରହିବେ । ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେଇପାରେ । ମହିଳାମାନେ ଦୂର ଯାତ୍ରା କରିପାରନ୍ତି ।

କର୍କଟ : ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରିବେ । ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ । ଚାକିରୀରେ ଅନେକ ସମସ୍ୟା ଦେଖାଦେଇପାରେ। ସୁସ୍ଥ ଓ ନିରାମୟ ରହିବେ ।

ସିଂହ: ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । କୃଷି କ୍ଷେତ୍ରରୁ ଲାଭ ହେବ । ଧାର୍ମିକ ଓ ଆର୍ଥିକ ମାମଲାରେ ସଫଳତା ମିଳିବ । ସାଙ୍ଗମାନଙ୍କୁ ଭେଟିବେ । ଦାମ୍ପତ୍ୟ ଜୀବରେ ପ୍ରେମ ରହିବ । କୌଣସି କାରଣରୁ ମନ ଅସ୍ଥିର ରହିପାରେ ।

କନ୍ୟା : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ଯାନବାହାନ ସୁଖ ମିଳିପାରେ । ପରିବାରରେ କୌଣସି ଲୋକ ସହ ବିବାଦ ହୋଇପାରେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ । ବୈବାହିକ ସମସ୍ୟାର ସମାଧାନ ହେବ ।

ତୁଳା : ଆଜିର ଦିନଟି ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ରହିବ । ଅଧା ପଡିଥିବା ପୁରୁଣା କାମ ସଂପୂର୍ଣ୍ଣ ହେବ । କେତେକ ସମସ୍ୟାର ସମାଧାନ କରିବାକୁ ଯାଇ ଠକିଯିବାର ଭୟ ରହିଛି । ଆଣ୍ଠୁଗଣ୍ଠି ବ୍ୟଥା ଦେଖାଦେଇପାରେ ।

ବିଛା : ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଖର୍ଚ୍ଚ ଅଧିକ ହେବ । ବୈବାହିକ ସମ୍ବନ୍ଧ ପାଇଁ ପ୍ରସ୍ତାବ ଆସିପାରେ । ମହିଳାମାନେ ପରିଶ୍ରମୀ ହେବେ । କୌଣସି ଧାର୍ମକ ସ୍ଥାନକୁ ଯାଇପାରନ୍ତି । ପରିବାର ଓ ସାଙ୍ଗଙ୍କ ସହ ଖୁସିରେ ସମୟ କାଟିବେ ।

ଧନୁ : ସତର୍କ ରହି କାର୍ଯ୍ୟ କରନ୍ତୁ । ସରକାରୀ ଧନ ମିଳିପାରେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ସାମୟିକ ଚକ୍ଷୁ ସମସ୍ୟା ଦେଖାଦେଇପାରେ । ମଧୁର କଥାରେ ପରକୁ ଆପଣାର କରିବେ ।

ମକର : ମନ ଚଞ୍ଚଳ ରହିବ । ଚାକିରୀ କ୍ଷେତ୍ରରେ ସମ୍ମାନ ପାଇପାରନ୍ତି । ଦେହ ଓ ମନ ଭଲ ରହିବ ନାହିଁ । ସନ୍ତାନମାନଙ୍କ ଚିନ୍ତାରେ ବୁଡ଼ି ରହିବେ । ଛାତ୍ରଛାତ୍ରୀମାନେ ସୁଫଳ ପାଇବେ ।

କୁମ୍ଭ : କର୍ମର୍କ୍ଷେତ୍ରରେ ଅସୁବିଧା ଦୂର ହେବ । ଛାତ୍ରଛାତ୍ରୀମାନେ ପାଠ ପଢା ପ୍ରତି ମନ ଦେବେ । କୌଣସି କାର୍ଯ୍ୟରେ ସଫଳତା ମିଳିବ । ନୂତନ ସମ୍ପତ୍ତି କିଣିବାର ଆଶା ପୂରଣ ହେବ । କୃଷି ଓ ଶିଳ୍ପରେ ଉନ୍ନତି ଦେଖାଦେବ ।

ମୀନ : ବ୍ୟବସାୟ ଅଧିକ ଲାଭଜନକ ହେବ । ଶୁଭ କାର୍ଯ୍ୟ ପାଇଁ ମନ ବଳାଇବେ । ଶାରୀରିକ ଅସୁସ୍ଥତା ଯୋଗୁଁ ଚାକିରୀ କ୍ଷେତ୍ରରେ ଅବେହିଳିତ କିମ୍ବା ଦଣ୍ଡନୀୟ ହୋଇପାରନ୍ତି । ନୁତନ ଜମିବାଡ଼ି କ୍ରୟ କରିପାରନ୍ତି । ପାରିବାରିକ ସମସ୍ୟା ଦୂର ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like