ରାଶିଫଳ

ଦିନ ଆରମ୍ଭରୁ ଜାଣନ୍ତୁ ଆଜି କେମିତି କଟିବ ଦିନ

ମେଷ : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ବୃଷ : ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବା ମଉକା ପାଇପାରିବେ।

ମିଥୁନ : ଆଜି କର୍ମକ୍ଷେତ୍ରର ସ୍ଥଗିତ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ। ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।

କର୍କଟ :ନିଷ୍ଠା ପ୍ରଚେଷ୍ଟା ଯୋଗୁଁ ପୂର୍ବରୁ ନଷ୍ଟ ହୋଇଥିବା ମାନ ସମ୍ମାନ ମିଳିବ। ଶୃଙ୍ଖଳିତ ଜୀବନଯାପନ ଅତିବାହିତ କରିବେ। ଦେହ ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ଏକାଧିକ ଉପାୟରେ ଅର୍ଥ ଉପାର୍ଜନ କରିବେ।

ସିଂହ : ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନୀ, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ।

କନ୍ୟା : ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

ତୁଳା : ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

ବିଛା :ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ନିଜର କାମ ଯଥା ସମୟରେ ପୂରା କରିନେବେ। ପାରିବାରିକ ଜୀବନ ସୁଖମୟ ହେବ। ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି।

ଧନୁ : ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

ମକର : ଦୁଃସାହାସିକ ପଦକ୍ଷେପ ନେବେ। ଭୂସଂପତ୍ତି କ୍ରୟ କରିବେ। ବିଭିନ୍ନ ଦିଗରୁ ଅର୍ଥର ଝଡ ବୋହିବ। ଶୃଙ୍ଖଳତା ପ୍ରତିପାଦନ କରିବେ। ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁପ୍ତ ବୈଠକ କରିବେ। ବିବାହ ପାଇଁ ନିର୍ବନ୍ଧ ତାରିଖ ଧାର୍ଯ୍ୟ ହେବ।

କୁମ୍ଭ: ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବେ। କମ୍‌ ପରିଶ୍ରମ କରିବେ । ଆଧିକ ଉପାର୍ଜନକ୍ଷମ ହେବେ। ଭୂସଂପତ୍ତି କ୍ରୟ କରିବେ। ସାହସିକ ପଦକ୍ଷେପ ନେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ।

ମୀନ: ଜନପ୍ରିୟତା ବଢାଇବା ପାଇଁ କିଛି ବି କରିବେ। ବହୁତ ଦିନ ଖରାପ ରହିଛି। ବେକାରୀମାନେ ଚାକିରି ପାଇବେ। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ।

Barsha

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

33 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

34 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago