ରାଶିଫଳ

ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନୀ, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ।

ବୃଷ : ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।

ମିଥୁନ : ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।

କର୍କଟ : ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।

ସିଂହ : ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନୀ କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେବେ।

କନ୍ୟା : ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।

ତୁଳା : ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହ ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ରହିଆସିଥିବା ଶତ୍ରୁତା କମିଯାଇପାରେ।

ବିଛା : ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ। ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।

ଧନୁ : ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରି ପାରିବେ। ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟ କରିପାରେ। ନୂତନ ନିଯୁକ୍ତି, ସ୍ଥାନାନ୍ତର ପାଇଁ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ।

ମକର : ଆଜି ସନ୍ତାନଙ୍କର କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।

କୁମ୍ଭ : ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ, କଳା, ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।

ମୀନ : ଆଜି କର୍ମକ୍ଷେତ୍ରର ସ୍ଥଗିତ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ। ସାଧାରଣ କଥାରେ ଯୁକ୍ତି ତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।

WCW 11

Recent Posts

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

6 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

20 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

32 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

44 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago