ସକାଳୁ ସକାଳୁ ପଢ଼ନ୍ତୁ ଆଜିର ରାଶିଫଳ, ଜାଣନ୍ତୁ ଦିନଟି କେମିତି କଟିବ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ।

ମେଷ : ଧୈର୍ଯ୍ୟ ଓ ସାହସର ସହ ପରିସ୍ଥିତିକୁ ସାମ୍ନା କରନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସାଙ୍ଗସାଥୀଙ୍କ ସହଯୋଗରେ ଉତ୍ସାହିତ ହେବେ।ପରିବାରରେ ସକାରାତ୍ମକ ଭାବଧାରା ଦେଖାଦେବ।

ବୃଷ : ପ୍ରିୟଜନଙ୍କୁ ମନର କଥା କହି ଆତ୍ମସନ୍ତୋଷ ପାଇବେ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେବ।

ମିଥୁନ : କଠିନ ପରିସ୍ଥିତିର ମୁକାବିଲା କରିବେ। କାର୍ଯ୍ୟକ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।

କର୍କଟ : ଆଜି ଆପଣଙ୍କ ବନ୍ଧୁଙ୍କର ସଂଖ୍ୟା ବଢିପାରେ। କାମରେ ମନ ଲାଗିବ । ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଶୀଘ୍ର ଆରମ୍ଭ କରନ୍ତୁ । ବିଦ୍ୟାର୍ଥୀ ମାନେ ଖୁବ ପରିଶ୍ରମ କରିବା ଦ୍ବାରା ଶୀଘ୍ର ସଫଳତା ପାଇବେ । ଜୀବନସାଥୀଙ୍କ ସହ ଭାବିଚିନ୍ତି କଥା କୁହନ୍ତୁ ।

ସିଂହ : ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ସାଙ୍ଗସାଥୀଙ୍କଠାରୁ ସକାରାତ୍ମକ କଥା ଶୁଣି ଆତ୍ମବିଶ୍ବାସ ବଢ଼ିବ। ଶତ୍ରୁମାନଙ୍କର କୂଟଚକ୍ରାନ୍ତରେ ପଡ଼ିଯାଇପାରନ୍ତି। ନୂତନ ନିବେଶରୁ ଲାଭବାନ୍‌ ହେବେ।

କନ୍ୟା: ଦିନଟି ଉତ୍ସାହର ସହ କଟିବ। ଅଟକି ରହିଥିବା କାର୍ଯ୍ୟ ଅକ୍ଳେଶରେ ପୂରଣ ହେବ। ପରିବାରବର୍ଗଙ୍କ ସହଯୋଗ ପାଇବେ। ମହିଳାମାନେ ଶିକ୍ଷା କ୍ଷେତ୍ରରେ ଆଗୁଆ ରହିବେ। ଦୂରଯାତ୍ରା ସ୍ଥଗିତ କରିପାରନ୍ତି।

ତୁଳା : ନିଜ ମନକଥା ପ୍ରିୟଜନଙ୍କୁ କହି ଆତ୍ମସନ୍ତୋଷ ପାଇବେ। ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରି।

ବିଛା : ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେବେ। ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। ମହିଳାମାନେ କର୍ମତତ୍ପର ରହିବେ। ପାରିବାରିକ ସମସ୍ୟାର ସମାଧାନ ଘଟିବ।

ଧନୁ : ଆଜି ଆନନ୍ଦ, ଉଲ୍ଲାସ ଦେଖାଦେବ। ଅଧିକାରୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ବନ୍ଧୁବାନ୍ଧାବଙ୍କ ସହଯୋଗ କ୍ରମେ ବ୍ୟବସାୟ ପ୍ରସାର ହେବ।

ମକର : କୌଣସି ସ୍ଥାନରୁ କିଛି ଶୁଭ ସମାଚାର ପାଇପାରନ୍ତି। ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବ୍ୟବସାୟିକ କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ।

କୁମ୍ଭ : ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖାଦେଇ ପାରେ । ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ପ୍ରିୟଜନଙ୍କ ପାଇଁ ଭାବପ୍ରବଣ ହୋଇପାରନ୍ତି। ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରିବେ। ଆର୍ଥିକ ଅବନତି ଚିନ୍ତା ବଢ଼ାଇ ପାରେ।

ମୀନ : ଦିନଟି ହର୍ଷୋଲ୍ଲାସରେ କଟିବ। ପରିବାର ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟିବ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

Leave A Reply

Your email address will not be published.