ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ : ଆଜି ପାରିବାରିିକ ସମସ୍ୟାର ସମାଧାନ ଘଟିବ । ସରକାରୀ ସ୍ତରରୁ ଦୀର୍ଘ ପ୍ରତୀକ୍ଷା ପରେ ଆଶା କରୁଥିବା ଖବରଟି ଆଜି ପାଇପାରନ୍ତି । ପ୍ରଶାସନିକ କ୍ଷେତ୍ରରେ, ଚୁକ୍ତିପତ୍ର ସମ୍ବନ୍ଧୀୟ ଆଲୋଚନାରେ ଦ୍ୱନ୍ଦ୍ୱ ଦୂର ହେବ । ପଡ଼ୋଶୀଙ୍କ ସହଯୋଗରୁ ଅଟକି ରହିଥିବା କାମ ଆରମ୍ଭ କରିବେ ।

ବୃଷ : କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ବିବାଦୀୟ ଘଟଣାରେ ସେମିତି କିଛି ହେବ ନାହିଁ । ଆତ୍ମୀୟଙ୍କ ପାରିବାରିକ ସମାଧାନ ପାଇଁ ଚିନ୍ତା ବଢ଼ିପାରେ । ମାଙ୍ଗଳିକ କାମ ସକାଶେ ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା କରିପାରନ୍ତି । ଅବହେଳାଜନିତ ସ୍ଥଗିତ କାମ ସକାଶେ ଉପରିସ୍ଥଙ୍କୁ କୈଫିୟତ ଦେବାକୁ ପଡ଼ିପାରେ ।

ମିଥୁନ : ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ସାଙ୍ଗଙ୍କ କଥାବାର୍ତ୍ତା ସମ୍ପର୍କରେ ସମସ୍ୟା ସୃଷ୍ଟି କରିପାରେ । ଅସମ୍ପୂର୍ଣ୍ଣ କାର୍ଯ୍ୟ, ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ହେବ । ଗୃହସଜ୍ଜା, ଗାଡ଼ି ମରାମତି, ଜମିଜମା କିଣା ବିକା ପ୍ରତି ଆଗ୍ରହ ବଢ଼ିପାରେ । ଯାତ୍ରା,ବ୍ୟବସାୟ, ବନ୍ଧୁଙ୍କ ସହ ଆଲୋଚନା ମନ୍ଦ ହେବନି ।

କର୍କଟ : ବିବାଦୀୟ କଥା ଚିନ୍ତାକରି କିମ୍ବା ପ୍ରକାଶ କରି ଅନ୍ୟମନସ୍କ ରହିପାରନ୍ତି । ଶୁଭକାର୍ଯ୍ୟରେ ଯୋଗଦେଇ ବନ୍ଧୁଙ୍କ ସହ ଖୁସି ରହିବେ । ପାରିବାରିକ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତାରେ ରହିପାରନ୍ତି ।

ସିଂହ : ଅର୍ଥ ସଂକଟ ଦେଖା ଦେଇପାରେ । ଘରୋଇ ସମସ୍ୟା ସାଙ୍ଗକୁ ବ୍ୟବସାୟରେ ପ୍ରତିବନ୍ଧକଜନିତ ଟେନ୍‌ସନ ଲାଗି ରହିବ । କର୍ମକ୍ଷେତ୍ରର ଜଣେ ବନ୍ଧୁଙ୍କ ସହାୟତାରେ କାର୍ଯ୍ୟ ହାସଲ କରିବେ । ପୂର୍ବ ସ୍ଥିରୀକୃତ ଯୋଜନା ପ୍ରକାରେ କୌଣସି ନୂତନ କର୍ମାରମ୍ଭ କରିବେ ।

କନ୍ୟା : କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ । ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ । ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ ।

ତୁଳା : ଇଚ୍ଛା ନ ଥାଇ ମଧ୍ୟ ଦୂରଯାତ୍ରା, ବ୍ୟୟବହୁଳତା, ସ୍ବାସ୍ଥ୍ୟ ସମସ୍ୟା ବିଷୟ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ଶୁଭେଚ୍ଛୁଙ୍କ ସହାୟତାରେ ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଦୂର ହୋଇପାରିବ । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ ଓ ଅଦାଲତର ରାୟ ସପକ୍ଷରେ ଯିବ । ଶତ୍ରୁଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।

ବିଛା : ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ । ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ । ବିଶାଖା ନକ୍ଷତ୍ର କ୍ରୟ, ବିକ୍ରୟ କ୍ଷେତ୍ରରେ ସତର୍କ ନହେଲେ ଠକାମିରେ ପଡ଼ିପାରନ୍ତି । ଏକାଧାରରେ ଶାରୀରିକ ଓ ମାନସିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବ ।

ଧନୁ : ବାକି ପଡ଼ିଥିବା ଅର୍ଥ ଆଦାୟରେ ସକ୍ଷମ ହେବେ । ଆଜିର ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ପୂରଣ ହୋଇଯିବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବାରେ ଆପଣଙ୍କ କୌଶଳପୂର୍ଣ୍ଣ କାର୍ଯ୍ୟକଳାପ ସହାୟକ ହୋଇପାରେ । ଆଜି ପ୍ରତ୍ୟେକ କ୍ଷେତ୍ରରେ ଚୁପ୍‌ଚାପ ହୋଇ ବସିରହିବା ଅପେକ୍ଷା କିଛି କରିବା ଠିକ୍‌ ହେବ ।

ମକର : ସହାନୁଭୂତିର ସହ ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ । ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ମଧ୍ୟ ସୂଚନା ରହିଛି । ଶୁଣାକଥାକୁ ସତ ମନେ କରି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ପାରିବାରିକ ଜଞ୍ଜାଳ ବୃଦ୍ଧି ଓ ଅର୍ଥାଭାବ ସାମୟିକ ଅଶାନ୍ତିର କାରଣ ହୋଇପାରେ ।

କୁମ୍ଭ : ପାରିବାରିକ ସ୍ଥିତିରେ ସମସ୍ୟାଗୁଡ଼ିକ ସମାଧାନ କରିବା ସକାଶେ ନିକଟସ୍ଥ ଭଦ୍ରଲୋକଙ୍କ ସହାୟତା ଆବଶ୍ୟକ କରିପାରନ୍ତି । ଅଫିସରେ ଥିବା ସମୟରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ । ଆଜି ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ।

ମୀନ : ସମସ୍ୟାବହୁଳ ପରିସ୍ଥିତି ରହିଥିଲେ ମଧ୍ୟ କୌଶଳରେ ସବୁ ସୁଧାରି ନେବେ । ବ୍ୟବସାୟରେ ନୂତନ ଦିଗନ୍ତ ସୃଷ୍ଟି ହେବ ଏବଂ ଆଶାର ଆଲୋକ ନିଶ୍ଚିତ ଦେଖିବେ । ଅଯଥା ତର୍କ ନ କରି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ପାଇ ମନ ସାମୟିକ ହାଲୁକା ହୋଇଯିବ ।