ଆଜି ଆପଣଙ୍କ ରାଶିରେ କ’ଣ ଅଛି ! ପଢ଼ନ୍ତୁ ଭାଗ୍ୟଫଳ
ମେଷ:
ଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ। ଆଜି ଆପଣ ନିଜ ଜ୍ଞାନ ଖଟାଇ ଘରୋଇ ବିବାଦକୁ ସମାଧାନ କରିବେ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।
ବୃଷ:
ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳ କୁଦରେ ପ୍ରଶଂସା ପାଇବେ।
ମିଥୁନ:
ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
କର୍କଟ:
ଆଜି ଦୀର୍ଘଦିନର ବାଦ ବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘ ଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ। ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।
ସିଂହ:
ଶରୀର ସୁସ୍ଥ ରହିବା ହେତୁ ମନ ପ୍ରସନ୍ନ ରହିବ। ବଡ଼ କମ୍ପାନୀ ସହିତ ବ୍ୟବସାୟର ସୁଯୋଗ ମିଳିବ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସମ୍ପର୍କ ମଧୁର ହେବ।
କନ୍ୟା:
ଦିନଟି ଆପଣଙ୍କ ପାଇଁ ଉତ୍ତମ। ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ସମାଜରେ ମାନ ସମ୍ମାନ ବଢ଼ିବ। ଅଫିସରେ ସ୍ଥଗିତ କାମ ସମ୍ପୂର୍ଣ୍ଣ ହୋଇପାରେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଆଜି ଆପଣ ଜଣେ ପ୍ରିୟ ବନ୍ଧୁ ସହିତ ଦେଖା ହେବେ, ଯିଏ ଆପଣଙ୍କ ପାଇଁ ଚିନ୍ତା କରନ୍ତି ଓ ବୁଝନ୍ତି।
ତୁଳା:
ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା ଦୂର ହେବ। ବ୍ୟବସାୟରେ ଉନ୍ନତିର ପାହାଚ ଚଢ଼ିବା ଆରମ୍ଭ କରିବେ। ଘରେ ସୁଖଦ ବାତାବରଣ ରହିବ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସମ୍ପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।
ବିଛା:
ମନରେ ନୂତନ ସକରାତ୍ମକ ଶକ୍ତି ଅନୁଭବ କରିବେ। କ୍ୟାରିୟର ଗଢ଼ିବା ପାଇଁ ଭଲ ସୁଯୋଗ ମିଳିବ। ବ୍ୟବସାୟରେ ଆଶା ଠୁ ଅଧିକ ଲାଭ ପାଇବେ। ଆପଣଙ୍କ କଠିନ ପରିଶ୍ରମ ଓ ପରିବାର ଜଣଙ୍କ ସହଯୋଗ କାରଣରୁ ଆସୁଥିବା ସମୟରେ ବହୁ ମାତ୍ରାରେ ଖୁସି ଓ ସଫଳତା ପ୍ରାପ୍ତ ହେବ।
ଧନୁ:
ଜନପ୍ରିୟତା ବଢାଇବା ପାଇଁ କିଛି ବି କରିବେ। ଦିନ ବହୁତ ଖରାପ ରହିଛି। ବେକାରୀମାନେ ଚାକିରି ପାଇବେ। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।
ମକର:
ଜନପ୍ରିୟତା ହ୍ରାସ ହେବ। ଆଶା ଆଶଙ୍କାରେ ପରିଣତ ହେବ। ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ହେବେ। ମିଥ୍ୟା ଅପବାଦରେ ଅପମାନିତ ହେବେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ପାଇଁ ଉତ୍ତରଦାୟୀ ହେବେ।
କୁମ୍ଭ:
ଆଧ୍ୟାତ୍ମିକ ଭାବନା ମଧ୍ୟରେ ସମୟ ବିତିବ। ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯିବେ। ଜୀବନ ସାଥୀ ଆପଣଙ୍କ ପ୍ରତି ଦୟାଶୀଳ ରହିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ।
ମୀନ:
ଦୁଃସାହସିକ ପଦକ୍ଷେପ ନେବେ। ଭୂସଂପତ୍ତି କ୍ରୟ କରିବେ। ବିଭିନ୍ନ ଦିଗରୁ ଅର୍ଥର ଝଡ଼ ବୋହିବ। ଶୃଙ୍ଖଳତା ପ୍ରତିପାଦନ କରିବେ। ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁପ୍ତ ବୈଠକ କରିବେ। ବିବାହ ପାଇଁ ନିର୍ବନ୍ଧ ତାରିଖ ଧାର୍ଯ୍ୟ ହେବ। କୌଣସି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ।