ଦୈନିକ ରାଶିଫଳ : ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ । ଧନ ଲାଭର ସମ୍ଭାବନା ଅଛି । ଅନେକ ଚ୍ୟାଲେଞ୍ଜକୁ ସଫଳତା ସହିତ ସାମ୍ନା କରିବେ । ଉତ୍ତମ ବ୍ୟବହାର ଦ୍ୱାରା ସବୁ କାମ ପୂରଣ କରିପାରିବେ । ନୂଆ ଯାନ କିଣିବା ଲାଗି ମନ ବଳାଇବେ । ବ୍ୟବସାୟରେ ବୃଦ୍ଧି ଘଟିବ ।

ବୃଷ : ଆଜି ଆୟ ହେବା ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ଅଫିସରେ ବହୁତ କାର୍ଯ୍ୟବ୍ୟସ୍ତ ରହିବେ । ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ରହିପାରନ୍ତି । କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ପାରିବାରିକ ଜୀବନ ଖୁବ୍‌ ଆନନ୍ଦମୟ ରହିବ ।

ମିଥୁନ : ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ ହେବକୁ ଯାଉଛି । ଚାକିରୀ ଏବଂ ବ୍ୟବସାୟ ପାଇଁ ପରିବେଶ ଅନୁକୂଳ ରହିବ । କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ । ସାଙ୍ଗମାନଙ୍କ ସହିତ ସମୟ ବିତାଇବେ । ପ୍ରେମ ଜୀବନରେ ସମସ୍ୟା ଦୂର ହୋଇପାରେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ : ଆପଣଙ୍କ ମନ ମୁତାବକ କାମ ହେବ । ପିଲା ଦିନର ସାଙ୍ଗ ସହିତ ଭେଟ ହୋଇପାରେ । ଶାରୀରିକ ସୁସ୍ଥତା ଅନୁଭବ କରିବା ସହ ପିଲାମାନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ଯୁବକମାନେ କିଛି ନୂଆ କାମ କରିବାକୁ ଚିନ୍ତା କରିପାରନ୍ତି । ଅଫିସରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ହେବ ତଥାପି, ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ ।

ସିଂହ :ଆଜି ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏକ ସାଧାରଣ ଦିନ ହେବ । ନକରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ । କୌଣସି ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ଏବଂ ଆବଶ୍ୟକ ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ପରୋପକାରୀ କାର୍ଯ୍ୟ ପାଇଁ ଟଙ୍କା ଖର୍ଚ୍ଚ କରିପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବେଶ୍‌ ଭଲ ରହିବ ।

କନ୍ୟା : ପ୍ରଭୁଙ୍କ ଆରାଧନାରୁ ଆଜି ମନକୁ ଶାନ୍ତି ମିଳିବ । ପରିଶ୍ରମ କରି ଉଚିତ୍‌ ମୂଲ୍ୟ ପାଇବେ । ଆର୍ଥିକ ଚିନ୍ତା ଦୂର ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇପାରନ୍ତି । ଚାକିରିରେ ପ୍ରମୋସନ ହୋଇପାରେ । ଆପଣଙ୍କ ଆତ୍ମବିଶ୍ୱାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପୂର୍ଣ୍ଣ ହେବ ।

ତୁଳା : ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ । ବ୍ୟବସାୟ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଆଜିର ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ ହୋଇପାରେ । ପାରିବାରିକ ଜୀବନରେ ଶାନ୍ତି ରହିବ । ଦୂର ଯାତ୍ରାର ସୁଯୋଗ ପାଇ ମାନସିକ ସୁସ୍ଥତା ଅନୁଭବ କରିବେ । ପ୍ରତିଟି କ୍ଷେତ୍ରରେ ସଫଳତା ଛୁଇଁବେ ।

ବିଛା : ଆଜି ଆପଣଙ୍କ ସାଥୀକୁ କିଛି କୁହନ୍ତୁ ନାହିଁ ଯାହା ତାଙ୍କ ଭାବନାକୁ ଆଘାତ ଦେଇପାରେ । ନୂତନ କାର୍ଯ୍ୟଗୁଡ଼ିକ ପାଇଁ ଦାୟିତ୍ୱ ନେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ସାମନ୍ୟ ଟେନସନ ଦେଖାଦେଇପାରେ । କର୍ମରେ ଚଞ୍ଚଳ ରହିବେ । ଜମି, ବାସଗୃହ, ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇପାରନ୍ତି । ସରକାରୀ କାମରେ ସଫଳତା ପାଇବେ ।

ଧନୁ : ସ୍ୱାଭାବିକ ଭାବେ ଆଜିର ଦିନଟି ଅତିବାହିତ ହେବ । ସମସ୍ତ କାର୍ଯ୍ୟ ମନ ଅନୁଯାୟୀ ସମାପ୍ତ ହେବ । ପାରିବାରିକ ସୁଖ ଶାନ୍ତି ବୃଦ୍ଧି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିପାରେ । ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି । ସେୟାର ବଜାରରେ ମୁନାଫା ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।

ମକର : ମକର ରାଶି ପାଇଁ ଆଜି ଏକ ବିଶେଷ ଦିନ । ଆଜି ନିଜ ଜୀବନସାଥୀ ସହିତ ଖୋଲାଖୋଲି ଭାବରେ ଆପଣଙ୍କର ଭାବନା ସେୟାର କରନ୍ତୁ । ଆର୍ଥିକ ପ୍ରସଙ୍ଗରେ କିଛି ସମସ୍ୟା ଦେଖାଦେଇପାରେ । ଶତ୍ରୁମାନେ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ବ୍ୟବସାୟରେ ବୃଦ୍ଧି ହେତୁ ପ୍ରଚୁର ଲାଭ ହୋଇପାରେ । ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।

କୁମ୍ଭ : ନୂଆ କାର୍ଯ୍ୟ ପାଇଁ ରୁଚି ବଢ଼ିବ । ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଘଟିପାରେ । କୌଣସି ଅଟକିଥିବା କାର୍ଯ୍ୟ ପୂରଣ ହୋଇପାରେ । ପରିବାର ସମ୍ବନ୍ଧିତ ବା କୌଣସି ବନ୍ଧୁଙ୍କ ଠାରୁ ଶୁଭ ସମାଚାର ଶୁଣି ପାରନ୍ତି । ଆପଣଙ୍କୁ କର୍ମକ୍ଷେତ୍ରରେ ବଡ଼ ସଫଳତା ମିଳିପାରେ । ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂର ଯାତ୍ରା କରିପାରନ୍ତି ।

ମୀନ : ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢ଼ିବା ସମ୍ଭବ ହେବ । କୌଣସି ନୂତନ କାର୍ଯ୍ୟ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ । ବ୍ୟବସାୟରେ ଆଗେଇ ଯିବେ । ପିଲାମାନଙ୍କୁ ପାଠପଢ଼ାରେ ଉଚ୍ଚଫଳ ମିଳିବ । ଅଯଥା କିଣାକିଣିରେ ଖର୍ଚ୍ଚ ବଢ଼ିପାରେ ।

 

You might also like