ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

ମେଷ: ହଠାତ୍‌ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ମନକଥା ଜୀବନସାଥୀଙ୍କୁ କହି ଆତ୍ମସନ୍ତୋଷ ପାଇବେ। ସାଙ୍ଗସାଥୀଙ୍କ ସହ ବିବାଦ ଦେଖାଦେଇ ପାରେ। ଆର୍ଥିକ ସ୍ଥିତ ମଜଭୁତ୍‌ ରହିବ।

ବୃଷ: ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ସମୟର ସଦୁପଯୋଗ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ।

ମିଥୁନ: ଭିବଷ୍ୟତ ପାଇଁ ଅଯଥା ଚିନ୍ତା କରିବେ। ଅନ୍ୟ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ। ନିଜ ଲକ୍ଷ୍ୟ ହାସଲ କରିବାକୁ ସମସ୍ତ ଚେଷ୍ଟା କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ।

କର୍କଟ: ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ମନରେ ଉତ୍ସାହ ଭରି ରହିବ। ଆକସ୍ମାତ୍‌ ବ୍ୟବସାୟରେ ଅଧିକ ଲାଭ ପାଇବେ। ଗୁରୁଜନଙ୍କଠାରୁ ଆର୍ଶୀବାଦ ପାଇ ଆଗକୁ ବଢ଼ିବେ।

ସିଂହ: କୋର୍ଟକଚେରୀ ମାମଲାରେ ସଫଳତା ପାଇପାରନ୍ତି। ସକାରାତ୍ମକ ମନୋବୃତ୍ତି ରଖି କାର୍ଯ୍ୟ କରିବେ। ପରିବାରବର୍ଗଙ୍କ ଇଚ୍ଛାପୂର୍ଣ୍ଣ କରିବାରେ ସଫଳ ହେବେ। ଛାତ୍ରଛାତ୍ରୀ ଅଳ୍ପ ପରିଶ୍ରମ କରି ଭଲ ଫଳାଫଳ ପାଇବେ।

କନ୍ୟା: ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ। ଆର୍ଥିକ ସ୍ତରରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତି ଉପୁଜିପାରେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବଢ଼ିବ।

ତୁଳା: ବ୍ୟୟବହୁଳତା କାରଣରୁ ଋଣଗ୍ରସ୍ତ ହେବେ । ପରିବାରରେ ଛୋଟପିଲାମାନେ ଅବହେଳାର ଶିକାର ହୋଇପାରନ୍ତି। ବ୍ୟବସାୟରେ ଆୟବ୍ୟୟ ସମାନ ରହିବ।

ବିଛା: କଠିନ ପରିଶ୍ରମର ଫଳ ପାଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବ୍ୟବସାୟରେ ଶୁଭଫଳ ପାଇବେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ।

ଧନୁ: ଅଡୁଆ ପରିସ୍ଥିକୁ ସମ୍ଭାଳି ନେଇପାରନ୍ତି। ଆର୍ଥିକ ପରିସ୍ଥିତିରେ ଉନ୍ନତି ଦେଖାଦେଇପାରେ। ବଡ଼ ସମସ୍ୟାରୁ ମୁକ୍ତି ପାଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ମକର: ଭବିଷ୍ୟତ ପାଇଁ ଯୋଜନା କରିବେ। ପ୍ରିୟଜନଙ୍କ ପ୍ରତି ସମ୍ବେଦନଶୀଳ ହୋଇପଡ଼ିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବନ୍ଧୁବାନ୍ଧବଙ୍କ ସହ ମନୋମାଳିନ୍ୟ ହୋଇପାେର। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ।

କୁମ୍ଭ: ପରିବାରରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ରହି କାର୍ଯ୍ୟ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବ୍ୟବସାୟରେ ଉତ୍ତମ ଆୟ ହେବ।

ମୀନ: କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଆଦରଣୀୟା ହେବେ। ସମାଜରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

Leave A Reply

Your email address will not be published.