ମେଷ : ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ସାମାଜିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । ପାରିବାରିକ କଳହ କାରଣରୁ ଟେନସନ୍ ବଢ଼ିଯିବ । ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ । କୋର୍ଟ କଚେରି କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ ।
ବୃଷ : ସହକର୍ମୀଙ୍କ ଅସହଯୋଗ ହେତୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ସାଧାରଣ କଥାରେ ଖଳ ଲୋକମାନଙ୍କ ଦ୍ୱାରା କଳହ ଘେରରେ ଆକ୍ରାନ୍ତ ହୋଇ ପାରନ୍ତି । ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ । ଜମିଜମା, ନିର୍ମାଣ, କଳ କାରଖାନା କ୍ଷେତ୍ରରେ ସମସ୍ୟା ଲାଗି ରହିବ ।
ମିଥୁନ : କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ବାହାରେ ଅଧିକାଂଶ ସମୟ କଟାଇବା କାରଣରୁ ସାମୟିକ ନିଃସଙ୍ଗତାବୋଧ କରିପାରନ୍ତି । କଳା, ସାହିତ୍ୟ, ସଂଗୀତ ଓ କ୍ରୀଡ଼ା କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ ।
କର୍କଟ : ବନ୍ଧୁଙ୍କ ମାଧ୍ୟମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଅଫିସ୍ କାମରେ କେତେକ ଉପରିସ୍ଥଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି । କୌଣସି ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ଯୋଜନା ମୁତାବକ କାମରେ ଲାଗିପଡ଼ିଲେ ଅବଶ୍ୟ କୃତକାର୍ଯ୍ୟ ହେବେ ।
ସିଂହ : ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ । ଯେତେ ପ୍ରକାର ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିବେ । ଆଜି ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଭାବୁଥିବା କାମଟି ପୁରା କରିବା କଷ୍ଟ ହୋଇଯିବ । ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ । ସନ୍ତାନହେତୁକ ଚିନ୍ତା ଟଳିବ ।
କନ୍ୟା : କୌଣସି କଥା ଠିକ୍ ଭାବେ ବିଚାର ନ କରି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍ କରିବେ । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ । ଅପେକ୍ଷା କରିଥିବା କାମଟି ଶୀଘ୍ର ହୋଇଯିବାର ଶୁଭ ସୂଚନା ପାଇବେ । ବ୍ୟବସାୟ, ପରିବହନ, ମାଲିମକଦ୍ଦମା, ସଭାସମିତି କ୍ଷେତ୍ରରେ ସାଧାରଣ ସମସ୍ୟା ଦେଖାଦେବ ।
ତୁଳା : ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ଅଟକି ରହିବ । ପାଇବାକୁ ଥିବା ଟଙ୍କା ପଇସା ମଧ୍ୟ ଠିକ୍ ସମୟରେ ପାଇ ପାରିବେ ନାହିଁ । ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ ଓ ପ୍ରତ୍ୟେକ କଥାକୁ ଠିକ୍ ଭାବରେ ଗ୍ରହଣ କରିପାରିବେ ନାହିଁ । ବନ୍ଧୁ ଓ ପରିଜନଙ୍କ ସହିତ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।
ବିଛା : କାର୍ଯ୍ୟବ୍ୟସ୍ତ ଯୋଗୁ ପରିବାରର କେତେକ ଅତ୍ୟାବଶ୍ୟକ କାମକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ । ନିର୍ମାଣ, କଳା, ସାହିତ୍ୟ, ଲେଖାପଢ଼ା ପ୍ରଭୃତି କ୍ଷେତ୍ରରେ ଧୀରେ ସୁସ୍ଥେ ଗତି କରିବେ । ଆଜି ଆପଣ ଆଶାଜନକ ଫଳ ପାଇବେ । ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତପ୍ତ ହେବେ ।
ଧନୁ : ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି । ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ବିଭିନ୍ନ ସମସ୍ୟାକୁ ଡାକି ଆଣିବ । ଶିଳ୍ପ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଆଜିର ଭ୍ରମଣ ସହିତ ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ । ଦୂରବନ୍ଧୁ ସମ୍ପର୍କ ବଢ଼ିବ ।
ମକର : ଆଜି ସକାଳୁ ସକାଳୁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଭଲ ସମ୍ପର୍କ ନଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆନୁଷ୍ଠାନିକ କାମ ସକାଶେ ପଡ଼ୋଶୀଙ୍କ ସହ ଆଲୋଚନା କରିପାରନ୍ତି ।
କୁମ୍ଭ : ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ । ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ସକାଳ ସମୟଟି ଭଲ । ସୁସ୍ଥତା ଫେରି ଆସିବ, କିନ୍ତୁ ପରିକଳ୍ପିତ ଯୋଜନା କାର୍ଯ୍ୟକାରୀ ହୋଇ ପାରିବନାହିଁ ।
ମୀନ : ମାନସିକ ସ୍ଥିତି ସୁଦୃଢ଼ ରହିବ ଓ ହାତକୁ ନେଇଥିବା କାମ ହାସଲରେ କିଛି ଅସୁବିଧା ହେବନାହିଁ । ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସହଜ ହେବ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସମ୍ମାନିତ ହେବେ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଏବଂ ବାଦବିବାଦରେ ଆପୋସ ସମାଧାନ ଘଟିବ ।