ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିପରେ

ମେଷ : ନିଜ ଲୋକଙ୍କ ସାହାଯ୍ୟରୁ ଆଶା ପୂରଣ ହେବ । କଠୋର ପରିଶ୍ରମରୁ ରାତ୍ରିରେ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି । ବ୍ୟସ୍ତତାର ସହ କରିଥିବା ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ଯାଇ ପାରନ୍ତି । ଇଚ୍ଛା ନ ଥାଇ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ।
ବୃଷ : ଆଜି ସମସ୍ୟା ମଧ୍ୟରେ ଅଟକି ରହିଥିବା କାମଟି ସୁବିଧାରେ ସମ୍ପନ୍ନ ହେବ । କିନ୍ତୁ ନିଜ ଲୋକମାନଙ୍କ ଉପରେ ଭୁଲ୍ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ । ଆର୍ଥିକ ଦିଗଟି ବିଶେଷ ଭଲ ନ ରହିଲେ ମଧ୍ୟ କାମ ଅଟକି ରହିବ ନାହିଁ । ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ପ୍ରଶଂସିତ ହେବେ ।
ମିଥୁନ : ଆଜି ସ୍ବାସ୍ଥ୍ୟ ଠିକ ରହିବ । ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିବ । ଅତୀତର ସମସ୍ୟା ସମୀକ୍ଷା କରି ତଦନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି । ନିର୍ମାଣାଧୀନ ଗୃହ କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ବନ୍ଧୁଙ୍କୁ ବିଶ୍ୱାସ କଲେ ନିଜର ଲକ୍ଷ୍ୟ ହାସଲରେ ସମର୍ଥ ହେବେ ।
କର୍କଟ : ପୂର୍ବପରିକଳ୍ପିତ କାମକୁ ସମ୍ପନ୍ନ କରିବାରେ କଷ୍ଟକର ହେବ । କାହାରି କଥାରେ ପ୍ରଭାବିତ ହୋଇ ମୂଲ୍ୟହୀନ କାମରେ ମୁଣ୍ଡ ପୂରାଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସହମତିରେ କାମ କଲେ ଉପକୃତ ହେବେ । ପୁରାଣ ପଠନ, ସତ୍ସଙ୍ଗ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ଆଗ୍ରହୀ ହୋଇପାରନ୍ତି ।
ସିଂହ : ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ବ୍ୟବହାରିକ ପରିବର୍ତ୍ତନ ପରିଲକ୍ଷିତ ହେବ । ପରିବାର ସଦସ୍ୟଙ୍କ ସହିତ ମତାନ୍ତର ଆଶଙ୍କା ରହିଛି । ଆନୁସଙ୍ଗିକ ସୁବିଧା ସୁଯୋଗ ପାଇ କାମ ହାସଲ କରିବେ । ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ରଚନାମତ୍କ କାମରେ ସମସ୍ୟା ସମାଧାନ ହେବ ।
କନ୍ୟା : ଯାତ୍ରା, ବାଣିଜ୍ୟ, ଭ୍ରମଣ ଶାନ୍ତିପ୍ରଦ ରହିବ । ଯେମିତି ଚାହୁଁଛନ୍ତି ସେମିତି କାମ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟିର ଆଶଙ୍କା ରହିଛି । ପରିବାରର ଅସଜଡ଼ା ପରିସ୍ଥିତିକୁ ପଡ଼ୋଶୀଙ୍କ ସହାୟତାରେ ସଜାଡ଼ି ନେବେ ।
ତୁଳା : ଅଧିକାଂଶ ସମୟ ଅସ୍ଥିରତା ଲାଗି ରହିବ, ମାତ୍ର ଆର୍ଥିକ ସଂକଟ ଦୂରେଇ ଯିବ । ସମସ୍ୟାବହୁଳ କର୍ମକ୍ଷେତ୍ର ଓ ଅସଜଡା ପାରିବାରିକ ପରିସ୍ଥିତି ଟେନ୍ସନ ସୃଷ୍ଟି କରିବ । ଠିକଣା ସମୟରେ ନିଷ୍ପତ୍ତି ନେଇ ଉପକୃତ ହେବେ । ନୂଆ ଯୋଜନା ରୂପାୟନ ସଫଳ ହେବେ ।
ବିଛା : ଅର୍ଥଲାଭ ଯୋଗୁ ଖୁସୀ ମନରେ କାମ କରିପାରନ୍ତି । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ । ମାଲିମକଦ୍ଦମାରେ ନିଜ ପକ୍ଷ ସବଳ ରହିବା ହେତୁ ଆଶ୍ୱସ୍ତି ଲାଭ କରିବେ ।
ଧନୁ : ବନ୍ଧୁଙ୍କ ସହ ଦୂରଯାତ୍ରାର ଯୋଜନା କରିବେ । ସୁସମ୍ପର୍କ ରହିଥିବା ବିଜାତୀୟ ବ୍ୟକ୍ତିଙ୍କ ସହଯୋଗ ପାଇ କୃତ୍ୟକୃତ୍ୟ ହେବେ । ସକାଳୁ ଖୋଜୁଥିବା ଜିନିଷଟି ନ ପାଇବାରୁ ମାନସିକ ଶାନ୍ତି ବ୍ୟାହତ ହେବ । ଅତିନିକଟତର ବନ୍ଧୁଙ୍କ ଅନାଦର ଭାବ ଯୋଗୁ ସାମୟିକ ମନ ଦୁଃଖ ଘଟିବ ।
ମକର : ପରିବାର ସହିତ ଖୁସିର ସମୟ ବିତାଇବେ । ପରୋକ୍ଷ ଶତ୍ରୁତାଜନିତ ଭୁଲ୍ ବୁଝାମଣାରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ କରିବେ । ପାରିବାରିକ କ୍ଷେତ୍ରରେ ସମ୍ପର୍କୀୟଙ୍କ ସହ ମିତ୍ରତା ସ୍ଥାପନ କଲେ ସମସ୍ୟାମୁକ୍ତ ହେବେ । ଆଗାମୀ ଆନୁଷ୍ଠାନିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାର ମଉକା ପାଇପାରିବେ ।
କୁମ୍ଭ : ଆର୍ଥିକ ଅଭିବୃଦ୍ଧି ସହ ଭୂସମ୍ପତ୍ତି ଲାଭ କରାଇପାରେ । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ଗଠନମୂଳକ କାଯର୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ଟେନ୍ସନ ଲାଗି ରହିଥିଲେ ମଧ୍ୟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ । କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହି ନ ପାରେ, ଫଳତଃ ସ୍ବାସ୍ଥ୍ୟହାନିର ସମ୍ଭାବନା ରହଛି ।
ମୀନ : ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିପାରିବେ । ଅଟକି ରହିଥିବା ନିର୍ମାଣାଧୀନ କାମ ଆରମ୍ଭକରିବାକୁ ମନ ବଳାଇବେ । ନିଜ ଚତୁଃପାର୍ଶ୍ୱରେ ବିରୋଧ ମନୋଭାବ ପୋଷଣ କରୁଥିବା ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି । ତଥାପି ସ୍ତ୍ରୀଙ୍କ ସାହାଯ୍ୟ, ସହାନୁଭୂତି ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧି ପାଇବ ।