ସକାଳୁ ସକାଳୁ ପଢ଼ନ୍ତୁ ଆଜିର ରାଶିଫଳ, ଜାଣନ୍ତୁ ଦିନଟି କେମିତି କଟିବ

ମେଷ : ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇ ପାରନ୍ତି।

ବୃଷ : ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

ମିଥୁନ : ଆର୍ଥିକ ସ୍ଥିତି ବୃଦ୍ଧି ହେବ। ଋଣମୁକ୍ତ ହେବେ। ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।

କର୍କଟ: ରୋଗମୁକ୍ତ ହେବେ। ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ସିଂହ: ବିଜୟୀ ହେବେ। କାର୍ଯ୍ୟଦକ୍ଷତା ପାଇଁ ପଦୋନ୍ନତିର ରାସ୍ତା ସରଳ ହେବ। ଦେହ ସୁସ୍ଥ ରହିବ। ସ୍ଥିତି ସୁଦୃଢ ରହିବ। ମନବଳ ଦ୍ୱିଗୁଣିତ ହେବ। ମନର ସନ୍ଦେହ ଦୂର ହେବ। ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ।

କନ୍ୟା: ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି।

ତୁଳା : ଆଶା ବାସ୍ତବତାରେ ପରିଣତ ହେବ। ଉଦ୍ୟମରେ ସଫଳତା ମିଳିବ। ନିର୍ବାଚନ ପ୍ରତିଦ୍ୱନ୍ଦିବାରେ ବିଜୟୀ ପାଇଁ ସ୍ୱତନ୍ତ୍ର ଭାବେ ପୂଜା କରିବେ। ବେକାରଙ୍କୁ ନିଯୁକ୍ତି ମିଳିବ। ଯାନବାହନ କ୍ଷେତ୍ରରେ ଉନ୍ନତି କରିବେ। ପରିବାରକୁ ନେଇ ଦୂର ଯାତ୍ରା କରିବେ। ପୂଜାପାଠରେ ଅଧିକ ସମୟ ଦେବେ।

ବିଛା : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ଧନୁ : ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

ମକର : ପରିବାରରେ ମନ ମିଳାଇ ଚଳନ୍ତୁ । ମାତାଙ୍କ ସହଯୋଗ ପାଇବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ ।

କୁମ୍ଭ : ବିଦେଶ ଯାତ୍ରା ସଫଳ ହେବ। ଅହଙ୍କାର ତ୍ୟାଗ କରନ୍ତୁ। ଗୁରୁଜନଙ୍କ ସମ୍ମାନ କରନ୍ତୁ। କର୍ମକ୍ଷେତ୍ରରେ ସଜାଗ ରହନ୍ତୁ। ପିତାଙ୍କ ସହଯୋଗ ସହ ପରିବାରରେ ଶାନ୍ତି ମିଳିବ।

ମୀନ: ପରିବାରର ସହଯୋଗ ମିଳିବ। ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ। ପେଟ ଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି। ଆର୍ଥିକ ସ୍ଥିତି ଉତ୍ତମ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.