ଆଜିର ରାଶିଫଳ: କର୍କଟ, ସିଂହ ଓ କୁମ୍ଭ ରାଶିର ଲୋକଙ୍କୁ ଅଚାନକ ଧନ ଲାଭର ଯୋଗ; ଜାଣନ୍ତୁ ବାକି ରାଶିର କେମିତି କଟିବ ଦିନ

ମେଷ: ଆଜି ଆପଣ ନିଜ ଖାଦ୍ୟପେୟ ଉପରେ ପୂରା ଧ୍ୟାନ ଦିଅନ୍ତୁ, କିନ୍ତୁ ଆପଣଙ୍କ ଦିନଚର୍ଯ୍ୟାରେ ବିଲ୍‌କୁଲ ବି ପରିବର୍ତ୍ତନ କରନ୍ତୁ ନାହିଁ। ରାଜନୈତିକ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ କୌଣସି ବଡ଼ ପଦବୀ ପ୍ରାପ୍ତ ହୋଇପାରେ। ଅନଲାଇନରେ କାମ କରୁଥିବା ଲୋକମାନଙ୍କୁ ବଡ଼ ଅର୍ଡର ମିଳିପାରେ।

ବୃଷ: ଆଜି ଆପଣ ନିଜର ଦୈନିକ ସୁଖ, ସୁବିଧାର କିଛି ବସ୍ତୁ କିଣିପାରନ୍ତି। ପରିବାରର ଜଣେ ସଦସ୍ୟଙ୍କ ଅବସର ହେବା ଦ୍ୱାରା ଆପଣ କୌଣସି ଛୋଟମୋଟ ପାର୍ଟିର ଆୟୋଜନ କରିପାରନ୍ତି। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିବ।

ମିଥୁନ: ଆଜି ଆପଣ ସାବଧାନ ରୁହନ୍ତୁ। କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ରୁହନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ସମସ୍ୟା ହୋଇପାରେ। କୌଣସି ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଦ୍ୱାରା ଆପଣଙ୍କୁ ସମସ୍ତେ ଚିହ୍ନିବେ।

କର୍କଟ: ଆଜିର ଦିନ ଆପଣଙ୍କ ପାଇଁ ଧନ ସମ୍ବନ୍ଧିତ ମାମଲାରେ ଭଲ ରହିବ। ଅଟକିଥିବା ଧନ ପ୍ରାପ୍ତି ହେବା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ। ଯଦି ଆପଣ ପରିବାରର କୌଣସି ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ତ ତାହାକୁ ପୂରଣ କରିବାକୁ ସମର୍ଥ ହେବେ।

ସିଂହ: ଆଜି ଆପଣଙ୍କ ପାଇଁ ମିଶ୍ରିତ ଦିନ ହେବ। ଆପଣ ଧାର୍ମିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। କିନ୍ତୁ ଆପଣ ଅନ୍ୟମାନଙ୍କୁ ବହୁତ ବୁଝି ବିଚାରି ସାହାଯ୍ୟ କରନ୍ତୁ, ନଚେତ୍ ଲୋକମାନେ ଏହାକୁ ଆପଣଙ୍କର ସ୍ୱାର୍ଥ ବୋଲି ଭାବି ପାରନ୍ତି। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଦୁର୍ବଳ ରହିବ।

କନ୍ୟା: ଆଜି ଆପଣ କିଛି ନୂଆ ସମ୍ପତ୍ତି ପ୍ରାପ୍ତ କରି ପାରନ୍ତି। ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ପିତାମାତାଙ୍କ ଆଶୀର୍ବାଦରୁ ଆପଣଙ୍କର କୌଣସି ଅଟକିଥିବା କାର୍ଯ୍ୟ ଠିକ୍ ସମୟରେ ପୂରା ହେବ। ଦୀର୍ଘ ଦିନ ପରେ ଆପଣ ଜଣେ ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି।

ତୁଳା: ଆଜି ଆପଣଙ୍କ ପାଇଁ ଉନ୍ନତିର ଦିନ ହେବ। ଆପଣ ନିଜର ପାରିବାରିକ ଦାୟିତ୍ୱବୋଧକୁ ନେଇ ସାମାନ୍ୟ ଚିନ୍ତିତ ରହିବେ, ଯେଉଁ କାରଣରୁ ଆପଣଙ୍କ ସ୍ୱଭାବରେ ମଧ୍ୟ ଚିଡ଼ିଚିଡ଼ାପଣ ରହିବ। ଯଦି କାର୍ଯ୍ୟକ୍ଷେତ୍ରରେ କାହା ସହିତ ବାଦ ବିବାଦର ପରିସ୍ଥିତି ଉପୁଜେ, ତ ଏଥିରେ ଧୌର୍ଯ୍ୟ ରଖନ୍ତୁ।

ବିଛା: ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ହେବ। ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ। ଆପଣ ସନ୍ତାନର ଭବିଷ୍ୟତ ପାଇଁ କିଛି ଟଙ୍କା ସଞ୍ଚୟ କରିବା ଉପରେ ମଧ୍ୟ ବିଚାର କରିପାରନ୍ତି, ଯେଉଁଥିରେ ଆପଣଙ୍କୁ ନିଜ ଜୀବନସାଥୀଙ୍କ ସହ ଆଲୋଚନା କରିବାକୁ ପଡିବ।

ଧନୁ: ପାରିବାରିକ ଜୀବନ ସୁଖମୟ ହେବ। ଯଦି ଆପଣ ପରିବାରର କୌଣସି ସଦସ୍ୟଙ୍କ କ୍ୟାରିୟର ବିଷୟରେ ନିଷ୍ପତ୍ତି ନିଅନ୍ତି, ତା’ ହେଲେ ଏହା ବିଷୟରେ ଘରର ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ। ଆପଣଙ୍କର କୌଣସି ପୁରୁଣା ଲେଣଦେଣ ଆପଣଙ୍କ ପାଇଁ ଏକ ସମସ୍ୟା ହୋଇପାରେ।

ମକର: ଆଜି ଆପଣଙ୍କ ଜୀବନସାଥୀଙ୍କଠାରୁ ଆପଣଙ୍କୁ କୌଣସି ଏକ ଉପହାର ପ୍ରାପ୍ତ ହୋଇପାରେ। ଆପଣ କିଛି ବ୍ୟବସାୟିକ କାର୍ଯ୍ୟ ପାଇଁ ଅଳ୍ପ ଦୂରତାର ଯାତ୍ରା କରିପାରନ୍ତି। ଆପଣ ନିଜ ସାଙ୍ଗମାନଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି।

କୁମ୍ଭ: ଆଜିର ଦିନ ଆପଣଙ୍କ ମାନ, ପ୍ରତିଷ୍ଠାରେ ବୃଦ୍ଧି ହେବ। ବରିଷ୍ଠ ସଦସ୍ୟମାନଙ୍କର ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ ଏବଂ ଆପଣ ନିଜର ବାଣୀ ଦ୍ୱାରା ଲୋକଙ୍କ ହୃଦୟ ଜିତିବାକୁ ସମର୍ଥ ହେବେ। ଆଜି ଆପଣ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ କିଛି ପ୍ରୟାସ କରିବେ।

ମୀନ: ଆଜି ଆପଣ ସୃଜନଶୀଳତା ସହ ଜଡ଼ିତ କାର୍ଯ୍ୟରେ ନାମ କମାଇବେ ଏବଂ ନିଜ ପାଇଁ ସୁଖଭୋଗର ବସ୍ତୁ କିଣାକିଣି କରିବେ, ଯେଉଁଥିରେ ଆପଣ ବହୁତ ଅର୍ଥ ମଧ୍ୟ ଖର୍ଚ୍ଚ କରିବେ। ଆପଣଙ୍କୁ ନିଜ ସାଙ୍ଗଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଘାରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.