ରାଶିଫଳ

ଭାଗ୍ୟକୁ ନେଇ ବାରମ୍ବାର ଚିନ୍ତିତ ରହୁଛନ୍ତି କି ? ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି କାମରୁ ଲାଭ ମିଳିବ । ଠିକ୍‌ ଭାବେ କାମ କରିବା ଦ୍ୱାରା ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ଧ୍ୟାନ ପଢାପଢିରେ ଦେବା ଜରୁରୀ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ମନରେ ଅନେକ ସକାରତ୍ମକ ଭାବନା ଆଣିବେ । ଚାକିରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଠିକ୍‌ ରହିବ ।

ବୃଷ: ଆଜି ଆପଣଙ୍କ ଦିନଟି ଭଲରେ ଆରମ୍ଭ ହେବ । ଆଜି ଦିନରେ କିଛି ନୂଆ ଉପହାର ମିଳିପାରେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ ପୂରା ହୋଇଯିବ । ଦାୟିତ୍ୱ ପୂରା କରିବେ । ମାନିକ ସ୍ଥିତି ଠିକ୍‌ ରହିବ । ଅନେକ ଶୁଭ ଖବର ମିଳିପାରେ ।

ମିଥୁନ: ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ବ୍ୟବସାୟରେ ଆଗକୁ ଯାଇପାରନ୍ତି । ଭାବିଚିନ୍ତି କାମ କରିବା ଦ୍ୱାରା ବ୍ୟବସାୟରେ ଲାଭ ମିଳିପାରେ । କିଛି ଗୁରୁତ୍ୱପୂର୍ଣ୍ଣ କାମ ପୂରା ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଟକି ଥିବା ଧନ ମିଳିପାରେ । କୌଣସି ନୂଆ ଜିନିଷ ମିଳିପାରେ । ଲଭ୍‌ମେଣ୍ଟ୍‌ ନିଜ ସାଥିଙ୍କୁ ଉପହାର ଦେଇପାରନ୍ତି ।

କର୍କଟ: ଦିନଟି ଲାଭଦାୟକ ରହିବ ।  ପଢାପଢିରେ ଛାତ୍ରଛାତ୍ରୀମାନେ ଆଗକୁ ବଢିବେ । ଭାଗ୍ୟ ବହୁତ ଭଲ ରହିବ । କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଶିକ୍ଷକମାନଙ୍କ ପାଇଁ ଦିନଟି ଭଲ ରହିଛି ଏବଂ ମନ ପସନ୍ଦର ଜିନିଷ ମିଳିବାର ସମ୍ଭାବନା ରହିଛି । ଘରେ କଳହ ସୃଷ୍ଟି ହୋଇପାରେ ।

ସିଂହ: ଦିନଟି ଉତ୍ସାହରେ କଟିବ । ଛାତ୍ରଛାତ୍ରୀଙ୍କର ପଢାପଢିରେ ମନ ଲାଗିରହିବ । କିଛି ନୂଆ ପଦ୍ଧତିରେ କାମ ଆରମ୍ଭ କରିବା ଠିକ୍‌ ରହିବ । କୌଣସି କାମ ସମୟ ମଧ୍ୟରେ ପୂରା ହୋଇଯିବ । ଜୀବନରେ ଉନ୍ନତି ପାଇଁ ଏକ ନୂଆ ରାସ୍ତା ମିଳିବ । ଆୟ ମଧ୍ୟ ବୃଦ୍ଧି ହୋଇପାରେ ।

କନ୍ୟା: ଆପଣଙ୍କ ପାଇଁ ଦିନଟି ବହୁତ ହିଁ ଭଲ ରହିବ ।  ଗୁରୁଜନ ଲୋକଙ୍କ ଆଶିର୍ବାଦ ମିଳିବ । ଧନ ଲାଭ ହୋଇପାରେ । ନିଜ କାମକୁ ନୂତନ ପଦ୍ଧତିରେ କରିବା ଦ୍ୱାରା ଲାଭବାନ ହୋଇପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଜୀବନସାଥୀ ଯୋଗୁ ଚିନ୍ତା ଦୂର ହେବ । ପରିବାରରେ କଳହ ଥିଲେ ଠିକ୍‌ ହୋଇଯିବ ।

ତୁଳା: ଯେକୌଣସି କାମ ହେଉ ଭାବିଚିନ୍ତି କରିବା ଆପଣଙ୍କ ପାଇଁ ଠିକ୍‌ ରହିବ । କିଛି ବି କାମ ହେଉ ସକାରତ୍ମକ ଭାବେ କରିବା ଉଚିତ । ଅଫିସ୍‌ରେ ଉଚ୍ଚ କର୍ମଚାରୀ କାମରେ ସାହାଯ୍ୟ କରିବେ । କାମ ସହଜରେ ପୂରା ହେବ । ପରିବାରରେ କିଛି ନୂଆ ଦାୟିତ୍ୱ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା: ନୂଆ ଢଙ୍ଗରେ କାମ କରିବା ଦ୍ୱାରା ଲାଭବାନ ହେବେ । ଆଜି ଆପଣଙ୍କୁ କାହାକୁ ଉଧାର ଦେବାରୁ  ବିରତ ରହିବାକୁ ପଡିବ । କିଛି ନୂଆ ଅନୁଭୂତି ପ୍ରାପ୍ତି ହୋଇପାରେ । ଭବିଷ୍ୟତ ବିଷୟରେ ଯାହା ଚିନ୍ତା କରୁଛନ୍ତି, ତାହା ପୂରା ହୋଇପାରେ । ପରିବାର ପାଇଁ ଚିନ୍ତିତ ରହିବେ । ମହିଳାମାନଙ୍କର ଦିନଟି ଘରର କାମରେ ବିିତି ଯିବ ।

ଧନୁ: ପରିବାରରେ ସମସ୍ୟା ଥିଲେ ଦୂର ହେବ । ସାଙ୍ଗଙ୍କ ସହ ସମୟ ଅତିବାହିତ କରିବେ । ଆର୍ଥିକ ଲାଭ ମିଳିପାରେ ।  ଆପଣଙ୍କ କଥା ଓ ବିଚାର ପାଇଁ ଲୋକମାନେ ପ୍ରଭାବିତ ହୋଇପାରନ୍ତି ।  କାର୍ଯ୍ୟ କରୁଥିବା ସ୍ଥାନରେ କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି । ବ୍ୟବସାୟରେ ଆଗକୁ ବଢିବେ ଏବଂ ଖୁସି ମିଳିବ । ନିଜର ପ୍ରତିଭା ଦେଖାଇବା ପାଇଁ ଆପଣଙ୍କୁ ବଡ ମଉକା ମିଳିବ ।

ମକର: ଅଫିସରେ ମାହୋଲ ଅନୁକୂଳ ରହିବ ଏବଂ କାର୍ଯ୍ୟଭାର କମ୍‌ ରହିବ ।  କିଛି କଥାକୁ ନେଇ ଚିନ୍ତିତ ରହିବେ ।  ଆର୍ଥିକ ସ୍ଥିତିରେ ହ୍ରାସ ହୋଇପାରେ । କେହି ଜଣେ ଆପଣଙ୍କର ସାହାଯ୍ୟ ମାଗି ପାରନ୍ତି । ଜୀବନସାଥୀ ପାଇଁ କିଣା କିଣି କରିପାରନ୍ତି । ପରିବାରର ସଦସ୍ୟଙ୍କ ଠାରୁ ସାହାଯ୍ୟ ନେବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟିରେ ମଧୁରତା ଭରିଯିବ ।

କୁମ୍ଭ: କୌଣସି କାମରୁ ଲାଭ ମିଳିବ । ଠିକ୍‌ ଭାବେ କାମ କରିବା ଦ୍ୱାରା ସଫଳତା ମିଳିବ ।  ନିଜ ଉପରେ ବିଶ୍ୱାସ ରଖିଲେ ସବୁ ଠିକ୍‌ ହୋଇଯିବ । ଛାତ୍ରଛାତ୍ରୀଙ୍କ ଧ୍ୟାନ ପଢାପଢିରେ ଦେବା ଜରୁରୀ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ଆଗରୁ କରିଥିବା କାମ ଯୋଗୁ ଲାଭ ମିଳିବ ।

ମୀନ: ଭଲ ଖବର ମିଳିପାରେ । କାମରେ ପଦୋନ୍ନତି କରିବାର ସମ୍ଭାବନା ରହିଛି ।  ଧନ ଲାଭ ହୋଇପାରେ ଏବଂ ଖର୍ଚ୍ଚ ହେବାର ମଧ୍ୟ ସମ୍ଭାବନା ରହିଛି । ପରିବାର ସହ ଖୁସି ବାଣ୍ଟିବେ । ନୂତନ ବିଚାର ମନରେ ଆସିପାରେ । ଆୟ ମଧ୍ୟ ବୃଦ୍ଧି ହୋଇପାରେ ।

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

59 seconds ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

12 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

40 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

59 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago