ଆଜିର ରାଶିଫଳ : ଜାଣନ୍ତୁ ମେଷଠୁ ମୀନ ଯାଏଁ କାହାର ଦିନ କେମିତି କଟିବ

ରାଶିଫଳ ବ୍ୟକ୍ତିର ଭବିଷ୍ୟତ ବାବଦରେ କିଛିଟା ସୂଚନା ଦେଇଥାଏ। ଅନେକ ସମୟରେ ରାଶି ଚାଳନ ମନୁଷ୍ୟ ଉପରେ ପ୍ରଭାବ ପକେଇଥାଏ। ଜାଣନ୍ତୁ ଆପଣଙ୍କ ରାଶି ବାବଦରେ କ’ଣ ରହିଛି ସୂଚନା।

ମେଷ : ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ରହିବ। ବିଚାର ଉପରେ ନିୟନ୍ତ୍ରଣ ରଖିବେ ତଥା ଅନୈତିକ କାର୍ଯ୍ୟଗୁଡ଼ିକରୁ ଦୂରରେ ରହିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ଶ୍ରମ ଅଧିକ ରହିବ। ସେଥିପାଇଁ ଥକିବା ଅନୁଭବ କରିପାରନ୍ତି।

ବୃଷ : ଆଜି ଆପଣଙ୍କୁ ଯଶ-କୀର୍ତ୍ତି ଏବଂ ମାନ-ସମ୍ମାନ ପ୍ରାପ୍ତ ହେବାର ଯୋଗ ଅଛି। ମନୋରଞ୍ଜନ କ୍ଷେତ୍ରରେ ଆପଣଙ୍କ ଦିନ ଆନନ୍ଦପୂର୍ଣ୍ଣ ରହିବ। ବ୍ୟାପାରିମାନଙ୍କୁ ଧନ ମିଳିବାର ସମ୍ଭାବନା ଅଛି। ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟ ନରମ-ଗରମ ହୋଇପାରେ। ଆକସ୍ମିକ ଲାଭ ହେବାର ସମ୍ଭାବନା ଅଛି।

ମିଥୁନ : ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ ଅଟେ। କୌଣସି ମଧ୍ୟ କାର୍ଯ୍ୟକୁ ଆପଣ ଦୃଢ଼ ମନୋବଳ ଏବଂ ଆତ୍ମ ବିଶ୍ଵାସପୂର୍ବକ କରି ପାରିବେ। ମନକୁ ଶାନ୍ତ ରଖିବେ। ଘରେ ବାତାବରଣ ଆନନ୍ଦଦାୟୀ ଏବଂ ଶାନ୍ତିପ୍ରଦ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। କଳାକାରମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ, ତାଙ୍କୁ କାର୍ଯ୍ୟକୁଶଲତା ଏବଂ କଳାକୁ ପ୍ରଦର୍ଶିତ କରିବା ପାଇଁ ସୁଯୋଗ ମିଳିବ।

କର୍କଟ : ନିଜର ଖର୍ଚ୍ଚ ଉପରେ ଆପଣଙ୍କୁ ନିୟନ୍ତ୍ରଣ ରଖିବାକୁ ହେବ। କ୍ରୋଧ ଏବଂ ଜିହ୍ଵା ଉପରେ ମଧ୍ୟ ନିୟନ୍ତ୍ରଣ ରଖିବାକୁ ହେବ। ଯୁକ୍ତି ଏବଂ ବିବାଦରୁ ଦୂରରେ ରହିବା ଭଲ । ମଧ୍ୟାହ୍ନ ପରେ ଆପଣଙ୍କ ବିଚାରରେ ସ୍ଥିରତା ଦେଖାଯିବ। କୌଣସି ରଚନାତ୍ମକ କାର୍ଯ୍ୟ ପ୍ରତି ଆପଣଙ୍କ ଆକର୍ଷଣ ବଢ଼ିପାରେ।

ସିଂହ : ଆଜିର ଦିନ ଆପଣଙ୍କପାଇଁ ବହୁତ ଲାଭପ୍ରଦ ଅଟେ। ଧନ ପ୍ରାପ୍ତି ପାଇଁ ଶୁଭ ଦିନ ଅଟେ। ମିତ୍ରମାନଙ୍କ ସହିତ ସାକ୍ଷାତକରି ଆନନ୍ଦପ୍ରଦ ହେବ ଏବଂ ତାଙ୍କଠାରୁ ଲାଭ ମଧ୍ୟ ହୋଇପାରେ। ଉତ୍ତମ ଭୋଜନ ସୁଖ ମିଳିବ। ସନ୍ତାନଙ୍କର ତରଫରୁ ଶୁଭ ସମାଚାର ମିଳିବ। ଚାକିରି ଏବଂ ବ୍ୟାପାରରେ ବୃଦ୍ଧି ହେବ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।

କନ୍ୟା : ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ କଟିବ। ବିପରୀତ ଲିଙ୍ଗର ପାତ୍ର ଆପଣଙ୍କ ଜୀବନରେ ଆସିବେ। ନୂଆ ବସ୍ତ୍ର କ୍ରୟ କରିବେ। ମାନ-ସମ୍ମାନ ମିଳିବ। ଅଚାନକ ଧନ ଲାଭ ହୋଇପାରେ। ଭାଗ୍ୟ ଆପଣଙ୍କ ଭରପୂର ସାଥି ଦେବ। ସ୍ଵାସ୍ଥ୍ୟ ଭଲ ରହିବ। ଆପଣଙ୍କପାଇଁ ସମୟ ଶୁଭ ଅଟେ।

ତୁଳା : ଆଜି ଆପଣ ମାନସିକ ରୂପରେ ବହୁତ ହାଲୁକା ଅନୁଭବ କରିବେ। ଭାଇ-ଭଉଣୀମାନଙ୍କ ସହିତ ମିଶିକରି କୌଣସି ନୂଆ କାର୍ଯ୍ୟ କରିବେ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କର ଭେଟ ହେବ ଏବଂ ଛୋଟ ପ୍ରବାସର ଆୟୋଜନ ମଧ୍ୟ ହୋଇପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ମଧ୍ୟ ପ୍ରାପ୍ତ ହେବ। ସ୍ଵାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

ବିଛା: ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। କାହା ସହିତ ଯୁକ୍ତି କିମ୍ବା ମନମାଳିନ୍ୟ ହେବାର ଆଶଂକା ଅଛି। ଧନ ଦବା-ନବାରେ ସାବଧାନ ରହିବେ। ସ୍ଵଜନମାନଙ୍କ ସହିତ ମତପାର୍ଥକ୍ୟ ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ମଧ୍ୟମ ରହିବ। ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ।

ଧନୁ : ଆଜି ସ୍ଵାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରୁହନ୍ତୁ। ଆପଣଙ୍କୁ କୌଣସି ଭାବରେ ମାନସିକ ଚିନ୍ତା ଘେରି ପାରେ, ଏହାକୁ ନିଜ ଉପରେ ହାବୀ ହେବାକୁ ଦିଅନ୍ତୁ ନାହିଁ। ଆଜି ହେବାକୁ ଥିବା ଘଟଣାରେ ଆପଣ ଚିନ୍ତିତ ହୋଇପାରନ୍ତି। ସ୍ଵାସ୍ଥ୍ୟ ଖରାପ ହେବା ଏବଂ ଆଖିରେ କଷ୍ଟ କିମ୍ବା ଯନ୍ତ୍ରଣା ହେବାର ଆଶଂକା ଅଛି। ପରିଜନମାନଙ୍କର ବିରୋଧ ଏବଂ ଋଷାପଣର ସାମନା କରିବାକୁ ପଡ଼ିପାରେ।

ମକର : ଆଜିର ଦିନ ବ୍ୟବସାୟ ପାଇଁ ଲାଭଦାୟୀ ଅଟେ। ଆପଣଙ୍କ ଉପରେ ବରିଷ୍ଠ ଅଧିକାରୀମାନଙ୍କର କୃପାଦୃଷ୍ଟି ରହିବ, ଯାହାଫଳରେ ମାନ ସମ୍ମାନ ଏବଂ ଆର୍ଥିକ ପ୍ରଗତି ହେବ। ପଦୋନ୍ନତିର ପୂରା ସମ୍ଭାବନା ଅଛି। ପରିବାରରେ ଆବଶ୍ୟକ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ।

କୁମ୍ଭ : ଦିନ ଶୁଭ ଅଟେ। ବନ୍ଧୁ ଏବଂ ସାଙ୍ଗମାନଙ୍କ ସାଥିରେ ମଉଜ-ମସ୍ତୀ ଏବଂ ଯାତ୍ରାର ଯୋଗ ବନୁଛି। କିଣାକିଣି ଉପରେ ଖର୍ଚ୍ଚ କରିପାରନ୍ତି। ଦିନଭର ମାନସିକ ପ୍ରସନ୍ନତା ରହିବ। ମାନ-ସମ୍ମାନ ମିଳିବାର ଯୋଗ ଅଛି। ଅନ୍ୟ କାହାର ନକାରାତ୍ମକତା ନିଜ ଉପରେ ହାବୀ ହେବାପାଇଁ ଦିଅନ୍ତୁ ନାହିଁ। ଖୁସି ରୁହନ୍ତୁ, ମସ୍ତ ରୁହନ୍ତୁ। ଆଜିର ଦିନ ଆପଣ ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି।

ମୀନ : ଆଜି ଯାତ୍ରା ନ କରିବା ହିଁ ଭଲ। ସନ୍ତାନମାନଙ୍କ ତରଫରୁ କିଛି ଚିନ୍ତା ହୋଇପାରେ। ସଫଳତା ନ ମିଳିବାରୁ ନିରାଶ ଦୁଅନ୍ତୁ ନାହିଁ, ଶିଘ୍ର ସବୁ ଠିକ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି ସାହିତ୍ୟ ଏବଂ କଳାରେ ଆପଣଙ୍କ ରୁଚି ରହିବ ଏବଂ ମନରେ କଳ୍ପନାର ତରଙ୍ଗ ଉଠିବ। ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ପ୍ରଣୟ ସମ୍ବନ୍ଧ ପାଇଁ ଆଜିର ଦିନ ଯୋଗ୍ୟ ଅଟେ।

Leave A Reply

Your email address will not be published.