ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ, ଆଜିର ରାଶିଫଳ

ମେଷ : କାବ୍ୟ, ଶାସ୍ତ୍ରବିନୋଦ କିମ୍ବା ଭୋଗବିଳାସରେ ସମୟ ଅତିବାହିତ ହେବ । ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବା ସାଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ବ୍ୟବସାୟ ବଢ଼ାଇବାକୁ ପଦକ୍ଷେପ ନେବେ । ଶିକ୍ଷା, ପରୀକ୍ଷା, ଇଣ୍ଟରଭ୍ୟୁ, ଲେଖାପଢ଼ା, ଗବେଷଣା କ୍ଷେତ୍ରରୁ ସୁନାମ ମିଳିବ ।
ବୃଷ : ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ମନ ହାଲୁକା ରହିବା ସହ ପାରିବାରିକ ଜୀବନ ହସଖୁସିରେ ବିତିବ । ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ ବିରୋଧୀ ହୋଇପାରନ୍ତି । ଶିଳ୍ପ, ପରିବହନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ ।
ମିଥୁନ : ମନ ଖୁସି ରଖିବା ସହ କର୍ମାରମ୍ଭ ସକାଶେ ଅନୁକୂଳ ପରିବେଶ ସୃଷ୍ଟି କରିବେ । ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାଇ ବୁଲିପାରନ୍ତି । କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ପରିବାରରେ ଡରିମରି କାମ କରିବାକୁ ବାଧ୍ୟ ହୋଇପାରନ୍ତି ।
କର୍କଟ : ଦିନସାରା ମୁହଁରେ ହସ ରହିବ ଏବଂ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ । ସାଧାରଣ କଥାରୁ ପରିବାରରେ ବିବାଦ ସୃଷ୍ଟି ହୋଇପାରେ । ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହନ୍ତୁ ଅନ୍ୟଥା ତାହା ହିଁ ସମସ୍ୟାର କେନ୍ଦ୍ରବିନ୍ଦୁ ହୋଇପଡ଼ିବ । ସାଙ୍ଗଠନିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ତତ୍ପରତା ବଢ଼ିପାରେ ।
ସିଂହ : ଆପଣଙ୍କ କୃତି ଓ କୃତିତ୍ୱର ଭୂରି ଭୂରି ପ୍ରଶଂସା ସହ ବୁଦ୍ଧିଜୀବୀ ଗହଣରେ ସମ୍ମାନ ମିଳିବ । ଆର୍ଥିକ ସମସ୍ୟା ସୁଧାରିବା ସକାଶେ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ଯୋଜନା କରିପାରନ୍ତି । ବାଣିଜ୍ୟ, ପରିବହନ ତଥା ନିର୍ମାଣ କ୍ଷେତ୍ରରେ ଆଶା ପୂରଣ ହେବ । ପାରିବାରିକ କ୍ଷେତ୍ରରେ ଦୀର୍ଘଦିନରୁ ଲାଗି ରହିଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ।
କନ୍ୟା : ଆଜି ଆପଣ ସୁସମ୍ପର୍କ ସ୍ଥାପନ କରିବେ । ଶିକ୍ଷାରେ ଉନ୍ନତି, ସନ୍ତାନଙ୍କ ସମସ୍ୟା ସମାଧାନ ଏବଂ ଆଲୋଚନା କାଳରେ ସ୍ଥିର ନିଷ୍ପତ୍ତି ନେଇ କୃତକାର୍ଯ୍ୟ ହେବେ । ପ୍ରଥମେ ଯେଉଁ କାମ ଭଲ ଲାଗୁ ନ ଥିବ ପରକ୍ଷଣରେ ତାହା ପାଇଥିବାରୁ ଖୁସି ହେବେ । ଅର୍ଥଲାଭ ସହ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।
ତୁଳା : ପ୍ରତ୍ୟେକ କାମରେ ସିଦ୍ଧିଲାଭ ଏବଂ ଝମେଲା କରିଥିବା ଲୋକଟି ମିତ୍ରତା ପାଇଁ ହାତ ବଢ଼ାଇବ । ସୁହାଇଲା ଭଳି କଥା ଲୋକସମ୍ପର୍କ ବୃଦ୍ଧିରେ ସାହାଯ୍ୟ କରିବ । ବନ୍ଧୁଙ୍କ ବିଷୟରେ କୌଣସି ଖବର ପାଇ ବିସ୍ମିତ ହେବେ । ସରକାରୀ କାମ ଓ ପଦସ୍ଥଙ୍କ କ୍ଷେତ୍ରରୁ ଉପକୃତ ହେବାର ସୂଚନା ରହିଛି ।
ବିଛା : କର୍ମକ୍ଷେତ୍ରରେ ଅସ୍ଥିରତା ଦୂର କରିବ ଏବଂ ପାରିବାରିକ ଶାନ୍ତିକୁ ଅକ୍ଷୁଣ୍ଣ ରଖିବାରେ ସହାୟକ ହେବ । ସମ୍ପର୍କୀୟଙ୍କ ଶତ୍ରୁତା ଯୋଗୁ ମୁହଁରେ କ୍ରୋଧ ଜରଜର ହୋଇପାରନ୍ତି । ନିର୍ମାଣ କିମ୍ବା ଗୁରୁତ୍ୱପୂର୍ଣ୍ଣ କାମ ଲାଗି ଅର୍ଥାଭାବ ପରିଲକ୍ଷିତ ହେବ । ଦୀର୍ଘଦିନର ଆଶା ପୂରଣ ହେବାରେ ଜଣେ ସହକର୍ମୀ ସାହାଯ୍ୟ କରିବେ ।
ଧନୁ : ମନୋବଳ ଟାଣ ରହିବ କିନ୍ତୁ ଭଲ ସମ୍ପର୍କ ନ ଥିବା ପଡ଼ୋଶୀ ଦାଉ ସାଧିପାରନ୍ତି । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ ପୂର୍ବକ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିବା ସୂଚନା ରହିଛି । ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିପାରେ । ସଭାସମିତି, ଗଠନମୂଳକ କାମ, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ ।
ମକର : ଅନ୍ୟମାନଙ୍କ ଦ୍ୱାରା ଭୁଲ୍ କଥା ଯୋଗୁ ଭଲ ସମ୍ପକର୍କୁ ହରାଇପାରନ୍ତି । ସଙ୍ଗଠନ, ରାଜନୀତି, ଗବେଷଣା ପାଇଁ ଦିନଟି ଭଲ । କଳା, ସାହିତ୍ୟ, ସଙ୍ଗୀତ ଓ ସଭାସମିତିରେ ସୁନାମ ଅର୍ଜନ କରିବେ । ବିବାଦରେ ପଶିଲେ କ୍ଷତିରେ ପଡ଼ିବେ ।
କୁମ୍ଭ : ସ୍ବାସ୍ଥ୍ୟ ଭଲ ରହିବା ସହ ପ୍ରତ୍ୟେକ କାମ ସମ୍ପନ୍ନ ହୋଇପାରିବ । ତଥାପି କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ଚୁପ୍ଚୁପ୍ କଥା ମନକୁ ବିଚଳିତ କରିବ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସୁନାମ ମିଳିବ । ଆର୍ଥିକ ସ୍ଥିତି, ପାରିବାରିକ ପରିସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ ।
ମୀନ : ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଆଜି କିଛି ଅସୁବିଧା ହେବନାହିଁ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପରିବାରରେ ଭୁଲ୍ ବୁଝାମଣା ଓ ସନ୍ଦେହ ବୃଦ୍ଧି ପାଇବ । ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ଅନ୍ୟଥା ଅଦଳବଦଳ ହୋଇଯାଇପାରେ ।