ରାଶିଫଳ: ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ: ଭାଗ୍ୟ ଦୃଷ୍ଟିକୋଣରୁ ଆଜିର ଦିନଟି ଭଲ । ବ୍ୟବସାୟୀଙ୍କୁ ସେମାନଙ୍କ ବ୍ୟବସାୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡ଼ିବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି ।

ବୃଷ: ଆଜି ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ । ଜଣେ ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟିବାକୁ ଆସିପାରନ୍ତି । ବରିଷ୍ଠ ସଦସ୍ୟଙ୍କଠାରୁ କିଛି ପରାମର୍ଶ ଗ୍ରହଣ କରିବେ ।

ମିଥୁନ: ଆପଣଙ୍କ ଆୟ ବଢ଼ିବା ସହିତ ଖୁସିର ସୀମା ରହିବ ନାହିଁ । ପରିବାର ସଦସ୍ୟଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ । କୌଣସି ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରେ ।

କର୍କଟ: ପାରିବାରିକ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିବ । ସରକାରୀ ଯୋଜନାରେ ଟଙ୍କା ବିନିଯୋଗ କରିପାରନ୍ତି । କାହାଠାରୁ ଋଣ ନେବାଠାରୁ ଦୂରେଇ ରୁହନ୍ତୁ ।

ସିଂହ: କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶକୁ ଗ୍ରହଣ କରାଯିବ । ନିଜର ଯୋଜନା ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ପ୍ରଗତିର ପଥ ଖୋଲିବ । ଆୟ ବୃଦ୍ଧି ପାଇବ ।

କନ୍ୟା: ଆଜି ଅଧିକ କାମ କରିବାକୁ ପଡ଼ିବ । ଭାଇ ଓ ଭଉଣୀ ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । ଆର୍ଥିକ ସ୍ଥିତିକୁ ନେଇ ଆପଣଙ୍କର କିଛି ଚିନ୍ତା ଥିଲେ, ତାହା ଦୂର ହୋଇଯିବ ।

ତୁଳା: ପ୍ରେମ କରୁଥିବା ଲୋକମାନେ ନିଜର ଭାବନାକୁ ସାଥୀଙ୍କ ଆଗରେ ପରିପ୍ରକାଶ କରିବେ । ଆପଣଙ୍କର ସାହସ ବୃଦ୍ଧି ପାଇବ । ଧାର୍ମିକ କାର୍ଯ୍ୟ ପ୍ରତି ବହୁତ ଆଗ୍ରହୀ ହେବେ ।

ବିଛା: କୌଣସି କାମ ପାଇଁ ଆଜି ଆପଣ ଦୂର ଯାତ୍ରା କରିପାରନ୍ତି । ଯଦି ପୂର୍ବରୁ କିଛି ଋଣ ନେଇଥାଆନ୍ତି, ତେବେ ତାହାକୁ ବହୁ ପରିମାଣରେ ପରିଶୋଧ କରିବାରେ ସଫଳ ହେବେ ।

ଧନୁ: ଆଜି ଦିନ ଲାଭଦାୟକ ହେବାକୁ ଯାଉଛି । ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ବ୍ୟବସାୟ ପାଇଁ ଉପଯୋଗୀ ହେବ । ବ୍ୟବସାୟରେ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି ।

ମକର: ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ଭଲ ଯୋଜନାରେ ଟଙ୍କା ବିନିଯୋଗ କରିବେ । ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପରିବାର ସଦସ୍ୟଙ୍କଠାରୁ ଭଲ ଖବର ଶୁଣିପାରନ୍ତି ।

କୁମ୍ଭ: ଆଧ୍ୟାତ୍ମିକ କାର୍ଯ୍ୟରେ ଜଡ଼ିତ ହେବେ । କୌଣସି ଦାନ, ଧର୍ମ କରିପାରନ୍ତି । ବ୍ୟବସାୟରେ କିଛି ଭଲ ଖବର ପାଇପାରନ୍ତି । କିଛି କଥାକୁ ନେଇ ଆପଣ ଚିନ୍ତାଗ୍ରସ୍ତ ରହିବେ ।

ମୀନ: ଆଜି ଆପଣଙ୍କ ପାଇଁ ପ୍ରଗତିର ଦିନ ହେବ । ଆୟ ବୃଦ୍ଧି ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ । ମା’, ବାପାଙ୍କ ସେବା କରିବା ପାଇଁ ଦିନରେ କିଛି ସମୟ ବାହାର କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.