ଆଜିର ଭାଗ୍ୟ ! ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ:

ଆଜି ଖର୍ଚ୍ଚାନ୍ତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ପାଇଁ ଯୋଜନା କରିବେ। ଶାରୀରିକ ସମସ୍ୟାରୁ ମୁକ୍ତି ମିଳିବ। ଭଲ ଡାକ୍ତରଙ୍କଠାରୁ ପରାମର୍ଶ ନେବେ। ସମ୍ପତ୍ତି ବିକ୍ରି କରିବାକୁ ଯୋଜନା କରୁଥିଲେ, ଭଲ ଦାମ୍‌ରେ ଡିଲ୍‌ କରିବେ। ଶତ୍ରୁ ହାରିବେ।

ବୃଷ:

ଆଜିର ଦିନଟି ମଧ୍ୟମ ଧରଣର ରହିବ। ଶୁଭ ଖବର ମିଳିବା ଯୋଗୁ ମନ ପ୍ରସନ୍ନ ରହିବ। ପୂର୍ବରୁ ଯଦି କାହାକୁ ଧାର ଦେଇଥିବେ, ଆଜି ଫେରି ପାଇବେ। ଆଜି ଅଳସୁଆ ଲାଗିପାରେ। ଫଳରେ କାମ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ।

ମିଥୁନ:

ଆଜିର ଦିନଟି ଭଲ ଫଳ ଦେବ। ମନ ପ୍ରଫୁଲ୍ଲ ଥିବାରୁ ଅଫିସରେ ଆରାମରେ ସବୁ କାମ କରିପାରିବେ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହ ଝଗଡ଼ା ତୁଟିବ। ନୂଆ ବନ୍ଧୁ ଗଢ଼ିବେ।

କର୍କଟ:

ଆଜିର ଦିନ ଆପଣଙ୍କ ପାଇଁ ସୁଖମୟ ରହିବ। ମନ ପ୍ରସନ୍ନ ରହିବ। ଆର୍ଥିକ ଉନ୍ନତି ମିଳିବା ଯୋଗୁ ଖୁସିରେ ରହିବେ। ଦୂର ବନ୍ଧୁଙ୍କ ସହ କଥା ହେବେ। ଯୋଗ୍ୟତା ଅନୁସାରେ କାମ ମିଳିବା ଯୋଗୁ ସନ୍ତୁଷ୍ଟ ରହିବେ।

ସିଂହ:

ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆଜିର ଦିନଟି ଶୁଭ। ଉଚ୍ଚ ପଦସ୍ଥ ଅଧିକାରୀ ପ୍ରଶଂସା କରିବେ। ପଡ଼ୋଶୀଙ୍କ ସହ ଝଗଡ଼ା ଆଜି ଆଲୋଚନା ଯୋଗୁ ସମାଧାନ ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ।

କନ୍ୟା:

ଆଜିର ଦିନଟି ମଧ୍ୟମଧରଣର ଫଳ ଦେବ। ମନରେ ଅଯଥା କଥା ଚିନ୍ତା କରିବେ। ପରେ ଅବଶ୍ୟ ନିଜକୁ ବୁଝାଇଦେବେ। କୌଣସି ବାଦ ବିବାଦରେ ପଶନ୍ତୁ ନାହିଁ। ପିଲା ବେଳର ସାଙ୍ଗ ଦେଖା କରିବାକୁ ଆସିପାରନ୍ତି।

ତୁଳା:

ଆଜି ସବୁ କାମକୁ ଧ୍ୟାନ ଦେଇ କରନ୍ତୁ। କୌଣସି କ୍ଷେତ୍ରରେ ଅର୍ଥ ଲଗାନ୍ତୁ ନାହିଁ। ପରିବାରର ସଦସ୍ୟଙ୍କ ସହ ମିଶି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ସାଥୀଙ୍କ ସହ ଝଗଡ଼ା ହୋଇପାରେ।

ବିଛା:

ଆଜିର ଦିନ ଚିନ୍ତାଜନକ ରହିବ। କେତେକ ସମସ୍ୟା ଯୋଗୁ ଟେନ୍ସନ୍‌ରେ ରହିପାରନ୍ତି। ବିଦ୍ୟାର୍ଥୀ କେତେକ ପାରିବାରିକ କାରଣ ଯୋଗୁ ପଢ଼ାରେ ମନ ନିବେଶ କରିପାରିବେ ନାହିଁ। ବିଦେଶରେ ରହୁଥିବା ପରିଜନଙ୍କୁ ସାକ୍ଷାତ କରିବା ସୁଯୋଗ ମିଳିପାରେ।

ଧନୁ:

ଆଜିର ଦିନଟି ଚ୍ୟାଲେଞ୍ଜିଂ ରହିବ। ବେପାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟରେ ପାର୍ଟନର ଧୋକା ଦେବେ। ଆଜି ମନ ଭଲ ନଥିବାରୁ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ।

ମକର:

ବ୍ୟକ୍ତିଗତ ଜୀବନରେ ସମସ୍ୟା ଆସିବ। ଚିନ୍ତାରେ ରହିପାରନ୍ତି। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଚାକିରିରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଭଲ ଅଫର ମିଳିବ।

କୁମ୍ଭ:

ପରିବାରରେ ସୁଖ ଶାନ୍ତି ଲାଗି ରହିବ। ମା-ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ଆଜି ତଳ କର୍ମଚାରୀଙ୍କ ଭୁଲକୁ ଅଣଦେଖା କରନ୍ତୁ। ଗାଡ଼ି ଚଲାଇବା ବେଳେ ସାବଧାନ ରୁହନ୍ତୁ।

ମୀନ:

କୌଣସି ଜିନିଷରେ ନିବେଶ କରିବା ପାଇଁ ଆଜିର ଦିନଟି ଅତି ଉତ୍ତମ। ବିଜନେସ୍‌ କରୁଥିବା ଲୋକଙ୍କୁ ପ୍ରବଳ ଲାଭ ମିଳିବ। ଛାତ୍ରଛାତ୍ରୀ ପଢ଼ା ଛାଡ଼ି ମସ୍ତି କରିବେ। ସନ୍ତାନ ଆପଣଙ୍କ ଇଚ୍ଛା ପୂରଣ କରିବେ।

Leave A Reply

Your email address will not be published.