ଆଜି କ’ଣ ଅଛି ଆପଣଙ୍କ ରାଶିରେ; ଜାଣନ୍ତୁ ଆଜିର ଭାଗ୍ୟଫଳ

ମେଷ: ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଦିନଟି ଦୁର୍ବଳ ହେବାକୁ ଯାଉଛି। ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ହେବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଛବି ଭଲ ରହିବ, ଆପଣ କିଛି ପୁରସ୍କାର ମଧ୍ୟ ପ୍ରାପ୍ତ କରିପାରନ୍ତି।

ବୃଷ: ଆପଣଙ୍କର କିଛି ଘରୋଇ ଖର୍ଚ୍ଚ ହଠାତ୍ ବଢ଼ିଯିବା କାରଣରୁ ଆପଣ ଚିନ୍ତିତ ରହିବେ। ଆପଣ ନିଜର ସ୍ୱଭାବ ସହିତ ଘର ଏବଂ ବାହାରେ ଲୋକଙ୍କ ହୃଦୟ ଜିତିବାକୁ ସକ୍ଷମ ହେବେ। ପରିବାରର ସଦସ୍ୟମାନେ ଆପଣଙ୍କୁ କିଛି ବଡ଼ ଦାୟିତ୍ୱ ମଧ୍ୟ ଦେଇପାରନ୍ତି।

ମିଥୁନ: ଆଜି ଆପଣଙ୍କ ପାଇଁ ସମସ୍ୟା ପୂର୍ଣ୍ଣ ଦିନ ହୋଇପାରେ। ଆପଣ କୌଣସି କାମରେ ଅବହେଳା କରନ୍ତୁ ନାହିଁ, ନଚେତ୍ ସମସ୍ୟା ହୋଇପାରେ। ଯଦି ଆପଣ ବ୍ୟବସାୟରେ କିଛି ନୂତନ ଯୋଜନା କରିବେ, ତେବେ ତାହା ଭବିଷ୍ୟତରେ ଆପଣଙ୍କୁ ଭଲ ଲାଭ ଦେଇପାରିବ।

କର୍କଟ: ଆଜି ଆପଣଙ୍କ ପାଇଁ ଶୁଭ ପରିଣାମ ନେଇ ଆସିବ। ଆପଣ କିଛି ନୂଆ ଲୋକଙ୍କୁ ଭେଟିପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆପଣ ନିଜର ଏନର୍ଜି ଫାଲତୁ କାମରେ ଲଗାନ୍ତୁ ନାହିଁ। ବ୍ୟବସାୟରେ ସମସ୍ତଙ୍କୁ ବିଶ୍ୱାସ କରନ୍ତୁ ନାହିଁ।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଚାପଗ୍ରସ୍ତ ରହିବ। ଆପଣଙ୍କୁ ନିଜ ବ୍ୟବସାୟ ସହିତ ଜଡିତ କୌଣସି କାମକୁ ନେଇ ଯାତ୍ରାରେ ଯିବାକୁ ପଡ଼ିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଯଦି ବିଗୁଡ଼ୁଛି, ତ ଏହାକୁ ଅଣଦେଖା କରନ୍ତୁ ନାହିଁ, ନଚେତ୍ ସମସ୍ୟା ବଢ଼ିପାରେ। ସହଭାଗୀତାରେ କିଛି କାମ କରିବା ଭଲ ହେବ।

କନ୍ୟା: ଆଜି ଆପଣ ନିଜର ଅଧୁରା କାମକୁ ପୂରା କରିବାରେ ସମୟ ବିତାଇବେ। ଆପଣ କିଛି ସମସ୍ୟା କାରଣରୁ ନିଜକୁ ଏକୁଟିଆ ଅନୁଭବ କରିବେ। ଆପଣଙ୍କୁ କିଛି କାମକୁ ନେଇ ସମସ୍ୟା ହୋଇପାରେ। ଯଦି ଆପଣ ପୂର୍ବରୁ କାହାକୁ ଧନ ଉଧାର ଦେଇଥିଲେ, ତ ତାହା ଆପଣଙ୍କୁ ଫେରସ୍ତ ମିଳିପାରେ।

ତୁଳା: ଆଜିର ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ରହିବ। ରୋଜଗାର ସନ୍ଧାନରେ ବୁଲୁଥିବା ଲୋକମାନଙ୍କୁ କିଛି ଶୁଭ ଖବର ମିଳିପାରେ। ଆପଣ ନିଜ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହିତ ମଜା ମସ୍ତି କରିବାରେ ସମୟ ଅତିବାହିତ କରିବେ। ଚାକିରି କରୁଥିବା ଲୋକମାନେ କିଛି ନୂଆ ଅଫର୍ ପାଇପାରନ୍ତି।

ବିଛା: ଆଜିର ଦିନ ବାକି ଦିନ ଅପେକ୍ଷା ଭଲ ହେବାକୁ ଯାଉଛି। ଯଦି ଆପଣ ଟଙ୍କା କାରବାର ଅତି ବୁଝି ବିଚାରି କରିବେ, ତା’ ହେଲେ ଏହା ଆପଣଙ୍କ ପାଇଁ ଭଲ ହେବ। ଆଜି ଆପଣ କାହାଠାରୁ ଧନ ଉଧାର ନେବାଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସମସ୍ୟା ହୋଇପାରେ।

ଧନୁ: ଆଜି ଆପଣଙ୍କ ଉପରେ ଦାୟିତ୍ୱର ଭାର ବଢ଼ିପାରେ। ବ୍ୟବସାୟ କରୁଥିବା ଲୋକଙ୍କୁ ସେମାନଙ୍କ ଡିଲ୍‌କୁ ଅତି ସାବଧାନତାର ସହ ଫାଇନାଲ କରିବାକୁ ହେବ। ଆପଣ ନିଜ ଜୀବନସାଥୀ ପାଇଁ କୌଣସି ଏକ ଉପହାର ଆଣି ପାରନ୍ତି, ଯଦ୍ଦ୍ଵାରା ଆପଣ ଦୁହିଁଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାପ୍ତ ହେବ।

ମକର: ଆପଣଙ୍କ ମନର କଥା କାହା ସହିତ ସେୟାର କରନ୍ତୁ ନାହିଁ, ଆପଣ ଧୋକା ଖାଇପାରନ୍ତି। ଆପଣ ନିଜ ଜୀବନସାଥୀଙ୍କ କଥା ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ କୌଣସି ମାଙ୍ଗଳିକ ଉତ୍ସବରେ ଯୋଗ ଦେଇପାରନ୍ତି।

କୁମ୍ଭ: ଆଜି ଆପଣଙ୍କ ପାଇଁ ମଉଜ ମସ୍ତିର ଦିନ ହେବ। ଗୃହସ୍ଥ ଜୀବନ ଜିଉଁଥିବା ଲୋକେ ନିଜ ସାଥୀଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିବେ। ଲମ୍ବା ସମୟରୁ ଯଦି ଆପଣଙ୍କର କୌଣସି ଇଚ୍ଛା ପୂରଣ ହୋଇ ନ ଥିଲା, ତ ଆଜି ତାହା ପୂରଣ ହୋଇପାରିବ। ଆପଣ ପରିବାରରେ ଭଜନ, କୀର୍ତ୍ତନର ଆୟୋଜନ କରିପାରନ୍ତି।

ମୀନ: ଆଜିର ଦିନ ଆପଣଙ୍କ ପାଇଁ ନିରାଶଜନକ ରହିବ। ଆପଣ ନିଜ ପାଖ ପଡ଼ୋଶୀମାନଙ୍କ ସହିତ ଅଯଥା ବାଦ ବିବାଦରେ ପଡ଼ିବାଠୁ ଦୂରେଇ ରୁହନ୍ତୁ। ଯେଉଁମାନେ ଲଟେରୀରେ ଟଙ୍କା ବିନିଯୋଗ କରନ୍ତି, ସେମାନଙ୍କୁ ଆଜି ଅତି ସାବଧାନତାର ସହ ବିନିଯୋଗ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.