ଆଜିର ରାଶିଫଳ : ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ
ମେଷ : ସମୟର ପ୍ରତିକୂଳତା ଦୃଷ୍ଟିକୋଣରୁ ବିଭିନ୍ନ ପାରିବାରିକ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବ । କେତେକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝିପାରିବେନାହିଁ । ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ଏବଂ ଟେନ୍ସନ ଲାଗିରହିବ । ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି ।
ବୃଷ : ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ଦାୟିତ୍ୱ କ୍ରମେ ବୃଦ୍ଧିପାଇବ । ଆଜି ଆପଣ ପରିବାର ଲୋକଙ୍କ ସହ ଖୁସିର ସମୟ କାଟିବେ । ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ନିଜର ଦକ୍ଷତା ବଳରେ ଉପକୃତ ଓ ପ୍ରଶଂସିତ ହେବେ ।
ମିଥୁନ : ଆଜି ସ୍ତ୍ରୀଙ୍କ ସହଯୋଗରୁ ଉପକୃତ ହେବେ । ପରିବାରର ଆବଶ୍ୟକତାନୁଯାୟୀ ଖର୍ଚ୍ଚ କରିବାକୁ ବାଧ୍ୟହେବେ । ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ଭାବପ୍ରବଣବଶତଃ ବହୁ କଥା କହି ସହାନୁଭୂତି ବଦଳରେ ସମାଲୋଚନା ଶୁଣିବେ ।
କର୍କଟ : ଭୁଲ୍ ବୁଝାମଣାରୁ ଆଜି ପାରିବାରିକ ସ୍ଥିରତା ରହିବ ନାହିଁ । ମନରେ ପ୍ରଫୁଲ୍ଲତା ଭରି ରହିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ । ପୂର୍ବ ଯୋଜନା ଅନୁଯାୟୀ କର୍ମାରମ୍ଭ ପୂର୍ବରୁ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
ସିଂହ : ଆଜି ଯାହା କରୁଛନ୍ତି କରନ୍ତୁ, କିନ୍ତୁ ଭାବିଚିନ୍ତି କରିବା ଭଲ ହେବ । ନଚେତ ଆକସ୍ମିକ ଭାବରେ ଏକ ମାମୁଲି ଘଟଣାରେ ବିବାଦରେ ପଡିପାରନ୍ତି । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ଥିବା ସମସ୍ୟା ସମାଧାନ ହୋଇଯିବ ।
କନ୍ୟା : ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ । ନିଜର ବୁଦ୍ଧି, ବଳ ଓ କଳାକୌଶଳ ପ୍ରୟୋଗକରି ଜୟଯୁକ୍ତ ହେବେ । ବନ୍ଧୁଙ୍କ ପରାମର୍ଶରେ ଦୀର୍ଘଦିନର ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ଭଲ ସମ୍ପର୍କ ନ ଥିବା ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି ।
ତୁଳା : ଆପଣଙ୍କ କୃତି ଓ କୃତିତ୍ୱର ଭୂରି ଭୂରି ପ୍ରଶଂସା ସହ ବୁଦ୍ଧିଜୀବୀ ଗହଣରେ ସମ୍ମାନ ମିଳିବ । ଆର୍ଥିକ ସମସ୍ୟା ସୁଧାରିବା ସକାଶେ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ଯୋଜନା କରିପାରନ୍ତି । ବାଣିଜ୍ୟ, ପରିବହନ ତଥା ନିର୍ମାଣ କ୍ଷେତ୍ରରେ ଆଶା ପୂରଣ ହେବ । ପାରିବାରିକ କ୍ଷେତ୍ରରେ ଦୀର୍ଘଦିନରୁ ଲାଗି ରହିଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ।
ବିଛା : ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ । କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିବ । ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ସହଜାତ ପ୍ରବୃତ୍ତିରୁ ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ ।
ଧନୁ : କିଛି ସମସ୍ୟା ସମାଧାନ କରିବା ବେଳକୁ ଅନ୍ୟ ଏକ ସମସ୍ୟା ଆସିବ ଯାହାକି ଆପଣଙ୍କୁ ବ୍ୟସ୍ତବିବ୍ରତ କରାଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଏବଂ ସଭାସମିତିରେ ପ୍ରଶଂସିତ ହେବେ । ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ପାରିବାରିକ ଅଶାନ୍ତି ଥିଲେ ମଧ୍ୟ ସାମୂହିକ କାମରେ ଅନ୍ୟ ପାଇଁ କାମ କରିବାରେ ପଛାଇବେ ନାହିଁ ।
ମକର : ଆଜିର ଜୀବନଯାତ୍ରା ମଧ୍ୟରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ । ପୁଣି ସବୁ କାମରେ କିଛିଟା ସମସ୍ୟା ଆସିବା କାରଣରୁ ମନ ମଧ୍ୟ ଭାରାକ୍ରାନ୍ତ ରହିବ । ଅବଶ୍ୟ ସାମାଜିକ ସ୍ତରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ବନ୍ଧୁ ପରିଜନ ମାନଙ୍କ ସହ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ କଥାବାର୍ତ୍ତା ଆଗକୁ ବଢ଼ିପାରେ ।
କୁମ୍ଭ : ଆଜି ଯାତ୍ରା, ବାଣିଜ୍ୟ, ହାତକୁ ନେଇଥିବା କାମ, କଚେରି ମାମଲା, ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । କିନ୍ତୁ ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟିହେବ । ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ବୃଥା ସନ୍ଦେହରୁ ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ ।
ମୀନ : ଆଜି ଖର୍ଚ୍ଚାନ୍ତ ହେବେ ସିନା ଆଶା ନିଶ୍ଚିତ ପୂରଣ ହେବ । ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସକରି ହଇରାଣରେ ପଡ଼ିପାରନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ମିଳିବ ।