ରାଶିଫଳ

ଆଜିର ଦିନ କାହା ପାଇଁ ଅନୁକୂଳ, ଜାଣନ୍ତୁ କ’ଣ କହୁଛି ରାଶିଫଳ

ମେଷ : ଆଜି ଆପଣ ବ୍ୟସ୍ତ ରହିବେ। ବ୍ୟବସାୟରେ ଉତ୍‌ଥାନ-ପତ୍ତନ ଲାଗି ରହିବ। କୌଣସି ବଡ଼ ରିସ୍କ ଉଠାଇବାଠୁ ଦୂରରେ ରୁହନ୍ତୁ। ଦାନ, ଧର୍ମ କାର୍ଯ୍ୟ କରନ୍ତୁ।

ବୃଷ : ବହୁତ ବୁଝିଶୁଝି ଆଗକୁ ବଢ଼ନ୍ତୁ। ମନରେ କୌଣସି ନକାରାତ୍ମକ ବିଚାର ଆଣନ୍ତୁ ନାହିଁ। କୌଣସି ଭୁଲ୍‌ କାମକୁ ପ୍ରଶୟ ଦିଅନ୍ତୁ ନାହିଁ। ଆଜି ଆପଣ ଅଧିକ ପରିଶ୍ରମ କରିବେ।

ମିଥୁନ : ଆଜିର ଦିନରେ ଆପଣ ଉନ୍ନତି କରିବେ। କ୍ୟାରିୟରରେ ଆଗକୁ ବଢ଼ିବେ। କାର୍ଯ୍ୟକ୍ଷେତ୍ରରେ ନିଜ କାମକୁ ଅନ୍ୟ ଉପରେ ଲଦି ଦିଅନ୍ତୁ ନାହିଁ। ବିଦ୍ୟାର୍ଥୀମାନେ ଚିନ୍ତିିତ ରହିବେ।

କର୍କଟ : ଉତ୍ତମ ସମ୍ପତ୍ତି ପ୍ରାପ୍ତ ହୋଇପାରେ। କୌଣସି ନୂଆ ସମ୍ପତ୍ତି କିଣିବାର ସ୍ୱପ୍ନ ପୂରଣ ହେବ। ବିଭିନ୍ନ କାମକୁ ନେଇ ବ୍ୟସ୍ତତା ଲାଗିରହିବ, ଯେଉଁ କାରଣରୁ ଥକ୍କା ଲାଗିବ।

ସିଂହ : କାର୍ଯ୍ୟକ୍ଷେତ୍ରରେ କୌଣସି ଡିଲ୍‌ ଫାଇନାଲ କଲେ, ପୂରା ଲେଖାପଢ଼ା ସହିତ କରନ୍ତୁ, ନଚେତ୍‌ ଧୋକା ମିଳିପାରେ। ମା’ଙ୍କୁ କୌଣସି ଧାର୍ମିକ ଯାତ୍ରାରେ ନେଇ ଯାଇପାରନ୍ତି।

କନ୍ୟା : ଭୌତିକ ସୁଖ, ସୁବିଧା ପ୍ରାପ୍ତ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଧନ ଲାଭର ସୁଯୋଗ ରହିଛି। ଆଜି କୌଣସି ନୂଆ ଯାନବାହନ କିଣାକିଣି କରିପାରନ୍ତି।

ତୁଳା : ଆଜିର ଦିନ ମିଶ୍ରିତ ରୂପେ ଫଳଦାୟକ ରହିବ। ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କର ବିବାହରେ ଆସୁଥିବା ବାଧା ଦୂର ହେବ।

ବିଛା : କୌଣସି କଥାକୁ ନେଇ କ୍ରୋଧ କରନ୍ତୁ ନାହିଁ। ନଚେତ୍‌ ଆପଣଙ୍କ ଆଚରଣ ଲୋକଙ୍କୁ ଭଲ ଲାଗିବ ନାହିଁ। ପ୍ରେମିକ କିମ୍ବା ପ୍ରେମିକା କୌଣସି ସରପ୍ରାଇଜ୍‌ ପାର୍ଟି ଆୟୋଜନ କରିବେ।

ଧନୁ : ଗୃହସ୍ଥ ଜୀବନ ଜିଉଁଥିବା ଲୋକେ ଖୁସିରେ ରହିବେ। କାର୍ଯ୍ୟକ୍ଷେତ୍ରରେ ପ୍ରମୋଶନ ମିଳିବା ଦ୍ୱାରା ଖୁସିର ଠିକଣା ରହିବ ନାହିଁ। ଉଧାର ଧନ ଫେରିପାଇବେ।

ମକର : ନିଜର ଶକ୍ତିକୁ ଠିକ୍‌ କାମରେ ବିନିଯୋଗ କରନ୍ତୁ। ଶାଶୁଘର ପକ୍ଷରୁ ଧନଲାଭ ମିଳିବାର ଯୋଗ ରହିଛି। କିନ୍ତୁ କୌଣସି ଭୁଲ୍‌ ଯୋଜନାରେ ଟଙ୍କା ନିବେଶ କରନ୍ତୁ ନାହିଁ।

କୁମ୍ଭ : ଆଜିର ଦିନ ଆପଣ ମିଶ୍ରିତ ଫଳ ପାଇବେ। କୌଣସି ପରିଜନଠାରୁ ଧନ ଉଧାର ନିଅନ୍ତୁ ନାହିଁ। ନଚେତ୍‌ ସମ୍ପର୍କ ଖରାପ ହୋଇପାରେ। ନୂଆ ସମ୍ପତ୍ତି କିଣିବାକୁ ଇଚ୍ଛା ପ୍ରକାଶ କରିବେ।

ମୀନ : ଦିନର ପ୍ରାରମ୍ଭ ଭଲ ରହିବ। ସାଙ୍ଗମାନଙ୍କ ସହିତ କୌଣସି ପୁରୁଣା ସ୍ମୃତି ତାଜା କରିବେ, ଯଦ୍ଦ୍ଵାରା ଆପଣଙ୍କୁ ଖୁସି ମିଳିବ। ସନ୍ତାନ କୌଣସି ନୂଆ ଚାକିରି ପାଇପାରେ।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

32 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

46 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago