ଆଜିର ରାଶିଫଳ : ଜାଣନ୍ତୁ ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ

ମେଷ : ଆଜି ଅର୍ଥ ସମନ୍ଧୀୟ କାମକୁ ନିର୍ବିଘ୍ନରେ ହାସଲ କରିବେ । ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରି ନ ପାରନ୍ତି । ନିର୍ମାଣ କ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ ।
ବୃଷ : ଆଜି ସନ୍ତାନହେତୁକ ଅଶାନ୍ତି, ସୁସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଛି । ଅଫିସ କାମରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ସଭାସମିତିରେ ବହୁତ ଆଲୋଚନା ଶେଷରେ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ । ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହୋଇପାରନ୍ତି ।
ମିଥୁନ : ଅସୁସ୍ଥତା କାର୍ଯ୍ୟକ୍ଷେତ୍ରକୁ ମନ୍ଥର କରିଦେବ । ଦୀର୍ଘଦିନରୁ ଭାଙ୍ଗିପଡିଥିବା ସମ୍ପର୍କ ଆଜି ଆକସ୍ମିକ ଭାବରେ ପୁନଃ ପ୍ରତିଷ୍ଠ ହେବ । ଆଲୋଚନା ପରିସରରେ ଭାବପ୍ରବଣତାବଶତଃ ବିରକ୍ତିକର କଥାବାର୍ତ୍ତାକରି ଅପଦସ୍ଥ ହୋଇପାରନ୍ତି । ଗାଡିମୋଟର, ସ୍ବର୍ଣ୍ଣାଦି ଅଳଙ୍କାର କିମ୍ବା ଜମିଜମା କାରବାରରୁ ଉପକୃତ ହୋଇପାରନ୍ତି ।
କର୍କଟ : ସମ୍ପର୍କୀୟଙ୍କ ସାହାଯ୍ୟ ନେଇ ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କରିବେ । ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ପ୍ରତିଶ୍ରୁତିଲାଭ କରି ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ସରକାରୀ ସ୍ତରରେ ଅଟକି ରହିଥିବା ସ୍ଥଗିତ କାମକୁ ବନ୍ଧୁଙ୍କ ଜରିଆରେ ତ୍ୱରାନ୍ବିତ କରିପାରିବେ । ପରିବାରର ବାଧ୍ୟବାଧକତାରେ ମନୋରଞ୍ଜନ ସମ୍ପର୍କିତ ଦ୍ରବ୍ୟ କ୍ରୟ କରିପାରନ୍ତି ।
ସିଂହ : ଦୂରଯାତ୍ରା, ସାଧାରଣ କଥାରେ ଝଗଡ଼ା ଓ ଭଲ ସମ୍ପର୍କ ଧିମେଇଯିବାରୁ ଅଶାନ୍ତି ଅନୁଭବ କରିବେ । ହାତକୁ ନେଇଥିବା କାମ ଅଟକିବ ନାହିଁ ଏବଂ ସେଥିରେ ଆଶାଜନକ ଫଳ ପାଇବେ । ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ଶତ୍ରୁ ଅର୍ଜିବେ । ଅନିଦ୍ରା ଏବଂ ଅବହେଳା କାରଣରୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ ।
କନ୍ୟା : ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ନାସ୍ତିସୂଚକ ସୂଚନା ମନକୁ ନିରୁତ୍ସାହିତ କରିପାରେ । ପରିବାରର ବ୍ୟୟ ବୃଦ୍ଧି ମାନସିକ ଅବସାଦର ମୁଖ୍ୟ କାରଣ ହେବ । କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବା ସହ ବ୍ୟବସାୟରେ ସଫଳ ହେବେ ।
ତୁଳା : ସମୟର ପ୍ରତିକୂଳତା କାରଣରୁ ଯାହା କଲେ ମଧ୍ୟ କାମ ଗୋଳମାଳିଆ ରହିବ । ବନ୍ଧୁଙ୍କ କାର୍ଯ୍ୟକଳାପରେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଉପରିସ୍ଥ ଅଧିକାରୀଙ୍କ ବଦାନ୍ୟତାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ ।
ବିଛା : ସମସ୍ୟା ଆସିଲେ ମଧ୍ୟ କାମକୁ ପୁରା କରିବେ । ଯୁକ୍ତିଯୁକ୍ତ କଥା କହି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ । ବିଭିନ୍ନ ସୂତ୍ରରୁ ରୋଜଗାର କରିବା ସାଙ୍ଗକୁ ବିଳାସ ବ୍ୟସନରେ ସମୟ ବିତାଇ ପାରନ୍ତି । ଶୁଣାକଥାକୁ ବିଶ୍ୱାସକରି ବିଭ୍ରାନ୍ତିକର ଖବର ପରିବେଷଣ ଦ୍ୱାରା ସମସ୍ୟା ବଢ଼ିଯିବ ।
ଧନୁ : ସାଧାରଣ କଥାରେ ଭୁଲ୍ ବୁଝାମଣା କାରଣରୁ ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଛି । ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ କର୍ମକ୍ଷେତ୍ରରେ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି । ଆର୍ଥିକ ସ୍ଥିତି ବଦଳିଯିବା କାରଣରୁ ଖୁସି ରହିବେ ।
ମକର : ପ୍ରତିବନ୍ଧକ ଦୂରେଇ ଯାଇଥିବାରୁ ଆନନ୍ଦ ଅନୁଭବ କରିବେ । କୌଣସି କଥାକୁ ଭଲରୂପେ ନ ବୁଝି କହିବା କିମ୍ବା କରିବା ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି । ପରିଜନଙ୍କ ସହିତ ଆଜିର ଯାତ୍ରାରେ ସଫଳତା ପାଇବେ । ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟ ପ୍ରତିଶ୍ରୁତି ଲାଭକରି ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ ।
କୁମ୍ଭ : ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ସୁଦ୍ଧା ସମାଲୋଚିତ ହେବେ । ମାଲିମକଦ୍ଦମାରୁ ଚିନ୍ତା ବଢ଼ିଯିବ କିନ୍ତୁ ଆଇନର ସହାୟତା ଲାଭକରି କିଛିଟା ଆଶ୍ୱସ୍ତି ଲାଭ କରିବେ । ଶିଳ୍ପ , ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ସଙ୍ଗୀତ ପ୍ରଭୃତିରେ ସମସ୍ୟାର ଅନ୍ତ ଘଟିବାର ଆଶା କରାଯାଇପାରେ ।
ମୀନ : ନିଜ ଲୋକମାନେ ମୁହଁରେ ଭଲ କଥା କହି ପଛରେ ବିରୋଧ କରୁଥିବାର ସୂଚନା ପାଇବେ । ବିଶୃଙ୍ଖଳିତ ପରିସ୍ଥିତି ଲାଗିରହିବା କାରଣରୁ ପାରିବାରିକ ସମ୍ପର୍କରେ ଶିଥିଳତା ଦେଖାଦେବ । ଶିଳ୍ପ, ବାଣିଜ୍ୟ, ଶେୟାବଜାରରେ କ୍ଷତି ହୋଇପାରେ । ପଡ଼ୋଶୀଙ୍କ ସହ ସମ୍ପର୍କରେ ଅବନତି ଘଟିବ ମାତ୍ର ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ ।