ରାଶିଫଳ

ଅଜାଣତରେ କିଛି ଭୁଲ ହେବା ପୂର୍ବରୁ ଜାଣିନିଅନ୍ତୁ ଆପଣଙ୍କ ରାଶିରେ କ’ଣ ରହିଛି

ମେଷ : ଆଜି ଅଜାଣତରେ ଆପଣଙ୍କ ଦ୍ଵାରା କୌଣସି ଭୁଲ ହୋଇପାରେ, ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି। ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି।

ବୃଷ : ଯେଉଁମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

ମିଥୁନ : ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ। ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କର୍କଟ : ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଯେଉଁମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ ହେବ।

ସିଂହ : ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ।

କନ୍ୟା : ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।

ତୁଳା : ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।

ବିଛା : ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଥରେ ପ୍ରେମରେ ପଡ଼ିବେ।

ଧନୁ : ଆଜି ଅଜାଣତରେ ଆପଣଙ୍କ ଦ୍ଵାରା କୌଣସି ଭୁଲ ହୋଇପାରେ, ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି। ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି।

ମକର : ଆଜି ଆପଣଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

କୁମ୍ଭ : ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି।

ମୀନ : ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନାଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

28 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

30 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago