ଆଜିର ରାଶିଫଳ, ଏହିସବୁ ରାଶିଙ୍କ ପାଇଁ ଦିନଟି ମଙ୍ଗଳମୟ ହେବ

ମେଷ: କର୍ମ କ୍ଷେତ୍ରରେ ବାହାର ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମ ହୋଇଯିବ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ବିଭିନ୍ନ ଉପାୟରେ ଅର୍ଥ ଲାଭ ହେବ ପାରିବାରିକ ଜୀବନ ସୁଖମୟ ହେବ ।

ବୃଷ : ଆଜିର ଦିନରେ  ବନ୍ଧୁଙ୍କ ସହ ଆନନ୍ଦଦାୟକ ସମୟ ଅତିବାହିତ କରିବେ । ଅନେକ ଦିନ ଧରି ଭାବୁଥିବା ଜିନିଷ ଆଜି ସହଜ ଓ ସୁବିଧାରେ ପାଇବେ । ପରିବାରରେ ଅର୍ଥକୁ ନେଇ ବିବାଦ ଦେଖା ଦେଇପାରେ ।

ମିଥୁନ : ଶିଳ୍ପ, ନିର୍ମାଣ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମରେ ସଫଳତା ପାଇବେ । ଅଧିକ ଖର୍ଚ୍ଚ ହୋଇପାରେ । ମାନସିକ ଅସ୍ତିରତା ମଧ୍ୟରେ କାମ କରିବାକୁ ପଡିପାରେ। ଯାନବାହାନରେ କ୍ଷତିର ସମ୍ଭାବନା ହେତୁ ସର୍ତକତା ରକ୍ଷା କରିବା ଭଲ । ମନ ଖୁସି ରହିବ ।

କର୍କଟ : ଆଜି ଆପଣ ଭାବିଥିବା କାମ ପୁରା ହେବ । ଯଦି ସମ୍ପତ୍ତିରେ ବିନିଯୋଗ କରନ୍ତି, ତେବେ ଆପଣଙ୍କ ପାଇଁ ଭଲ ହେବ । ପରିବାର ସଦସ୍ୟଙ୍କ ସହିତ କିଛି ଶୁଭ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଦୁର୍ବଳ ରହିବ । ଘରେ ପରିବାର ସହିତ ସମୟ ବିତାଇବେ । ଆପଣ ନିଜ ଜୀବନସାଥୀଙ୍କ ପାଇଁ ଉପହାର ଆଣିପାରନ୍ତି । କିନ୍ତୁ ଖର୍ଚ୍ଚ ବୃଦ୍ଧି ପାଇବ, ଯାହା ଆପଣଙ୍କୁ ଦୁଃଖ ଦେଇପାରେ ।

କନ୍ୟା : ଆଜି ଖୁସି ରୁହନ୍ତୁ ଏବଂ ଅଧିକ ଚାପ ନିଅନ୍ତୁ ନାହିଁ । ଚାକିରି କରୁଥିବା ଲୋକଙ୍କର ଆଜି ଖୁସିର ସୀମା ରହିବ ନାହିଁ । ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ଥିଲେ, ତାହା ଦୂର ହେବ । ଛାତ୍ରମାନଙ୍କ ଉଚ୍ଚଶିକ୍ଷା ପାଇଁ ବାଟ ଫିଟିବ ।

ତୁଳା : ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ଆଇନଗତ ମାମଲାରେ ବିଜୟ ହାସଲ କରିବେ । ଅତୀତରେ କିଛି ଭୁଲ ଆପଣଙ୍କ ପରିବାର ସଦସ୍ୟଙ୍କ ସାମ୍ନାରେ ଆସିପାରେ । ଆପଣଙ୍କର ଆର୍ଥିକ ଦିଗ ବହୁତ ମଜଭୁତ ହେବ । ଆଜି ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ବିଛା : ପାରିବାରିକ ଜୀବନରେ ଉତଥାନ-ପତନ କାରଣରୁ ଆପଣ ଟିକେ ଚିନ୍ତିତ ଅନୁଭବ କରିବେ । ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତୁ । ଖର୍ଚ୍ଚ ବଢ଼ିବା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇବ । ବୈବାହିକ ଜୀବନରେ ପ୍ରେମ ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖଦ ହେବ ।

ଧନୁ : ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି । ଅଫିସରେ କିଛି ଖୁସି ଖବର ମିଳିପାରେ । ପିଲାମାନଙ୍କୁ ପରୀକ୍ଷାରେ ସଫଳତା ମିଳିପାରେ । ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି ।

ମକର : ମାନସିକ ସ୍ଥିରତା କାରଣରୁ କୌଣସି କାର୍ଯ୍ୟ ପୂରା କରିବା ସରଳ ହେବ । ଉତ୍ତମ ଭୋଜନ ପ୍ରାପ୍ତି ହୋଇପାରେ । ବିନା କାରଣରେ ବହୁତ ବ୍ୟସ୍ତ ରହିପାରନ୍ତି । ମନ ଅସ୍ତିର ରହିବା ସହ ପରିବାରରେ ବିବାଦ ଦେଖାଦେଇପାରେ ।

କୁମ୍ଭ : ନିଜ କାମକୁ ନେଇ ଆଜି ପ୍ରଶଂସା ପାଇପାରନ୍ତି । କୋର୍ଟ କଚେରୀ ମାମଲାରେ ଚିନ୍ତା ବଢ଼ିପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷକୁ କୌଣସି ନୂଆ ଦାୟିତ୍ୱ ମିଳିପାରେ ।

ମୀନ : ଆଜିର ଦିନଟି ଆପଣଙ୍କ ପାଇଁ ଠିକଠାକ୍‌ ରହିବ । ବ୍ୟବସାୟୁଙ୍କୁ ଅଚାନକ ଧନଲାଭର ସୁଯୋଗ ମିଳିପାରେ । କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ସର୍ତକତା ଅବଲମ୍ବନ କରନ୍ତୁ ।

You might also like