ଆଜି ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ, ଦୈନିକ ରାଶିଫଳ

ମେଷ : ବନ୍ଧୁଙ୍କ ନିକଟରୁ ଆର୍ଥିକ ସହଯୋଗ ଲାଭକରି ଚେଷ୍ଟା କରୁଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିପାରିବେ । ପ୍ରିୟଜନଙ୍କ ଆଗମନ ଯୋଗୁ ମଉଜ ମଜଲିସରେ ସମୟ ଅତିବାହିତ ହେବ । ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ କିନ୍ତୁ ପରିବହନ ସମସ୍ୟା ବହୁଳ ହୋଇପାରେ । ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବ ।

ବୃଷ : ଆଜି ନିଜ ପରିସରରେ ସାହାଯ୍ୟ ମାଗୁଥିବା ଲୋକଟିକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ । ସନ୍ତାନ, ଉଚ୍ଚଶିକ୍ଷା, ଆଲୋଚନା, ସଭାସମିତି ପ୍ରଭୃତି ଚିନ୍ତାଜନକ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ ।

ମିଥୁନ : ଭୁଲ୍‌ ବୁଝାମଣା କାରଣରୁ ବୃଥା ସନ୍ଦେହ ଜନିତ ସାଧାରଣ କଥାରେ କଳହ ଘଟିବାର ଆଶଙ୍କା ରହିଛି । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପାରିବାରିକ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହେବ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଗ୍ରଣୀଭୂମିକା ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି ।

କର୍କଟ : ସହକର୍ମୀଙ୍କ ସାହାଯ୍ୟ ନେଇ ଆରମ୍ଭ କରିଥିବା କାର୍ଯ୍ୟ ହାସଲରେ ସମର୍ଥ ହେବେ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାରୁ ଦୁଶ୍ଚିନ୍ତା ବଢ଼ିପାରେ । ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ । ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ବ୍ୟସ୍ତତା ଅନୁଭବ କରିପାରନ୍ତି ।

ସିଂହ : ପରିବାରର ଅସଜଡା ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରିପାରନ୍ତି । ଶିଳ୍ପ, ସଙ୍ଗୀତ ସମାରୋହ, ସାମ୍ବାଦିକତା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ । ଜମିଜମା ବିବାଦ କିମ୍ବା ଋଣଗ୍ରସ୍ତ ସାଙ୍ଗକୁ କରଜଦାତାଙ୍କ ଚାପ ଚିନ୍ତା ବଢ଼ାଇବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ ।

କନ୍ୟା : ଭୁଲ୍‌ ବୁଝାମଣାରୁ ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । ଅର୍ଥସଂକଟ ଲାଗି ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ତାହା ପାଇବା କଷ୍ଟକର ହେବନାହିଁ । ଆଲୋଚନା ପରିସରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ ।

ତୁଳା : ପୂର୍ବ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ପ୍ରିୟଜନଙ୍କ ପରାମର୍ଶ ନେବା ଭଲ ହେବ । ଅର୍ଥ ସମ୍ପର୍କୀୟ କାମରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ । ବୃଥାଶଙ୍କା ଓ ଅସ୍ଥିରତା ଜନିତ କର୍ମକ୍ଷେତ୍ରର ଘଟଣାଗୁଡ଼ିକ ଅସାଧାରଣ ମନେ ହେବ । ପାରିବାରିକ ସ୍ତରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି ।

ବିଛା : ବନ୍ଧୁଙ୍କ ନିକଟରୁ କୌଣସି ବିଭ୍ରାନ୍ତିକର ଖବର ପାଇ ବିବ୍ରତ ହୋଇପାରନ୍ତି । ରୋଗପୀଡ଼ା ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା କଷ୍ଟକର ହେବ । ତଥାପି ଯେତେ ଭଲ କାମ କଲେ କ’ଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନା ପଡ଼ି ସମାଲୋଚିତ ହେବେ ।

ଧନୁ : କର୍ମକ୍ଷେତ୍ରରେ ଅଟକି ରହିଥିବା ସକାଶେ ଫାଇଲ୍‌ କାମ ସମ୍ପନ୍ନ କରିବାରେ ସମର୍ଥ ହେବେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ ମାତ୍ର ଖର୍ଚ୍ଚ ପରିମାଣ ବୃଦ୍ଧିରୁ ଅଶାନ୍ତ ରହିପାରନ୍ତି । ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି । ବିବାଦର ଆଶଙ୍କା କରୁଥିବା ଘଟଣାରେ ସେମିତି କିଛି ହେବ ନାହିଁ ।

ମକର : ଯେଉଁ କାମ କରିବା ପାଇଁ ଚାହୁଁଛନ୍ତି, ସେ କାମ ଭଲରେ ହୋଇଯିବ । କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ । ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟକର ହେବ । ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ମହିଳା କାମ ହାସଲରେ ସମର୍ଥ ହେବେ ।

କୁମ୍ଭ : ପ୍ରତ୍ୟେକ ଦିଗରେ ଶୁଭଫଳ ମିଳିବ । କିନ୍ତୁ ଦୂରଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । କଳା, ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ସଭାସମିତି କ୍ଷେତ୍ରରେ ଉପକୃତ ହେବେ । ଜମିଜମା ସମ୍ବନ୍ଧୀୟ କେତେକ କାଗଜପତ୍ରକୁ କେନ୍ଦ୍ରକରି ଯୁକ୍ତିତର୍କର ସୂଚନା ରହିଛି ।

ମୀନ : ଯେତେ ସମସ୍ୟା ଆସିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ । ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କଲେ ଅସୁବିଧାରେ ପଡ଼ିବେ । ଆଜିର ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

You might also like