ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

ମେଷ:

ଆଜିର ଦିନଟି ଚିନ୍ତାରେ କଟିବ। ଘରକୁ କେହି କୁନି ଅତିଥି ଆସିପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଚାକିରି ଖୋଜୁଥିବା ଲୋକ ସମସ୍ୟାରେ ପଡ଼ିପାରନ୍ତି। ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ।

ବୃଷ:

ଆଜିର ଦିନ ମଧ୍ୟମ ଧରଣର ରହିବ। ବେପାର କରୁଥିବା ଲୋକଙ୍କ ପାଇଁ ଆତ୍ମ ବିଶ୍ୱାସରେ ଭରା ଦିନଟିଏ। ସରକାରୀ କର୍ମଚାରୀଙ୍କର କାମକୁ ଅଧସ୍ତନ କର୍ମୀ ଅଟକାଇବାକୁ ଚେଷ୍ଟା କରିବେ। କିଛି ନୂଆ ଜିନିଷ କିଣିବେ। ଫଳରେ ପରିବାରର କେହି ସଦସ୍ୟ ଈର୍ଷା କରିପାରନ୍ତି।

ମିଥୁନ:

ଆଜି ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଖାଦ୍ୟପେୟ ମାମଲାରେ ବିଶେଷ ଯତ୍ନ ନେବା ଜରୁରୀ। ବ୍ୟବସାୟ କରୁଥିବା ଲୋକ ଦୂର ଯାତ୍ରା କରିପାରନ୍ତି। ଦାୟିତ୍ୱର ସହ କାମ କରି ପରିବାର ଲୋକଙ୍କ ମନ ଜିତିବେ।

କର୍କଟ:

ଆତ୍ମ ବିଶ୍ୱାସରେ ଭରପୂର ରହିବ ଆଜିର ଦିନ। ଏକାଠି ଅନେକ କାମକୁ ହାତକୁ ନେବେ। ପ୍ରେମ ସମ୍ପର୍କରେ ଥିବା ଲୋକମାନେ ସାଥୀଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବେ। ପ୍ରତ୍ୟେକ କାମରେ ବାପା-ମା’ ସାଥ୍‌ ଦେବେ।

ସିଂହ:

ଆଜିର ଦିନ ମିଶ୍ରିତ ଫଳ ଦେବ। ଅଳସୁଆମି ଯୋଗୁ କୌଣସି କାମରେ ଧ୍ୟାନ ଦେଇପାରିବେ ନାହିଁ। କୌଣସି ଶାରୀରିକ ସମସ୍ୟା ଥିଲେ ଯୋଗ ପ୍ରାଣାୟାମ ନିଶ୍ଚୟ କରନ୍ତୁ। ଭାବିଚିନ୍ତି ପୁଞ୍ଜି ନିବେଶ କରନ୍ତୁ।

କନ୍ୟା:

ଆଜିର ଦିନ ଚିନ୍ତା ଆଣି ଆସିବ। କିଛି ଶାରୀରିକ ସମସ୍ୟା ଯୋଗୁ ଚିନ୍ତାରେ ରହିବେ। ବିରୋଧୀମାନେ ଆଜି ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହିଁବେ। ଏଣୁ ସାବଧାନ ରୁହନ୍ତୁ। ଦିନଟି ବ୍ୟସ୍ତତାପୂର୍ଣ୍ଣ ରହିବ। ତା’ପରେ ହିଁ ସଫଳତା ମିଳିବ।

ତୁଳା:

ନିର୍ଣ୍ଣୟ ନେବା କ୍ଷମତା ଯୋଗୁ ଲାଭବାନ୍‌ ହେବେ। ଭୁଲରେ ବି ଆଜି କାହା ସହ ଝଗଡ଼ା କରନ୍ତୁ ନାହିଁ। ବାଣୀରେ ମଧୁରତା ରକ୍ଷା କରନ୍ତୁ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରନ୍ତୁ। ଜୀବନସାଥୀଙ୍କ କଥା ନ ଶୁଣି ହଇରାଣ ହୋଇପାରନ୍ତି।

ବିଛା:

ଆଜିର ଦିନ ଅନେକ ଖୁସି ନେଇ ଆସିବ। ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିପାରନ୍ତି। ମନ ପ୍ରସନ୍ନ ରହିବ। ସବୁ କାମ ସହଜରେ ପୂରଣ ହେବ। ଆଜି ଆପଣଙ୍କୁ ଏକାଧିକ ଚାକିରି ପାଇଁ ଅଫର ମିଳିବ।

ଧନୁ:

ପରୋପକାରରେ ମନ ନିବେଶ କରିବେ। ବିଦେଶୀ କମ୍ପାନୀରେ କାମ କରୁଥିବା ଲୋକଙ୍କୁ ଭଲ ଲାଭ ମିଳିବ। ଧନ ଲାଭ ହେବ। ପୁରୁଣା ଅଟକିଥିବା କାମ ଆଜି ହିଁ ସମ୍ପୂର୍ଣ୍ଣ ହେବ। ଆପଣଙ୍କ ପ୍ରତିଭା ଦେଖି ଲୋକମାନେ ଆକର୍ଷିତ ହେବେ।

ମକର:

ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଦିନଟି ଖୁବ୍‌ ଭଲ। ବେପାରୀଙ୍କୁ ସଫଳତା ମିଳିପାରେ। ନୂଆ ବିଜ୍‌ନେସ୍‌ରେ ଅର୍ଥ ଲଗାଣ କରନ୍ତୁ, ଭଲ ଲାଭ ମିଳିବ। କୌଣସି ପ୍ରିୟ ବସ୍ତୁ ଚୋରି ହେବାର ଭୟ ରହିଛି।

କୁମ୍ଭ:

ଆଜିର ଦିନ ଉତ୍ସାହରେ ଭରପୂର ରହିବ। ଲାଭ ଦୁଇ ଗୁଣ ହେବ। ଅଟକିଥିବା କାମ ହୋଇଯିବ। ଦାୟିତ୍ୱହୀନ ଭଳି କାମ କରିବାରୁ ନିବୃତ୍ତ ରୁହନ୍ତୁ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଖୁବ୍‌ ଭଲ। କାହାକୁ ପରାମର୍ଶ ଦିଅନ୍ତୁ ନାହିଁ।

ମୀନ:

ଭାଇ ଭଉଣୀଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଆଜି ଦୂର ହେବ। ନୂଆ କାମ ଆରମ୍ଭ କରୁଥିବା ଲୋକଙ୍କ ପାଇଁ ଦିନଟି ଅତି ଶୁଭ। କାର୍ଯ୍ୟକ୍ଷେତ୍ରରେ ସବୁ ପ୍ରକାରର ସୁଖ ସୁବିଧା ପାଇବେ। ମନ ପ୍ରସନ୍ନ ରହିବ। ନୂଆ ଗାଡ଼ି କିଣିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.