ମେଷ : ପୂଜାପାଠ, ଭଜନ କୀର୍ତ୍ତନରେ ମନ ଲାଗିବ । ଚାକିରିଆଙ୍କୁ ପ୍ରମୋଶନ ମିଳିପାରେ । ଆଜି ଆପଣଙ୍କୁ ହଠାତ୍ କୌଣସି ଯାତ୍ରାରେ ଯିବାକୁ ପଡ଼ିପାରେ ।
ବୃଷ : ଚାକିରିଆ ଲୋକଙ୍କ ଉପରେ କାମର ବୋଝ ରହିବ । ସେମାନେ ଚିନ୍ତିତ ରହିବେ । ପଇସା କେଉଁଠି ଅଟକିଥିଲେ, ତାହା ଆପଣଙ୍କୁ ମିଳିପାରେ ।
ମିଥୁନ : ଆଜିର ଦିନ ଲାଭଦାୟକ ରହିବ । ଅତ୍ୟଧିକ ତେଲ, ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରିବେ ।
କର୍କଟ : ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ, ନଚେତ୍ ଝଗଡ଼ା ହୋଇପାରେ । ଉଧାର ଧନ ଫେରିପାରେ । ଆଳସ୍ୟ ତ୍ୟାଗ କରନ୍ତୁ ।
ସିଂହ : ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଛୋଟ ଛୋଟ କଥାରେ ଜୀବନସାଥୀଙ୍କ ସହ ବିବାଦ ହୋଇପାରେ । ବିଜନେସ୍ କରୁଥିବା ଲୋକଙ୍କୁ ବଡ଼ ଲାଭ ମିଳିପାରେ ।
କନ୍ୟା : ଆଜିର ଦିନ ସକାରାତ୍ମକ ପରିଣାମ ନେଇ ଆସିବ । ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବେ । ଆପଣଙ୍କୁ ଖୁସି ଖବର ଶୁଣିବାକୁ ମିଳିପାରେ ।
ତୁଳା : କାର୍ଯ୍ୟକ୍ଷେତ୍ରରେ କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ସମ୍ପତ୍ତି ବିବାଦରେ ବିଜୟ ଲାଭ କରିପାରନ୍ତି । କାହାକୁ ଧନ ଉଧାର ଦିଅନ୍ତୁ ନାହିଁ ।
ବିଛା : ବିରୋଧୀମାନେ ଆଜି ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିପାରନ୍ତି । ଆପଣଙ୍କୁ ମାନ ସମ୍ମାନ ମିଳିବ । ଧାର୍ମିକ ଯାତ୍ରାରେ ଯାଇପାରନ୍ତି ।
ଧନୁ : କର୍ମକ୍ଷେତ୍ରରେ କାମ ଠିକ୍ ସମୟରେ ପୂରା ନ ହେଲେ ଚିନ୍ତା ବଢ଼ିପାରେ । କୌଣସି ରୋଗକୁ ନେଇ ଡର ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ମକର : ବ୍ୟବସାୟରେ ଆପଣଙ୍କୁ ହଠାତ୍ ଧନ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସମ୍ପର୍କୀୟଙ୍କଠାରୁ କିଛି ନୈରାଶ୍ୟଜନକ ଖବର ଶୁଣିବାକୁ ମିଳିପାରେ ।
କୁମ୍ଭ : ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ପରିବାରରେ ପିଲାଙ୍କ ସହିତ କିଛି ସମୟ ମଜା, ମସ୍ତି କରିବେ । ମା’, ବାପାଙ୍କ ସହଯୋଗ ମିଳିପାରେ ।
ମୀନ : ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣ ନୂଆ ଗାଡ଼ି କିଣିପାରନ୍ତି । ପରିବାରରେ ସୁଖ, ଶାନ୍ତି ରହିବ । ଘରର ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ଦେବେ ।