ଆଜି ଏହି ସବୁ ବ୍ୟକ୍ତିଙ୍କ ପାଇଁ ରହିଛି ଧନପ୍ରାପ୍ତିର ଯୋଗ, ଜାଣନ୍ତୁ କ’ଣ କହୁଛି ରାଶିଫଳ

ଆଜି ହେଉଛି ନଭେମ୍ୱର ୧୬ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଆଜିର ଦିନକୁ ପ୍ରଥମାଷ୍ଟମୀ ବୋଲି କୁହାଯାଏ। ଏହି ଦିନ ଘରର ଜ୍ୟେଷ୍ଠ ସନ୍ତାନଙ୍କୁ ପଢୁଆଁ କରାଯାଏ । ତେବେ ଆଜିର ଦିନଟି ଆପଣଙ୍କ ପାଇଁ କେମିତି କଟିବ ଆସନ୍ତୁ ରାଶିଫଳରୁ ଜାଣିବା।

ମେଷ : ଆଜିର ଦିନ ଆନନ୍ଦପୂର୍ବକ କଟିବ। ବ୍ୟବସାୟ ଏବଂ ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ। ବ୍ୟାପାରରେ ବୃଦ୍ଧି ହେବ। ପରିଜନମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟାଇବେ। ମହିଳାବର୍ଗଙ୍କଠାରୁ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି। ସନ୍ତାନମାନଙ୍କ ତରଫରୁ ମଧ୍ୟ ଲାଭ ମିଳିବ। ଛୋଟ ଯାତ୍ରା ପାଇଁ ପରିସ୍ଥିତି ଅନୁକୂଳ ହେବ। ଦାମ୍ପତ୍ୟଜୀବନରେ ଆନନ୍ଦ ରହିବ। ସ୍ଵାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣ ଆନନ୍ଦିତ ରହିବେ।

ବୃଷ : ପାରିବାରିକ ଜୀବନ ସୁଖମୟ ରହିବ। ଛୋଟ ଯାତ୍ରାର ମଧ୍ୟ ଯୋଗ ଅଛି। ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟକୁ ନେଇକରି ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ମାନସିକରୂପରେ କିଛି ବ୍ୟଗ୍ରତା ମଧ୍ୟ ଅନୁଭବ କରିପାରନ୍ତି। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟ ପ୍ରାରମ୍ଭ ନ କରିବାର ଉପଦେଶ। ଯାତ୍ରାରେ ମଧ୍ୟ ବିଧ୍ନ ଆସିପାରେ। ଖାଇବା ପିଇବାରେ ବିଶେଷରୂପରେ ସତର୍କତା ଅବଲମ୍ବନ କରନ୍ତୁ। ଯୋଗ ଏବଂ ଧ୍ୟାନରେ ମାନସିକ ଶାନ୍ତି ପ୍ରାପ୍ତ କରିପାରିବେ।

ମିଥୁନ : ଆଜି ଆପଣ ମାନସିକ ରୂପରେ ହାଲୁକାପଣ ଅନୁଭବ କରିବେ। ଆନନ୍ଦ ଏବଂ ଉତ୍ସାହରେ ମଧ୍ୟ ବୃଦ୍ଧି ହେବ। ଆଜି ଆର୍ଥିକ ବିଷୟଗୁଡ଼ିକ ଉପରେ ଆପଣ ଅଧିକ ଧ୍ୟାନ ଦେବେ। ଆପଣ କୌଣସି ମଧ୍ୟ କାର୍ଯ୍ୟ ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସର ସହିତ କରିପାରିବେ। ପିତୃପକ୍ଷରୁ ଲାଭ ହେବାର ମଧ୍ୟ ସମ୍ଭାବନା ଅଛି। ପରନ୍ତୁ ଜମି ସମ୍ପତ୍ତି ଆଦି ବିଷୟଗୁଡ଼ିକରେ ସାବଧାନ ରହିବେ। ସନ୍ତାନମାନଙ୍କ ପଛରେ ଖର୍ଚ୍ଚ କରିବେ। ଧନର ଦେବା-ନେବା, ଅସୁଲି କିମ୍ବା ନିବେଶ କରବା ସମୟରେ ସାବଧାନ ରୁହନ୍ତୁ।

ସିଂହ : ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

କର୍କଟ : ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ। ଆଜି ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନ ଲାଭଦାୟୀ ହେବ। ମନ ଆନନ୍ଦିତ ରହିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।

କନ୍ୟା : ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି। ଆଜିର ଦିନ ଶୁଭଫଳଦାୟୀ ରହିବ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିଜନମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଧାର୍ମିକ ଯାତ୍ରା ହେବ। ବିଦେଶରୁ ଭଲ ସମାଚାର ମିଳିବ।

ତୁଳା : ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ। ପ୍ରଣୟ-ପ୍ରସଂଗ ପାଇଁ ଆଜିର ଦିନ ଅନୁକୂଳ ଅଟେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ। ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ।

ବିଛା : ଆଜି କିଛି ମାମଲାରେ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ହାଲୁକା ନରମ ରହିବ। ମାତାଙ୍କ ସହିତ ସମ୍ବନ୍ଧରେ ଚିନ୍ତା ହୋଇପାରେ। ସ୍ଵଜନମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ସ୍ଵାଭିମାନ ଭଙ୍ଗ ନ ହେଉ ଧ୍ୟାନ ରଖିବେ। ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ ଅଟେ। କାର୍ଯ୍ୟରେ ସଫଳତା ମିଳିବ, ଧନ ଲାଭ ହୋଇପାରେ।

ଧନୁ : ମାଙ୍ଗଳିକ କାର୍ଯ୍ୟ ଏବଂ ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ କରିବା ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ। ଅବିବାହିତମାନଙ୍କର ବିବାହର ପ୍ରସଙ୍ଗ ବନିବ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଶୁଭ ସମାଚାର ପ୍ରାପ୍ତ ହେବ। ଗୃହସ୍ଥ ଜୀବନ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ସନ୍ତୋଷର ଭାବନାର ଅନୁଭବ ହେବ। ନୂଆ କାର୍ଯ୍ୟର ଆଜି ପ୍ରାରମ୍ଭ କରିପାରନ୍ତି। ଧାର୍ମିକ ଯାତ୍ରାର ଆୟୋଜନ ହେବାର ସମ୍ଭାବନା ଅଛି। ବ୍ୟବସାୟରେ ଲାଭର ଅବସର ମିଳିବ। ଟିକେ ସମ୍ଭାଳିକରି ଚାଲିବାକୁ ପଡ଼ିବ।

ମକର : ଦିନର ଆରମ୍ଭ ଭଲ ରହିବ। ମିତ୍ରମାନଙ୍କ ବୁଲାବୁଲିର ଆୟୋଜନ କରିପାରନ୍ତି। ନୂଆ କପଡ଼ା, ଗହଣା ଏବଂ ବାହନ କ୍ରୟର ଯୋଗ ଅଛି। ମନ ଆନନ୍ଦପୂର୍ଣ୍ଣ ରହିବ। ସାର୍ବଜନିକ ଜୀବନରେ ସମ୍ମାନ ମିଳିବ। ବ୍ୟାପାରରେ ଭାଗିଦାରୀଙ୍କ ଠାରୁ ଲାଭ ହେବ। ଆଜି ଆପଣଙ୍କ ଦିନ ବୌଦ୍ଧିକ କାର୍ଯ୍ୟ ଏବଂ ଚର୍ଚ୍ଚାରେ କଟିବ। ଆପଣ ନିଜର କଳ୍ପନାଶକ୍ତି ଏବଂ ସୃଜନଶକ୍ତିକୁ କାର୍ଯ୍ୟରେ ଜୋଡ଼ିବେ। ଶାରୀରିକ ଏବଂ ମାନସିକ ରୂପରେ ସାବଧାନ ରହିବେ। ଘରେ ଶାନ୍ତିର ବାତାବରଣ ବନି ରହିବ।

କୁମ୍ଭ : ଆଜିର ଦିନ ଶୁଭଫଳଦାୟୀ ଅଟେ। ବିଭିନ୍ନ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ମିତ୍ରମାନଙ୍କ ସହିତ ମିଳାମିଶା ଏବଂ ଯାତ୍ରାର ମଧ୍ୟ ଯୋଗ ଅଛି। ଗୃହସ୍ଥ ଜୀବନରେ ସନ୍ତାନ ଏବଂ ଜୀବନସାଥୀଙ୍କର ସୁଖ ପ୍ରାପ୍ତି ହେବ। ଧନପ୍ରାପ୍ତିର ଯୋଗ ଅଛି। ଆଜି ଆପଣ ନୂଆ କାମ ପ୍ରାରମ୍ଭ କରିବା ପାଇଁ ଚେଷ୍ଟା କରିବେ। ତୀର୍ଥ ଯାତ୍ରା କରିବାପାଇଁ ସୁଯୋଗ ମିଳିବ। ବିଦେଶରେ ରହୁଥିବା ମିତ୍ରମାନଙ୍କ ଏବଂ ବନ୍ଧୁମାନଙ୍କର ଭଲ ସମାଚାର ପ୍ରାପ୍ତ ହେବ ଯାହାଫଳରେ ଅଧିକ ପ୍ରସନ୍ନତା ଅନୁଭବ କରିବେ।

ମୀନ : ଆଜି କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ଆପଣଙ୍କୁ କଠିନତାରେ ପକାଇପାରେ। କୌଣସି କାର୍ଯ୍ୟ କରିବା ପାଇଁ ଉତ୍ସାହର ଅଭାବ ହୋଇପାରେ। ଶାରୀରିକ ତଥା ମାନସିକ ରୂପରେ ବ୍ୟଗ୍ରତା ଏବଂ ଚିନ୍ତାଜନକ ସମୟ ବ୍ୟତୀତ ହେବ। ମିତ୍ରମାନଙ୍କ ସହିତ ଭଲ ଦିନ ବିତିବ। ସ୍ଵାଦିଷ୍ଟ ଭୋଜନ ତଥା ନୂଆ କପଡ଼ା ପ୍ରାପ୍ତ ହେବ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ପ୍ରତି ବିଶେଷ ଆକର୍ଷଣ ରହିବ ଏବଂ ତାଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ। ଆଜି ଆପଣଙ୍କ ବିଚାରରେ ସ୍ଥିର ରହିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.