ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ, ଦୈନିକ ରାଶିଫଳ

ମେଷ : ସ୍ବାସ୍ଥ୍ୟ ସମସ୍ୟା ବହୁଳାଂଶରେ ସୁଧୁରିଯିବା ହେତୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ପ୍ରଶାସନ, ଚୁକ୍ତିପତ୍ର, ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟିର ଆଶଙ୍କା ରହିଛି । ଅନ୍ୟମନସ୍କତା କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟହୋଇପାରେ । ପରିବାରରେ ସହନଶୀଳତାର ଅଭାବ ଓ ସ୍ବେଚ୍ଛାଚାରିତା ମନୋଭାବ ଅଶାନ୍ତିର କାରଣ ହେବ ।

ବୃଷ : ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରିପାରିବେ ନାହିଁ । ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖଦେବ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣାକୁ ଦୂରେଇନେବା ପାଇଁ ଚେଷ୍ଟାକରିବା ଭଲ । ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରୁ ସୁଫଳ ମିଳିବ ।

ମିଥୁନ : କୌଣସି ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିରକରି ସଫଳତା ପାଇପାରିବେ । ବନ୍ଧୁଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ମନୋବଳ କ୍ରମଶଃ ବୃଦ୍ଧିପାଇବ । ବିଭିନ୍ନ ପ୍ରକାର ସମସ୍ୟା ବୃଦ୍ଧି କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ ।

କର୍କଟ : ସହକର୍ମୀମାନଙ୍କ ସହଯୋଗ ନ ପାଇ ଅସୁବିଧାର ସମ୍ମୁଖୀନ ହେବେ । ବିଶ୍ୱସ୍ତ ସୂତ୍ରରୁ ଭୁଲ୍‌ ଖବରଟିଏ ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଦୀର୍ଘ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦଦେଖାଦେଇପାରେ । ଅଫିସ୍‌ କାମରେ ବ୍ୟସ୍ତ ରହି ଗୁରୁତ୍ୱପୂର୍ଣ୍ଣ କଥାଟି ପାସୋରି ଦେଇପାରନ୍ତି ।

ସିଂହ : କର୍ମକ୍ଷେତ୍ର କିମ୍ବା ଘରୋଇ କ୍ଷେତ୍ରରେ ଅନ୍ୟମାନଙ୍କ ପ୍ରରୋଚନାରେ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି । ଆଜି ପ୍ରତ୍ୟେକ କାମରେ କିଛି ନା କିଛି ସମସ୍ୟା ଲାଗି ରହିବ । ନିକଟ ସମ୍ପର୍କୀୟମାନଙ୍କ ଆଶ୍ୱାସନାମୂଳକ କଥାରେ ଅଶାନ୍ତ ମନରେ ସ୍ଥିରତା ଆସିପାରେ । ପ୍ରଶାସନିକ ସ୍ତରରେ କିମ୍ବା ବିବାଦୀୟ ଘଟଣାର ଅବସାନ ଘଟିବା ଆଶା ରହିଛି ।

କନ୍ୟା : ଆକସ୍ମିକଭାବରେ ଜଣେ ବନ୍ଧୁ ହଠାତ୍‌ ଖୁସିଖବର ସାଙ୍ଗକୁ କିଛି ଅର୍ଥ ଦେଇଯିବେ । ଉପରିସ୍ଥ କର୍ମଚାରୀ ନାହିଁ ନାହିଁ କରୁଥିଲେ ମଧ୍ୟ ପରିଶେଷରେ କାମଟି କରିଦେଇପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ, କିନ୍ତୁ ବିଶେଷ ଗୁରୁତର ହେବ ନାହିଁ । ପାରିବାରିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଶାନ୍ତିର ବାତାବରଣ ଆସି ନ ପାରେ ।

ତୁଳା : ବିଭିନ୍ନ ପୁରୁଣା ସମସ୍ୟା ସମାଧାନ ନ ହେବା ଦୁଶ୍ଚିନ୍ତାର କାରଣ ହେବ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଭଲସମ୍ପର୍କ ବାଧାପ୍ରାପ୍ତ ହେବ । ଆଲୋଚନା କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । କୁଟୀରଶିଳ୍ପ,କଳା ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରରେ ପ୍ରଶଂସିତ ହୋଇପାରନ୍ତି ।

ବିଛା : କର୍ମକ୍ଷେତ୍ରରେ ସହକର୍ମୀ ବିରୁଦ୍ଧାଚରଣ କରିବା ସୂଚନା ପରୋକ୍ଷରେ ଅନୁଭବକରିବେ । ନୂତନ ପ୍ରକଳ୍ପ କାର୍ଯ୍ୟ, ପର୍ଯ୍ୟଟନ, ଶେୟାର ବଜାର ଦିଗରୁ ସୁଫଳ ପାଇବେ । ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, କଳା, ସଙ୍ଗୀତ, ଗବେଷଣା ଓ ଅନୁସନ୍ଧାନରେ ସଫଳତା ମିଳିବ । ଯାତ୍ରା ସମୟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ମିତ୍ରତା ସୃଷ୍ଟି ହୋଇପାରେ ।

ଧନୁ : ସ୍ବାସ୍ଥ୍ୟ ସମସ୍ୟା ସହ କର୍ମକ୍ଷେତ୍ରର ଅବ୍ୟବସ୍ଥା ଚିନ୍ତାଶୀଳତାକୁ ବୃଦ୍ଧିକରିବ । ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୁରା ହେବା କଷ୍ଟକର ହୋଇପାରେ । ସାମାଜିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ପଛେଇଯାଇପାରନ୍ତି । ଶିଳ୍ପ, ବାଣିଜ୍ୟ, ପରିବହନ ସକାଶେ କୌଣସି ଅସୁବିଧା ହେବ ନାହିଁ ।

ମକର : ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ମାନସିକ ଉତ୍ତେଜନା ସହ ଭାବପ୍ରବଣତା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ କାମଗୁଡିକ ଶୃଙ୍ଖଳିତ ହେବ । ପଡ଼ୋଶୀମାନେ ଆପଣଙ୍କ କାର୍ଯ୍ୟଦକ୍ଷତାର ଭୂରି ଭୂରି ପ୍ରଶଂସା କରିପାରନ୍ତି । ଫେରନ୍ତା ବାଟରେ କୌଣସି ଅଜଣା ବ୍ୟକ୍ତିଙ୍କ ସହ ବିତର୍କର ସୂଚନା ରହିଛି ।

କୁମ୍ଭ : ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମାନସିକ ଶାନ୍ତି ଫେରିପାଇବେ । ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବା ସୂଚନା ରହିଛି । ଅର୍ଥ ସଙ୍କଟ କାରଣରୁ ଆଶା ଓ ଅଭିଳାଷ କେତେକାଂଶରେ ଅପୂରଣ ରହିଯାଇପାରେ । କର୍ମକ୍ଷେତ୍ର, ମାଲି ମକଦ୍ଦମା, ଲେଖାପଢ଼ା, ଜମିଜମା କାରବାର ପାଇଁ ଭଲ ।

ମୀନ : ଭଲ ସମ୍ପର୍କ ନ ଥିବା ଲୋକଙ୍କ କପଟ କଥାରେ ପାରିବାରିକ ସମସ୍ୟା ସୃଷ୍ଟିହେବ । ବିରକ୍ତ ମନର ଅପ୍ରିୟ ସତ୍ୟ କଥା ସହକର୍ମୀଙ୍କ ମନରେ ଆଘାତ ସୃଷ୍ଟିକରିବ । କର୍ମକ୍ଷେତ୍ରରେ ଦୂରଦର୍ଶିତାପୂର୍ବକ କାର୍ଯ୍ୟ ସମ୍ପାଦନ ବନ୍ଧୁଗହଣରେ ପ୍ରଶଂସା ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିବ ।