ଦିନଟି କେମିତି କଟିବ ଜାଣିବାକୁ ପଢ଼ନ୍ତୁ ରାଶିଫଳ

ମେଷ:

ଆଜି ଅଧିକ ଖର୍ଚ୍ଚ କରିବେ। ବେପାରରେ ଅଧିକ ଲାଭ ହେବ। କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଚିନ୍ତାର କାରଣ ପାଲଟିବ। ପରିବାରରେ କିଛି ବିବାଦ ଥିଲେ ଆଜି ସମାଧାନ ହେବ। ବ୍ୟକ୍ତିଗତ କାମ ପାଇଁ କାହା ଠାରୁ ପରାମର୍ଶ ନିଅନ୍ତୁ ନାହିଁ।

ବୃଷ:

ଆଜିର ଦିନ ଶୁଭ ଫଳ ନେଇ ଆସିବ। ସୁଖଦ ଜୀବନର ଲାଭ ଉଠାଇବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ତେବେ ଭାବିଚିନ୍ତି ମୁହଁ ଖୋଲନ୍ତୁ। ଅନ୍ୟ ଲୋକ ପାଇଁ ଅସୁବିଧାରେ ପଡ଼ିପାରନ୍ତି।

ମିଥୁନ:

ଆଜିର ଦିନ ମଧ୍ୟମ ଧରଣର ରହିବ। ଅଧିକ ଲାଭ ଆଶାରେ ଭୁଲ ଜାଗାରେ ନିବେଶ କରିବାରୁ ନିବୃତ୍ତ ରୁହନ୍ତୁ। ପିଲାମାନେ ଘର ସମସ୍ୟା ଯୋଗୁ ପଢ଼ାରେ ମନ ଦେଇ ପାରିବେ ନାହିଁ।

କର୍କଟ:

ଆଜି ହସ ଖୁସିରେ ଦିନଟି କଟିବ। ଅଟକିଥିବା କାମ ପୂରା କରିବେ। ନୂଆ କାମ ଆରମ୍ଭ କରିଥିଲେ, ଧ୍ୟାନ ଦେଇ କରନ୍ତୁ। ବ୍ୟବସାୟରେ ଲାଭ ମିଳିବ। ଲୋକଙ୍କୁ ମିଠା କଥାରେ ନିଜର କରି ନେବେ।

ସିଂହ:

ଆଜିର ଦିନ ଶାନ୍ତିରେ କଟିବ। କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ, ବାଧା ଉପୁଜିବ। ଫଳରେ ମନ ଭଲ ରହିବନି। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ତୁରନ୍ତ ଡାକ୍ତର ଦେଖାନ୍ତୁ।

କନ୍ୟା:

ଆଜି ସମ୍ପତ୍ତି କିଣି ପାରନ୍ତି। ଆର୍ଥିକ ସ୍ଥିତି ସୁଧୁରିବ। ଆଜିର କାମ ଆଜି ହିଁ କରନ୍ତୁ। କାଲି ପାଇଁ ରଖନ୍ତୁ ନାହିଁ। ସବୁ କାମ ଠିକ ସମୟରେ ସାରନ୍ତୁ। ଏହା ଦ୍ବାରା ଲାଭ ପାଇବେ। ମନରେ ନୂଆ ବିଚାର ଆସୁଥିଲେ ଏବେ ହିଁ କରନ୍ତୁ।

ତୁଳା:

ଆଜି ହସ ମଜାରେ ଦିନ କଟିବ। ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। କିଛି ଶାରୀରିକ ସମସ୍ୟା ଥିଲେ, ଖାଦ୍ୟପେୟ ଅଭ୍ୟାସ ବଦଳାନ୍ତୁ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ନୂଆ ସମ୍ପତ୍ତି କିଣିପାରନ୍ତି।

ବିଛା:

ଆଜି ପୂରା ଜୋଶରେ ରହିବେ। ଏଣୁ ସବୁ କାମ ସମୟ ଭିତରେ ହିଁ ଶେଷ କରିବେ। ସେୟାର ବଜାରରେ ନିବେଶ କରିପାରନ୍ତି। କାମ ପାଇଁ ଯାତ୍ରା କରିପାରନ୍ତି। ବେପାରିଙ୍କ ପାଇଁ ଦିନଟି ଅତି ଉତ୍ତମ ରହିବ।

ଧନୁ:

କାର୍ଯ୍ୟ କ୍ଷେତ୍ରରେ ନୂଆ ଚ୍ୟାଲେଞ୍ଜ ଆସିବ। ଫଳରେ ଚିନ୍ତାରେ ରହିବେ। ବିଦ୍ୟାର୍ଥୀଙ୍କୁ ପରୀକ୍ଷା ଦେବାକୁ ପଡ଼ିପାରେ। ଘର ସମସ୍ୟା ଯୋଗୁ ଚିନ୍ତାରେ ରହିବେ। ସଫା ସଫି କରିବାରେ ଅଧିକ ଧ୍ୟାନ ଦିଅନ୍ତୁ।

ମକର:

ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। କିଛି ଅସୁବିଧା ଆସିବ। କିନ୍ତୁ ଆପଣ ତାହାକୁ ସାହାସିକତାର ସହ ସାମ୍ନା କରିବେ। ବିରୋଧୀ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ। ଆପଣ କିନ୍ତୁ ଡରିବେ ନାହିଁ।

କୁମ୍ଭ:

ଆଜିର ଦିନ ମିଶ୍ରିତ ଲାଭ ଦେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। କାହାକୁ ସାହାଯ୍ୟ କରିବାକୁ ଅବସର ମିଳିଲେ, ନିଶ୍ଚୟ କରନ୍ତୁ। ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ। ଆଜି ମାନସିକ ଭାବେ ଖୁସି ରହିବେ।

ମୀନ:

ଆଜି କିଛି ମନ ଖୁସି ହେବା ଭଳି ଜିନିଷ ପାଇବେ। ସରକାରୀ କର୍ମଚାରୀଙ୍କୁ ପ୍ରମୋସନ ମିଳିବ। ଘରେ ଶାନ୍ତିର ବାତାବରଣ ରହିବ। ଜୀବନସାଥୀ ସବୁ କାମରେ ସହଯୋଗ କରିବେ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.