ଦୈନିକ ରାଶିଫଳ : ଏହି ରାଶିର ଲୋକେ ନୂଆ କାରବାର କରିବା ସହ ଆର୍ଥିକ ଲାଭ ପାଇବେ

ମେଷ : ଆଜିର ଦିନରେ ଜନ୍ମ ହୋଇଥିବା ଲୋକମାନେ ବହୁତ ସରଳ ମନଭାବର ହୋଇଥାନ୍ତି । ଆଜିର ଭଲ ଚିନ୍ତା ଆପଣଙ୍କ ଆଚାରବ୍ୟବହାର ଓ କାର୍ଯ୍ୟଶୈଳୀକୁ ନିୟନ୍ତ୍ରିତ କରିବ । ପରିଣାମସ୍ଵରୂପ ପରିବାରରୁ ଶ୍ରଦ୍ଧା, ବନ୍ଧୁଙ୍କ ଆଦର, ସମ୍ମାନନୀୟ ବ୍ୟକ୍ତିଙ୍କ ପ୍ରଶଂସାରେ ଉତ୍‌ଫୁଲ୍ଲ ହୋଇପାରନ୍ତି । ଦୀର୍ଘଦିନରୁ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ ।

ବୃଷ : ଆଜି ଭଲକଥାଗୁଡ଼ିକ ମଧ୍ୟ ପ୍ରିୟଜନଙ୍କୁ ଖଟା ଲାଗିପାରେ । ତଥାପି ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି । ସାହିତ୍ୟ, ସାମ୍ବାଦିକତା, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ ।

ମିଥୁନ : ଭାଗ୍ୟର ଅନୁକୂଳତା ପ୍ରାପ୍ତ ହୋଇ କାର୍ଯ୍ୟସିଦ୍ଧି ସଙ୍ଗକୁ ସମସ୍ୟାର ଦୂରୀକରଣ ଦିଗରେ ଯତ୍ନବାନ ହେବେ । ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ । ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ । ପ୍ରତୀକ୍ଷା କରିଥିବା କୌଣସି ଖବର ମଧ୍ୟାହ୍ନ ପରେ ପାଇ ଖୁସି ହୋଇପାରନ୍ତି ।

କର୍କଟ : ନିଜ ମନର ଚିନ୍ତାଧାରାର ବିଷମତା ହିଁ ମାନସିକ ଅଶାନ୍ତି ସୃଷ୍ଟି କରିପାରେ । ପାରିବାରିକ କଳହ, ଟଙ୍କା ଦେଣନେଣ, କଚେରି ମାମଲାର ଟେନ୍ସନ ପ୍ରଭୃତି ସମସ୍ୟା ମଧ୍ୟ ରହିପାରେ । ସଭାସମିତିରେ ଏପରି କିଛି ପ୍ରସ୍ତାବ ମାନ ଦେବେ, ଯାହାକି ବନ୍ଧୁଙ୍କ ମନକୁ ପାଇବ । ଏଜେନ୍ସିପ୍‌, ଗଣମାଧ୍ୟମ, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ ।

ସିଂହ : ଆଜିର ଦିନଟି ଆପଣଙ୍କ ପାଇଁ ବେଶ ଖୁସିରେ କଟିବ । କିନ୍ତୁ ପ୍ରତ୍ୟେକ କଥାରେ ଅତୀତକୁ ଖୋଜିବସିଲେ ଅନୁତାପ କରିବା ବ୍ୟତୀତ କିଛି ଲାଭହେବନି । କାରବାର ବୃଦ୍ଧିଜନିତ ଆର୍ଥିକ ସ୍ୱଚ୍ଛଳତା ଫେରି ଆସିବ । ବନ୍ଧୁଙ୍କ ପ୍ରେରଣାରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ ।

କନ୍ୟା : ବନ୍ଧୁମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ କାମଟିଏ ସମ୍ପନ୍ନ କରିପାରିବେ ନିଜ ପାଇଁ ସେତିକି କରିପାରିବେ ନାହିଁ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ କରିବାକୁ ପଡ଼ିବ । ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବା ସହ ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ ।

ତୁଳା : ଯାହା ପାଇବା ସକାଶେ ଆଶା କରୁଛନ୍ତି ତାହା ନିଶ୍ଚିତ ଭାବରେ ପାଇପାରିବେ । ତଥାପି ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରି ପାରନ୍ତି । କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ ନାହିଁ ।

ବିଛା : ସ୍ଵାସ୍ଥାବସ୍ଥାରେ ଉନ୍ନତି ଘଟିବାରୁ ମନ ହାଲୁକା ହୋଇଯିବ । ବ୍ୟବସାୟ ଓ ପରିବହନରେ ଉନ୍ନତି କରି ଋଣମୁକ୍ତ ହେବାର ସୂଚନା ରହିଛି । ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଉପକୃତ ହେବେ । ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରି ସଫଳତା ହାସଲ କରିବେ ।

ଧନୁ : ଆଜି ଖର୍ଚ୍ଚାନ୍ତ ହେବେ ସିନା ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜର ଲୋକଙ୍କ ତରଫରୁ ସହଯୋଗ ପାଇବେନି । ସାମାଜିକ ସ୍ତରରେ ପରିସ୍ଥିତି ବଦଳି ଯିବାରୁ ଖୁସି ଅନୁଭବ କରିବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହି ଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।

ମକର : କର୍ମସ୍ଥାନରେ ଦିନଟି ଭଲରେ କଟିବ । ପରିବାର, ଯାନବାହନ, ଆଲୋଚନା, ଯାତ୍ରା, ବ୍ୟବସାୟ ଦିଗଟି ଭଲ ରହିବ । ଯେଉଁ ବିଷୟରେ ଚିନ୍ତିତ ରହିଛନ୍ତି ତାହା ସମାଧାନ ହୋଇଯିବ । ଆଶା ଫଳବତୀ ହେବାରେ ଅସୁବିଧା ରହିବ ନାହିଁ । ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ ।

କୁମ୍ଭ : ଆକସ୍ମିକ ଭାବେ କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ଅନୁଭବ କରିବେ । ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିପାରନ୍ତି । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପି ଦିନଟିରେ ଆୟଠାରୁ ଖର୍ଚ୍ଚ ବଳିଯିବ । ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପୂର୍ବପରି ରହିବ । ସାଧାରଣ କଥାରୁ ହଡ଼ ବଡ଼େଇ ଯାଇପାରନ୍ତି ।

ମୀନ : ଆଜି ପାରିବାରିକ ଖର୍ଚ୍ଚ ବଢିବା ସହ ସ୍ଵାସ୍ଥାସମସ୍ୟା ସୃଷ୍ଟି ହୋଇପାରେ । ବନ୍ଧୁଙ୍କ ସହ ଆଲୋଚନା ମାନସିକ ଆଶ୍ୱସ୍ତି ପ୍ରଦାନ କରିବ । କିନ୍ତୁ ବ୍ୟବସାୟ, ପରିବହନ ଏବଂ ଶିଳ୍ପ, ବାଣିଜ୍ୟ, କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ । ଆନୁଷ୍ଠାନିକ କାମରେ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ଦ୍ୱାରା ସହଯୋଗ ଲାଭପାଇ ଖୁସିହେବେ ।

You might also like