ଆଜିର ଭାଗ୍ୟ ! ଦିନ ଆରମ୍ଭରୁ ଜାଣନ୍ତୁ ରାଶିଫଳ

ମେଷ : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ବୃଷ : ଆଜିର କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ।

ମିଥୁନ : କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ଶତଭିଷା ନକ୍ଷତ୍ରର ଆରୋଗ୍ୟଲାଭ, ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ।

କର୍କଟ : ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ରରେ ବେଶ୍‌ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

ସିଂହ : ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନୀ, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ।

କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବ। ରାଜନୀତି କ୍ଷେତ୍ରରେ ଆଗକୁ ବଢିବେ। ଦେହ ମନ ସୁସ୍ଥ ରହିବ। ଆର୍ଥିକ ସ୍ଥିତି ବୃଦ୍ଧି ହେବ। ଋଣମୁକ୍ତ ହେବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ।

ତୁଳା : ଘରୋଇ ଖର୍ଚ୍ଚ କମ୍ ହେବ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ଘରୋଇ କମ୍ପାନୀରେ ଚାକିରି କରୁଥିବା ଲୋକଙ୍କୁ ଖୁସି ଖବର ମିଳିବ।

ବିଛା : ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ। ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।

ଧନୁ : କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। କାରବାରରେ ଉତ୍‍ଥାନ ପତନ ଲାଗିରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

ମକର : ନୂଆ ବିଚାର ପ୍ରୟୋଗ ପାଇଁ ସମୟ ଉତ୍ତମ। ପରିଶ୍ରମର ସକାରାତ୍ମକ ଫଳ ପାଇବେ। ଛାତ୍ରଛାତ୍ରୀ ଯୋଜନା ତିଆରି କରି ଅଧ୍ୟୟନ କରନ୍ତୁ।

କୁମ୍ଭ : ଆପଣଙ୍କ ମନରେ ବହୁତ ସକାରାତ୍ମକ ଭାବନା ଆସିବ। ସାଥୀଙ୍କୁ ମନର କଥା କହିପାରନ୍ତି। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ବିବାହିତଙ୍କ ଲାଗି ଭଲ ଦିନଟିଏ।

ମୀନ : ଅଫିସରେ ଆପଣଙ୍କ କାମର ବୋଝ କମ୍ ରହିବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ପାଇଁ କୌଣସି ମୂଲ୍ୟବାନ ବସ୍ତୁ କିଣି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.