ରାଶିଫଳ : ଜାଣନ୍ତୁ ଆଜିର ଦିନ ଆପଣଙ୍କ ପାଇଁ କିପରି କଟିବ

ମେଷ : ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ଓ ଦିନଟି ହସଖୁସିରେ କଟିବ । ସହକର୍ମୀଙ୍କ ଆନୁଗତ୍ୟରୁ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ । ଆଲୋଚନା କାଳରେ ବିନା କାରଣରେ ଅନ୍ୟମାନଙ୍କ ରୋଷର କାରଣ ହୋଇପାରନ୍ତି ।
ବୃଷ : ଆଜି କର୍ମକ୍ଷେତ୍ରରେ ଅସୁବିଧାର ଆଶଙ୍କା କରି ମନ ଅସ୍ଥିର ରହିବ । ପୂର୍ବ ନିର୍ଦ୍ଧାରିତ ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ ସମୟରେ ମନାନ୍ତର ଘଟିପାରେ । କର୍ମକ୍ଷେତ୍ରରେ ବିଳମ୍ବରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ । ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ ।
ମିଥୁନ : ପ୍ରତ୍ୟେକ ସମସ୍ୟା ସୁଧାରି କାମ ହାସଲ କରିବେ । ସାମାଜିକ ସ୍ତରରେ, ସାଙ୍ଗଠନିକ କ୍ଷେତ୍ରରେ, ସାଂସ୍କୃତିକ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ତରବରିଆ ପଦକ୍ଷେପ ନେଲେ ହଇରାଣ ହେବେ । ବ୍ୟବସାୟରେ ଆଶାନୁରୂପ ସୁଫଳ ପାଇବେ ।
କର୍କଟ : ଅର୍ଥନୈତିକ ଅଭିବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ସ୍ଥିର ମନ ନେଇ କାମ କଲେ ସମସ୍ୟାର ସମାଧାନ ହେବ । ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ । ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ ।
ସିଂହ : ଆଜି ମନ ପ୍ରଫୁଲ୍ଲ ରହିବ, କିନ୍ତୁ ନିକଟରେ ରହି ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ । ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ଅବହେଳା କାରଣରୁ ସ୍ଥଗିତ ରହିଥିବା କାମ ପାଇଁ କୈଫିୟତ୍ ଦେବାକୁ ପଡ଼ିପାରେ । ଜମିଜମା ବିବାଦ କ୍ରମଶଃ ତୀବ୍ରତର ହେବାର ସୂଚନା ରହିଛି ।
କନ୍ୟା : କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ । ମାତ୍ର ବାଗ୍ମିତା ବଳରେ ଅର୍ଥ ସମ୍ପର୍କୀୟ କୌଣସି ବିବାଦର ଅବସାନ ଘଟାଇ ପାରନ୍ତି । ଯାନ୍ତ୍ରିକ ତ୍ରୁଟି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ କରାଇବ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ କେତେକାଂଶରେ ମନ୍ଥର କରିବାର ଆଶଙ୍କା ରହିଛି ।
ତୁଳା : ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ସୁଯୋଗ ଆପଣାଛାଏଁ ଆସିବ ଓ ଆର୍ଥିକ ଦିଗଟି ଭଲ ରହିବ । ଆଜିର ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ଆନୁଷ୍ଠାନିକ କିମ୍ବା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଅନୁରାଧା ନକ୍ଷତ୍ରର ପରିବାର ସହ ଆଜିର ଭ୍ରମଣ ବେଶ୍ ଆନନ୍ଦଦାୟକ ହେବ ।
ବିଛା : ସ୍ବାସ୍ଥ୍ୟ ସମସ୍ୟା କିଛି ମାତ୍ରାରେ ବୃଦ୍ଧି ପାଇଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଯାହା ଓ ଯେମିତି କଲେ ମଧ୍ୟ ଈର୍ଷାଳୁଙ୍କ ଦ୍ୱାରା ସମାଲୋଚିତ ହେବାକୁ ପଡ଼ିବ । ବିବାଦୀୟ ପରିସ୍ଥିତିରେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ପାରିବାରିକ ଜୀବନରେ ସମ୍ପର୍କୀୟ ଅଶାନ୍ତିର କାରଣ ହୋଇପାରେ ।
ଧନୁ : ସମ୍ପର୍କୀୟଙ୍କ ପ୍ରତି ସୁସମ୍ପର୍କର ଅଭାବଜନିତ ଭାବପ୍ରବଣତା ବୃଦ୍ଧି ପାଇବ । କ୍ରୀଡ଼ା, ସାହିତ୍ୟ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇବେ, କିନ୍ତୁ ତଦନୁଯାୟୀ ପଦକ୍ଷେପ ନେବା କଷ୍ଟକର ହେବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । ପିଲାମାନଙ୍କ ପାଇଁ ମନ ଭାରାକ୍ରାନ୍ତ ରହିପାରେ ।
ମକର : ସାମୟିକ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ପାରିବାରିକ କ୍ଷେତ୍ରରେ ଅତୀତକୁ ଧରିବସିଲେ ବର୍ତ୍ତମାନକୁ ହରାଇବାକୁ ପଡ଼ିପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଅର୍ଥ ଅଭାବ ହେତୁ ବନ୍ଧୁଙ୍କ ପାଖରେ ହାତ ପାତିବାକୁ ପଡ଼ିପାରେ ।
କୁମ୍ଭ : ଆଜି ଆପଣଙ୍କର ଏକାଧାରରେ ଶାରୀରିକ ଓ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ । ଶିଳ୍ପ, ବାଣିଜ୍ୟ, ରାଜନୀତି ଓ କୂଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ । ଆନୁଷ୍ଠାନିକ କିମ୍ବା ପ୍ରଶାସନିକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଦାୟୀ କରି ଅନୁତପ୍ତ ହୋଇପାରନ୍ତି ।
ମୀନ : ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ସଫଳତା ହାସଲ କରିବେ । ପରିବାରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିରତା ଅନୁଭବ କରିପାରନ୍ତି । ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚିତ ହେବେ । ନିଜ ଲୋକଙ୍କ ସମ୍ବନ୍ଧରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିବାର ଆଶଙ୍କା ରହିଛି ।