ରାଶିଫଳ

ଜାଣିବାକୁ ଚାହୁଁଛନ୍ତି କି ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି କିପରି କଟିବ, ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ଯେକୌଣସି କାମ କରିବେ ତାହା ଭଲ ହେବ । ଦାୟିତ୍ୱ ପୂରଣ କରିବେ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ବେପାରିଙ୍କ ପାଇଁ ଦିନଟି ଭଲ । ବିଚାର କରି କୌଣସି ନିଷ୍ପତ୍ତି ନେବେ, ନଚେତ୍‌ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ପଦବୀ ଓ ପ୍ରତିଷ୍ଠା ବଢିବା କାରଣରୁ ବହୁତ ଖୁସି ରହିବେ । ରାଜନୀତିରେ କିଛି ବଡ ପଦବୀ ମିଳିପାରେ ।

ବୃଷ: ଆଜି ଦିନଟି ଆପଣଙ୍କ ଭାଗ୍ୟ ଦୃଷ୍ଟିକୋଣରୁ ଉତ୍ତମ ରହିବ । ଦାନଧର୍ମରେ ଅଧିକ ରୁଚି ରହିବ । ଶୁଭ ଖବର ମିଳିବ । ଖର୍ଚ୍ଚ କମ୍‌ କରିବାକୁ ପଡିବ, ନଚେତ୍‌ ସମସ୍ୟା ହୋଇପାରେ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କିଛି ନୂଆ ଲୋକଙ୍କ ସହ ଜଡିତ ହେବେ ।

ମିଥୁନ: ଆପଣଙ୍କୁ କୌଣସି ନୂତନ ପଦବୀ ମିଳିବ । ନୂଆ ସାଙ୍ଗ ଗଢିବେ । ନିଜ ଚିନ୍ତାଧାରାରେ ଏକ ନୂଆ ମୋଡ ଆଣିବେ । କୌଣସି ଶୁଭ କାମରେ ଯୋଗ ଦେବେ । ଭାବିଚିନ୍ତି ଆଜି କୌଣସି କାର୍ଯ୍ୟରେ ଆଗକୁ ବଢିବେ । ଘରକୁ ଅତିଥି ଆସିପାରନ୍ତି । ବରିଷ୍ଠ ଲୋକଙ୍କ ସହ ମିଳିମିଶି କାମରେ ଆଗକୁ ବଢିବେ ।

କର୍କଟ: ଆଜି ଦେବାନେବା ମାମଲାରେ ସାବଧାନ ରୁହନ୍ତୁ । ପରିବାରରେ ସୁଖ ସୁବିଧା ମିଳିବ । କୌଣସି କାର୍ଯ୍ୟକୁ ନିର୍ଭୟ ଭାବେ ପୂରା କରିବେ । ଛାତ୍ରଛାତ୍ରୀ ପାଠପଢାକୁ ନେଇ ଗୁରୁଜନଙ୍କ ସହ କଥା ହେବେ । ଭାବିଚନ୍ତି କାମ କରିବା ଆପଣଙ୍କ ପାଇଁ ଠିକ୍‌ ହେବ ।

ସିଂହ: ଦିନଟି ଠିକ୍‌ ଠାକ ରହିବ । ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ । ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଠିକ୍‌ କରିବେ । ସାହସିକତା ସହ କାମ କରିବେ । କାମ ଭଲ ଭାବେ କରିବେ ଏବଂ ସାଙ୍ଗସାଥିଙ୍କ ସମର୍ଥନ ମିଳିବ ।

କନ୍ୟା: ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ । ପ୍ରତିଯୋଗିତାରେ ଭଲ ଫଳ ମିଳିବ । କୌଣସି କାର୍ଯ୍ୟରେ ସଫଳତା ମିଳିବ । ଘର ସଜାଇବାରେ ଧ୍ୟାନ ଦେବେ । ପରିବାରରେ କଳହ ଦୂର ହେବ । ଚାକିରି ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି ।

ତୁଳା: ଦିନଟି ଭଲରେ କଟିବ । ବଡ ଲୋକଙ୍କ ଠାରୁ ସାହାଯ୍ୟ ମିଳିବ । କିଛି କାମକୁ ପୂରା କରିବା ପାଇଁ ଚେଷ୍ଟା କରିବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୁଚି ଦେବେ । ସେୟାର ମାର୍କେଟରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ । ପାଠପଢାକୁ ନେଇ କିଛି ପଦକ୍ଷେପ ନେବେ । ବାପାଙ୍କ ସହ ଝଗଡା ହୋଇପାରେ ।

ବିଛା: ଆଜିର ଦିନଟି ଆପଣଙ୍କ ଆବଶ୍ୟକତା ପୂର୍ଣ୍ଣ ରହିବ, ଯାହାଦ୍ୱାରା ଆପଣ ଆଗକୁ ବଢିବେ । ଆପଣ ଆଜି ସତ୍ୟ ପଥରେ ଚାଲିବେ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ । କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଠିକ୍‌ ହେବ । ବିଚାର କରି କାମ କରିବେ ନଚେତ ସମସ୍ୟା ହୋଇପାରେ । ମା ’ଙ୍କ ସହ ଠିକ୍‌ ଭାବେ କଥାବାର୍ତ୍ତା କରିବେ । ନହେଲେ ଝଗଡା ହେବାର ସମ୍ଭାବନା ରହିଛି ।

ଧନୁ: ଆପଣଙ୍କ ଦିନଟି ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପିଲାମାନଙ୍କର କୌଣସି କଥାରେ ଖୁସି ରହିବେ ଏବଂ କିଛି କାମରେ ସଫଳ ହେବେ । ନୃତ୍ୟ କରୁଥିବା ଲୋକଙ୍କୁ ଭଲ ଫଳ ମିଳିବ । ବ୍ୟବସାୟ ଆଗକୁ ବଢାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ରହିବ ।

ମକର: ଆପଣଙ୍କୁ କୌଣସି କାର୍ଯ୍ୟରେ ସୁବିଧା ସୁଯୋଗ ମିଳିବ । ଭାବିଚିନ୍ତି କାମ କରିବା ଯୋଗୁ ଆପଣଙ୍କୁ ଲାଭ ମିଳିବ । କୌଣସି ଲୋକଙ୍କ ଉପଦେଶରେ ଦାୟିତ୍ୱର ସହ କାମ ପୂରା କରିବେ । ପରିବାରର ସାହାଯ୍ୟ ମିଳିବ । ନିଜର ବ୍ୟବହାର ଠିକ୍‌ ରଖିବେ ଏବଂ କଥାବାର୍ତ୍ତାରେ ସଂଯମତା ରଖିବେ, ନଚେତ ସମସ୍ୟା ହୋଇପାରେ ।

କୁମ୍ଭ: ଆଜି ଆପଣଙ୍କୁ ଦେବାନେବା କାମରେ ସାବଧାନ ରହିବାକୁ ପଡିବ । ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢିବ । ବ୍ୟବସାୟିକ ଯୋଜନା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ମା’ଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ, ସେଥିପାଇଁ ସାବଧାନ ରହିବାକୁ ପଡିବ । ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ମିଳିବ ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ସାଙ୍ଗ ସହ କିଛି ସମୟ କାଟିବେ ।  ଆପଣଙ୍କୁ ଆଶା ଠାରୁ ଅଧିକ ଧନ ମିଳିବ, ଯାହାଦ୍ୱାରା ଖୁସି ରହିବେ । ପରିବାରର କୌଣସି ବ୍ୟକ୍ତିଙ୍କୁ ନିଜ ମନ କଥା କହିବା ପାଇଁ ସୁଯୋଗ ମିଳିବ । କିଛି ସମୟ ଆନନ୍ଦ ରହିବେ । କିଛି କାମ ଯୋଗୁ ଉଚ୍ଚ ଅଧିକାରୀଙ୍କ ମନ ଜିତିବେ ।

D Sonali

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

33 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

47 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago