ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ରାଶି

ମେଷ: ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ଅନୁମତି ନିଅନ୍ତୁ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ।

ବୃଷ: ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ପ୍ରଭାବିତ କରିବ। ସରକାରୀ କାମରେ ସଫଳତା ମିଳିପାରେ। ପରିବାରର ସ୍ଥିତି ଠିକ୍‌ ରହିବ।

ମିଥୁନ: ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ରହିପାରନ୍ତି। ଜୀବନସାଥୀଙ୍କ ପରାମର୍ଶ କାମରେ ଆସିବ। ବାହନ ସାବଧାନତାର ସହ ଚଳାନ୍ତୁ।

କର୍କଟ: ବେପାରୀଙ୍କ ଲାଗି ଦିନଟି ଭଲ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ନିଜର କାମ ସୁରୁଖୁରୁରେ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଆପଣଙ୍କୁ ଖୁସି ଖବର ମଳିବ। ନୂଆ ଉତ୍ସରୁ ଧନଲାଭ ହେବ। ପ୍ରେମରେ ସଫଳତା ମିଳିବ।

କନ୍ୟା: ଦିନଟି ଆତ୍ମବିଶ୍ବାସଭରା ରହିବ। ଆପଣଙ୍କ ବ୍ୟବହାରରେ ଅନ୍ୟ ଲୋକମାନେ ପ୍ରସନ୍ନ ରହିବେ। ବ୍ୟବସାୟ‌ରେ ଲାଭ ହୋଇପାରେ।

ତୁଳା: ମନରେ ଧାର୍ମିକ ଭାବନା ଉଦୟ ହେବ। ଆପଣଙ୍କୁ କୌଣସି ଭଲ ସୁଯୋଗ ମିଳିପାରେ। ବିବାହିତ ଲୋକଙ୍କୁ ଶୁଭ ସମାଚାର ମିଳିବ।

ବିଛା: ଆପଣଙ୍କ କାମ ସମୟ ପୂର୍ବରୁ ପୂରା କରିନେବେ। ଧନଲାଭର ନୂଆ ମାର୍ଗ ଖୋଲିବ। ସପରିବାର ମନ୍ଦିର ଯାଇ ଠାକୁର ଦର୍ଶନ କରିବେ।

ଧନୁ: ଅବିରତ ପ୍ରୟାସରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସୁଧୁରିବ। ଅଫିସରେ ସନ୍ତୁଷ୍ଟ ରହିବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ।

ମକର: ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବେପାରରେ ଲାଭର ଯୋଗ ରହିଛି। ପରିବାରରେ ସୁଖ ଶାନ୍ତି ବଢ଼ିବ। ଛାତ୍ରଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।

କୁମ୍ଭ: ନିଜର କାମ ଯଥା ସମୟରେ ପୂରା କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି।

ମୀନ: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କୌଣସି କାମରେ ଭାଇଭଉଣୀଙ୍କର ସହଯୋଗ ପାଇବେ। ନୂଆ ଚାକିରି ମିଳିବାର ଯୋଗ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.