ଆଜିର ରାଶିଫଳ, ଦିନଟି କେମିତି କଟିବ ଏବେଠୁ ଜାଣନ୍ତୁ

ମେଷ: ଆଜି ଆପଣ ନିଜର କାର୍ଯ୍ୟ ପଦ୍ଧତି ପରିବର୍ତ୍ତନ କରିବେ। ଯୋଜନା ବଦଳିଯିବା ସାଙ୍ଗକୁ ଗସ୍ତ ମଧ୍ୟ ସ୍ଥଗିତ ରହିଯାଇପାରେ। ଯାନ ବାହନ, ଗୃହସୀମା, ସଭାସମିତି, ଜମିଜମା, ନିକଟ ସମ୍ପର୍କୀୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଯାହାକୁ ଅଧିକ ବିଶ୍ୱାସ କରୁଛନ୍ତି ସେହି ବ୍ୟକ୍ତି ଦ୍ୱାରା ପ୍ରତାରିତ ହୋଇପାରନ୍ତି।

ବୃଷ: ଦୁଃସାହସିକ ପଦକ୍ଷେପ ନେବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଆଶା ବାସ୍ତବତାରେ ପରିଣତ ହେବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ନିଜ କାର୍ଯ୍ୟଦକ୍ଷତା ବଳରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନା କରିବେ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ ପଦୋନ୍ନତି ମିଳିବ। ଦେହ ଓ ମନ ସୁସ୍ଥ ରହିବ।

ମିଥୁନ: କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବ ସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ଶତଭିଷା ନକ୍ଷତ୍ରର ଲୋକ ଆରୋଗ୍ୟଲାଭ କରିବା ସହ ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ।

କର୍କଟ: ପୂର୍ବରୁ ଆପଣଙ୍କ ଗ୍ରହ ଖରାପ ଥିଲା। କର୍ମ କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇଥିଲା। ଯେହେତୁ ଏବେ ବୃହସ୍ପତି ବକ୍ରି ହୋଇଗଲେ, ଏଣୁ ପୂର୍ବରୁ ନଷ୍ଟ ହୋଇଥିବା ମାନ, ସମ୍ମାନ, ପ୍ରତିଷ୍ଠା, ସୁଖ ନିଦ୍ରା ଆଦି ପୁଣି ଫେରିବ। ନିଜର ଚେଷ୍ଟା, ପ୍ରଚେଷ୍ଟା ଯୋଗୁ ମର୍ଯ୍ୟାଦାର ସହ ପ୍ରତିଷ୍ଠା ଲାଭ କରିବେ। ଦେହ, ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ପରିବାରରେ ସବୁ କାର୍ଯ୍ୟ ସୁଚାରୁରୂପେ କରିବେ।

ସିଂହ: ଖେଳକୁଦରେ ନିଜକୁ ନିୟୋଜିତ କରିବେ। ଏପରିକି ଅଗ୍ରଣୀ ଭୂମିକା ଗ୍ରହଣ କରି ସମସ୍ତ ଦୃଷ୍ଟି ଆକର୍ଷଣ କରିବେ। ଆଶା ବାସ୍ତବିକ ରୂପ ନେବ। ବେକାରମାନେ ସବୁ ପରୀକ୍ଷାରେ ଦକ୍ଷତା ପ୍ରତିପାଦନ କରି କର୍ମ କ୍ଷେତ୍ରରେ ଅବସ୍ଥାନ ହେବେ।

କନ୍ୟା: ଯାହା କହିବେ ତାହା କରିବେ ନାହିଁ, ଯାହା କରିବେ ତାହା କହିବେ ନାହିଁ। ଶନି ଓ ବୃହସ୍ପତି ବକ୍ରିରେ ଥିବାରୁ ନିଶ୍ଚିତ ଭାବେ ବିଳମ୍ବରେ ହେଲେ ମଧ୍ୟ ଲିଖିତ ପରୀକ୍ଷା, ମୌଖିକ ପରୀକ୍ଷା ଓ ଅନ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ତୁଳା: ତୁଳନାତ୍ମକ ନିଷ୍ପତ୍ତି ନେବେ। ଆଶା ବାସ୍ତବତାରେ ପରିଣତ ହେବ। କୌଣସି ଅନୁଭୂତିଶୀଳ ବ୍ୟକ୍ତିଙ୍କ ପରାମର୍ଶକ୍ରମେ ସ୍ଥାୟୀ ଉପାର୍ଜନର ପନ୍ଥା ପାଇବେ। ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ। ପୁରୁଣା ଗାଡ଼ି ବିକି ନୂଆ କିଣିବେ। ଭଲ ସମ୍ପତ୍ତି କ୍ରୟ କରିବେ।

ବିଛା: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଅଶୁଭ। ଶାରୀରିକ ଅସୁସ୍ଥ ଅନୁଭବ କରିବେ। ସମସ୍ତ କାର୍ଯ୍ୟକଳାପ ସନ୍ଦେହଜନକ ହେବ। ଫଳରେ ଉତ୍ତରଦାୟୀ ହେବେ। ଆଶା ଆଶଙ୍କାରେ ପରିଣତ ହେବ। ସମସ୍ତ ଚେଷ୍ଟା ସତ୍ତ୍ୱେ ଆଶାନୁରୂପ ଶୁଭ ଫଳ ମିଳିବ ନାହିଁ। ରକ୍ତ ସମ୍ପର୍କୀୟ, ଦୂର ସମ୍ପର୍କୀୟ, ସାଙ୍ଗ ସାଥୀ ଦୂରେଇ ଯିବେ। ଏଣୁ ସ୍ୱଭାବରେ ପରିବର୍ତ୍ତନ ଆଣନ୍ତୁ। ଦିନ ସାରା ଚୁପ୍‌ ରହିବା ଭଲ ହେବ।

ଧନୁ: ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛ। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତିରେ ପ୍ରଶଂସିତ ହେବେ।

ମକର: ଏହି ବ୍ୟକ୍ତି ବିଶେଷ ଅତି ଚତୁରତାର ସହ ପରିବାରରେ ଶାନ୍ତି ରକ୍ଷା କରିବା ପାଇଁ ସହାୟକ ହେବେ। ଉତ୍ତରାଧିକାରୀ ପରିବାର ଲୋକଙ୍କୁ ମାର୍ଗଦର୍ଶନ ଦେବେ। ରାଜନୀତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ। ଦେହ ମନ ସୁସ୍ଥ ରହିବ।

କୁମ୍ଭ: ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

ମୀନ: ଉଦ୍ୟମରେ ସଫଳତା ପାଇବେ। ବିଭିନ୍ନ ଦିଗରୁ ଅର୍ଥ ଆସିବ। ନିଜର ଚେଷ୍ଟା, ପ୍ରଚେଷ୍ଟା ଯୋଗୁ ମର୍ଯ୍ୟାଦାର ସହ ପ୍ରତିଷ୍ଠା ଲାଭ କରିବେ। ଆଶା ବାସ୍ତବତାରେ ପରିଣତ ହେବ। ନିର୍ବାଚନରେ ବିଜୟ ଲାଭ କରିବେ। ଦେହ, ମନ ସୁସ୍ଥ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.