ଆଜିର ରାଶିଫଳ : ଆଜି ଏହି ସବୁ ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ

ମେଷ : ମନ ଭିତରେ ଯାହା ଥାଉନା କାହିଁକି ଉପର ମନରେ ହସି ହସି କଥା କହିବେ । ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲ ରହିବା ସାଙ୍ଗକୁ ଯାହା ଓ ଯେମିତି ଚାହୁଁଛନ୍ତି ତାହା ଅବଶ୍ୟ ପାଇପାରିବେ । ହଠାତ୍‌ ନୂତନ ବନ୍ଧୁସମ୍ପର୍କ ସୃଷ୍ଟିରୁ ମନ ଖୁସି ରହିପାରେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି ।

ବୃଷ : ଆଜିର ଦିନରେ ଜନ୍ମ ହୋଇଥିବା ଲୋକମାନେ ବହୁତ ସରଳ ହୋଇଥାନ୍ତି, କିନ୍ତୁ ଛୋଟ ଛୋଟ କଥାରେ କ୍ରୋଧିତ ମଧ୍ୟ ହୋଇଯାନ୍ତି । ଦୂରାଗତ ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ । ଦୀର୍ଘପଥ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଘରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।

ମିଥୁନ : ଆଜି ଆପଣ କଥା ଓ କାମକୁ ଏପଟସେପଟ କରିଦେବାର ଆଶଙ୍କା ରହିଛି । ଯାହାଫଳରେ ତର୍କବିତର୍କ ଅଥବା ଟଙ୍କା ପଇସାକୁ କେନ୍ଦ୍ରକରି ଆକସ୍ମିକ କଳହ ଲାଗିପାରେ । ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହୋଇପାରେ । ପିଲାଙ୍କ ପଢ଼ାକୁ ନେଇ ଚିନ୍ତିତ ରହିବେ ।

କର୍କଟ : ଆକସ୍ମିକ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ । ପରିବାରରୁ କୌଣସି ଅପ୍ରୀତିକର ଖବର ପାଇ ସକାଳୁ ସକାଳୁ ମନଟା ବିଗିଡ଼ି ଯାଇପାରେ । ବନ୍ଧୁଙ୍କ ମାଧ୍ୟମରେ ନୂତନ ବସ୍ତ୍ରଭୂଷଣ କିମ୍ବା ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ । ବ୍ୟବସାୟ, ପରିବହନ ଧିମାଗତିରେ ଚାଲିବା କାରଣରୁ କ୍ଷୋଭ ପ୍ରକାଶ କରିପାରନ୍ତି ।

ସିଂହ : ସକାଳୁ ସକାଳୁ ଆପଣ ଆଦୌ ଆଶା କିମ୍ବା କଳ୍ପନା କରି ନ ଥିବା କାମଟିଏ ଜୁଟିଯିବ । ଦିନସାରା ଦୃଢ଼ ମନୋବଳ ନେଇ କାମ କରିବେ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ । ଆତ୍ମୀୟ ମାନେ କ୍ରମଶଃ ଦୂରେଇ ଯାଇପାରନ୍ତି, ଯାହାକି କେତେକ ଆକସ୍ମିକ ସମସ୍ୟା ସୃଷ୍ଟି କରିବ ।

କନ୍ୟା : ଆଜିର ଯାତ୍ରା, ସ୍ଥଗିତ କାମ, ବକେୟା ଅର୍ଥ ଯଥାସମୟରେ ପ୍ରାପ୍ତକରି ମନ ଖୁସି ହୋଇଯିବ । କିନ୍ତୁ ସାମୟିକ ଭାବେ ଶାରୀରିକ ପୀଡ଼ା ଯୋଗୁ ମନ ବିଚଳିତ ହୋଇପାରେ । ବନ୍ଧୁମାନଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ନିଷ୍ପତ୍ତି ବଦଳାଇ ଦେଇପାରନ୍ତି । ବିଭିନ୍ନ ପ୍ରକାର ସମସ୍ୟା ରହିଥିଲେ ମଧ୍ୟ କାମ କରିବାକୁ ପଛେଇବେ ନାହିଁ ।

ତୁଳା : ପାରିବାରିକ କ୍ଷେତ୍ରରେ ସମସ୍ୟା ବଢ଼ିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ । ଆତ୍ମୀୟଙ୍କ କଟା ଘା’ରେ ଚୂନଛିଟା କଥା ମନକୁ ବେଶି ବାଧିବ । ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି । ଆବଶ୍ୟକତା ପୂରଣ କରିବାକୁ ଯାଇ ମୋଟାଅଙ୍କର ଅର୍ଥ କରଜ କରିବାକୁ ପଡ଼ିପାରେ ।

ବିଛା : ନିଜ କାମ ପଛକୁ ପକାଇ ଅନ୍ୟମାନଙ୍କ କାମକୁ ପ୍ରାଧାନ୍ୟ ଦେବାରୁ ପରିବାରରେ କୈଫିୟତ୍‌ ଦେବାକୁ ପଡ଼ିବ । ଅଧିକାଂଶ ସମୟ ଅନୁପସ୍ଥିତିଜନିତ ବନ୍ଧୁମାନେ ଅଭିଯୋଗ କରିପାରନ୍ତି । ବହୁ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ପଡ଼ିବାର ଆଶଙ୍କା ରହିଛି । ବନ୍ଧୁ ମରମ କଥା କହି ପ୍ରତିଶୋଧ ନେଇପାରନ୍ତି ।

ଧନୁ : ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବା କାରଣରୁ କାର୍ଯ୍ୟକ୍ଷେତ୍ରରେ ଉତ୍ସାହିତ ହେବେ । ସମ୍ପର୍କୀୟଙ୍କ ପରାମର୍ଶରେ ନୂତନ କାମର ପରିକଳ୍ପନା କରିପାରନ୍ତି । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ, ଅନ୍ୟଥା ସମସ୍ୟା ଭିତରକୁ ଯାଇପାରନ୍ତି ।

ମକର : ଆଜି ଦିନଟିରେ ମନ ଖୁସି ରହିବ, ଯାହା କରିବାକୁ ଯାଉଛନ୍ତି ତାହା ପୁରା ହେବନାହିଁ । ବହୁଦିନ ପରେ ନିକଟ ସମ୍ପର୍କୀୟଙ୍କ ସହ ଆଲୋଚନାରେ ଭାଗ ନେଇପାରନ୍ତି । ସତର୍କତା ଅଭାବରୁ ଅର୍ଥ କିମ୍ବା କୌଣସି ଜିନିଷ ହରାଇ ବ୍ୟସ୍ତ ହେବେ । ସଭାସମିତିରେ ପ୍ରିୟକଥା କହି ସମସ୍ୟାକୁ ସୁଧାରିନେବେ ।

କୁମ୍ଭ : ଆଜି ମନ ଅନୁଯାୟୀ କାମ ହାସଲ ସହ ବନ୍ଧୁମାନଙ୍କ କଥାରେ ମନ ଖୁସି ହୋଇଯିବ । ଯାତ୍ରାକାଳରେ ଅଜଣା ଅଶୁଣା ଲୋକମାନଙ୍କୁ ମନେଇବାରେ ସଫଳ ହେବେ । ପାରିବାରିକ କ୍ଷେତ୍ର ସକାଶେ କୌଣସି ଅପୂର୍ଣ୍ଣତା ମନଦୁଃଖର କାରଣ ହୋଇପାରେ । ଧନାଧିପଙ୍କ କେନ୍ଦ୍ରାବସ୍ଥାନରୁ ବ୍ୟୟ ବୃଦ୍ଧି କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ ।

ମୀନ : ଆଜି ଆପଣଙ୍କ କୌଣସି ନୂଆ ଇଛା ପୁରା ହେବ । କାର୍ଯ୍ୟସିଦ୍ଧି ଘଟିବା ସହ ହସଖୁସିରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ଦୂରାଗତ ବନ୍ଧୁଙ୍କ ସମସ୍ୟା ସମାଧାନ ପାଇଁ କିଛି କରିବାକୁ ପଡ଼ିବ । ଆଲୋଚନା, ଆନୁଷ୍ଠାନିକ କାମ, ମଜା ମଉଜର ପରିସରରୁ ଖୁସି ହୋଇପାରନ୍ତି ।

You might also like