ଆଜିର ରାଶିଫଳ: ମହାଶିବରାତ୍ରି ଦିନ ମନରେ ଆସିବ ନୂଆ ବିଚାର; ପରିବାର ସଦସ୍ୟଙ୍କର ସହଯୋଗ ମିଳିବ
ଆଜି ମହାଶିବରାତ୍ରି ଦିନ ଖୁସିରେ ଭରି ରହିବ। ବ୍ୟବସାୟ ଆଳରେ ଆପଣ ବିଦେଶ ଯାଇପାରନ୍ତି। ଆଜି ଆପଣଙ୍କ ପିଲାମାନେ ଆପଣଙ୍କୁ କିଛି ଭଲ ଖବର ଦେଇପାରନ୍ତି।
ମେଷ: ଆଜି ମହାଶିବରାତ୍ରି ଦିନ ଖୁସିରେ ଭରି ରହିବ। ବ୍ୟବସାୟ ଆଳରେ ଆପଣ ବିଦେଶ ଯାଇପାରନ୍ତି। ଆଜି ଆପଣଙ୍କ ପିଲାମାନେ ଆପଣଙ୍କୁ କିଛି ଭଲ ଖବର ଦେଇପାରନ୍ତି।
ବୃଷ: ଆଜି ଆପଣଙ୍କୁ ବ୍ୟବସାୟ ସଫଳତା ମିଳିପାରେ। କାର୍ଯ୍ୟରେ ସଫଳତା ଏବଂ ଯଶ ଓ କୀର୍ତ୍ତି ପ୍ରାପ୍ତ ପାଇଁ ଆଜି ମହାଶିବରାତ୍ରିର ଦିନ ଶୁଭ ହେବ।
ମିଥୁନ: ମଉଜ, ମସ୍ତିର ଯାତ୍ରା ଏବଂ ସାମାଜିକ ମିଳାମିଶା ଆପଣଙ୍କୁ ଖୁସି ରଖିବ। ଆଜି ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।
କର୍କଟ: ଆଜି ମହାଶିବରାତ୍ରିରେ ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଆଜି ଆପଣ କୌଣସି ନୂଆ ବ୍ୟବସାୟର ଯୋଜନା ମଧ୍ୟ କରିପାରନ୍ତି। ପାରିବାରିକ କାର୍ଯ୍ୟ କରିବାରେ ଘରର ସମସ୍ତ ସଦସ୍ୟଙ୍କ ସହଯୋଗ ପ୍ରାପ୍ତ ହେବ।
ସିଂହ: ଆଜି ମହାଶିବରାତ୍ରିରେ ଆପଣଙ୍କ ଜ୍ଞାନ ଏବଂ ହାସ୍ୟ-ପରିହାସ ଆପଣଙ୍କ ଆଖପାଖର ଲୋକଙ୍କୁ ପ୍ରଭାବିତ କରିବ। ଆପଣ ନିଜର ଆମଦାନୀକୁ ଆହୁରି ଉନ୍ନତ କରିବା ପାଇଁ ପ୍ରୟାସ କରିବେ।
କନ୍ୟା: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବ। ଅତିରିକ୍ତ ଧନକୁ ରିଅଲ ଇଷ୍ଟେଟରେ ନିବେଶ କରାଯାଇପାରିବ। ଆଜି ସମସ୍ତେ ଆପଣଙ୍କ ସହିତ ବନ୍ଧୁତା କରିବାକୁ ଚାହିଁବେ।
ତୁଳା: କୌଣସି ବନ୍ଧୁଙ୍କର ଜ୍ୟୋତିଷୀୟ ପରାମର୍ଶ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ନିଜ ପରିବାରକୁ ନିଜର କାର୍ଯ୍ୟକଳାପ ଦ୍ୱାରା ଅନୁଭବ କରାଇ ଦିଅନ୍ତୁ ଯେ ଆପଣ ସେମାନଙ୍କ ପ୍ରତି କେତେ ଯତ୍ନବାନ।
ବିଛା: ଆଜି ଆପଣଙ୍କର ପ୍ରବୃତ୍ତି ଆଧ୍ୟାତ୍ମିକତା ଆଡକୁ ରହିବ। କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିପାରନ୍ତି।
ଧନୁ: ଆଜି ଆପଣଙ୍କୁ ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ। ପରିବାର ସଦସ୍ୟଙ୍କ ସହଯୋଗ ପ୍ରାପ୍ତ ହେବ। ହଠାତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବି ଅଟକିପାରେ। ଆଜି ଟେନସନ କମ୍ ନିଅନ୍ତୁ।
ମକର: ଆଜି ମହାଶିବରାତ୍ରିରେ ଭୌତିକ ସୁଖ ବୃଦ୍ଧି ପାଇବ। କାରବାରରେ ଲାଭ ହେବ। ସାଙ୍ଗମାନଙ୍କର ସହଯୋଗ ମିଳିବ। ସହଭାଗୀତାରୁ ଲାଭ ହେବ।
କୁମ୍ଭ: ଆଜି ମହାଶିବରାତ୍ରି ଦିନ ଉତ୍ତମ ସ୍ୱାସ୍ଥ୍ୟ ହେତୁ ଆପଣ କୌଣସି ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରନ୍ତି। ଆଜି ଆପଣଙ୍କୁ କିଛି ଆର୍ଥିକ ଲାଭ ହୋଇପାରେ। ଘରେ ସଫାସୁତରାର ଆବଶ୍ୟକ ରହିଛି।
ମୀନ: ଆଜିର ଦିନ ଆପଣଙ୍କ ପାଇଁ ଶୁଭ ରହିବ। ଆଜି ସମସ୍ତ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଆପଣ କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି, ଯାହାଙ୍କ ସହିତ ଆପଣ ବୁଲିବାକୁ ଯାଇପାରନ୍ତି।