ରାଶିଫଳ

ଆଜିର ରାଶିଫଳ : ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ଦିନଟି ଭଲରେ ଆରମ୍ଭ ହେବ । କୌଣସି କାମରୁ ଲାଭ ମିଳିବ । କାମ ସହଜରେ ପୂରା ହେବ । ପରିବାରରେ କିଛି ନୂଆ ଦାୟିତ୍ୱ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଆୟ ମଧ୍ୟ ବୃଦ୍ଧି ହୋଇପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ ।

ବୃଷ: ଆଜି ଦିନରେ କିଛି ନୂଆ ଉପହାର ମିଳିପାରେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ ପୂରା ହୋଇଯିବ । କିଛି ନୂଆ ଅନୁଭୂତି ପ୍ରାପ୍ତି ହୋଇପାରେ । ଭବିଷ୍ୟତ ବିଷୟରେ ଯାହା ଚିନ୍ତା କରୁଛନ୍ତି, ତାହା ପୂରା ହୋଇପାରେ । ନିଜ ଉପରେ ବିଶ୍ୱାସ ରଖିଲେ ସବୁ ଠିକ୍‌ ହୋଇଯିବ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟିରେ ମଧୁରତା ଭରିଯିବ ।

ମିଥୁନ: ଦିନଟି ଲାଭଦାୟକ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ବ୍ୟବସାୟରେ ଆଗକୁ ଯାଇପାରନ୍ତି । ଜୀବନରେ ଉନ୍ନତି ପାଇଁ ଏକ ନୂଆ ରାସ୍ତା ମିଳିବ । ଶିକ୍ଷକମାନଙ୍କ ପାଇଁ ଦିନଟି ଭଲ ରହିଛି ଏବଂ ମନ ପସନ୍ଦର ଜିନିଷ ମିଳିବାର ସମ୍ଭାବନା ରହିଛି । ଘରେ କଳହ ସୃଷ୍ଟି ହୋଇପାରେ ।

କର୍କଟ: ଦିନଟି ଉତ୍ସାହରେ କଟିବ । ଭାଗ୍ୟ ବହୁତ ଭଲ ରହିବ । କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଆର୍ଥିକ ଲାଭ ମିଳିପାରେ । କାର୍ଯ୍ୟ କରୁଥିବା ସ୍ଥାନରେ କିଛି ବଡ ନିଷ୍ପତି ନେଇ ପାରନ୍ତି । ଆପଣଙ୍କ କଥା ଓ ବିଚାର ପାଇଁ ଲୋକମାନେ ପ୍ରଭାବିତ ହୋଇପାରନ୍ତି । ବ୍ୟବସାୟରେ ଆଗକୁ ବଢିବେ ଏବଂ ଖୁସି ମିଳିବ ।

ସିଂହ: ଦିନଟି ଠିକ୍‌ ଠାକ୍‌ ରହିବ । ଆଗରୁ କରିଥିବା କାମ ଯୋଗୁ ଲାଭ ମିଳିବ । ଭଲ ଖବର ମିଳିପାରେ । କେହି ଜଣେ ଆପଣଙ୍କର ସାହାଯ୍ୟ ମାଗି ପାରନ୍ତି । ଜୀବନସାଥୀ ପାଇଁ କିଣା କିଣି କରିପାରନ୍ତି । କିଛି କଥାକୁ ନେଇ ଚିନ୍ତିତ ରହିବେ । ପରିବାରର ସଦସ୍ୟଙ୍କ ଠାରୁ ସାହାଯ୍ୟ ନେବେ । ଆର୍ଥିକ ସ୍ଥିତିରେ ହ୍ରାସ ହୋଇପାରେ ।

କନ୍ୟା: ଦିନଟି ଆପଣଙ୍କ ପାଇଁ ଭଲ ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଜୀବନସାଥୀ ଯୋଗୁ ଚିନ୍ତା ଦୂର ହେବ । ଯେକୌଣସି କାମ ହେଉ ଭାବିଚିନ୍ତି କରିବା ଆପଣଙ୍କ ପାଇଁ ଠିକ୍‌ ରହିବ । କିଛି ବି କାମ ହେଉ ସକାରତ୍ମକ ଭାବେ କରିବା ଉଚିତ । ନିଜ କାମକୁ ନୂତନ ପଦ୍ଧତିରେ କରିବା ଦ୍ୱାରା ଲାଭବାନ ହୋଇପାରନ୍ତି । ପରିବାରରେ କଳହ ଥିଲେ ଠିକ୍‌ ହୋଇଯିବ ।

ତୁଳା: ଆଜି ଦିନଟି ଚିନ୍ତାରେ କଟିବ । ଅଫିସରେ ମାହୋଲ ଅନୁକୂଳ ରହିବ ଏବଂ କାର୍ଯ୍ୟଭାର କମ୍‌ ରହିବ । କାମରେ ପଦୋନ୍ନତି କରିବାର ସମ୍ଭାବନା ରହିଛି । ପରିବାର ସହ ଖୁସି ବାଣ୍ଟିବେ । ନୂତନ ବିଚାର ମନରେ ଆସିପାରେ । ଧନ ଲାଭ ହୋଇପାରେ ଏବଂ ଖର୍ଚ୍ଚ ହେବାର ମଧ୍ୟ ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ ବିଷୟରେ ଭାବି ବିଚାରି କାମ କରିବା ଉଚିତ ରହିବ ।

ବିଛା: ଆପଣଙ୍କ ପାଇଁ ଦିନଟି ବହୁତ ହିଁ ଭଲ ରହିବ । ଛାତ୍ରଛାତ୍ରୀଙ୍କର ପଢାପଢିରେ ମନ ଲାଗିରହିବ । କିଛି ନୂଆ ପଦ୍ଧତିରେ କାମ ଆରମ୍ଭ କରିବା ଠିକ୍‌ ରହିବ । କୌଣସି କାମ ସମୟ ମଧ୍ୟରେ ପୂରା ହୋଇଯିବ । ଗୁରୁଜନ ଲୋକଙ୍କ ଆଶିର୍ବାଦ ମିଳିବ । ଧନ ଲାଭ ହୋଇପାରେ । ସ୍ୱାସ୍ଥ୍ୟ ଠିକ୍‌ ରହିବ ।

ଧନୁ: ଆପଣଙ୍କ ଦିନଟି ଠିକ୍‌ ରହିବ । ପରିବାରରେ ସମସ୍ୟା ଥିଲେ ଦୂର ହେବ । ସାଙ୍ଗଙ୍କ ସହ ସମୟ ଅତିବାହିତ କରିବେ । କିଛି ଗୁରୁତ୍ୱପୂର୍ଣ୍ଣ କାମ ପୂରା ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଟକି ଥିବା ଧନ ମିଳିପାରେ । କୌଣସି ନୂଆ ଜିନିଷ ମିଳିପାରେ । ଲଭ୍‌ମେଣ୍ଟ୍‌ ନିଜ ସାଥିଙ୍କୁ ଉପହାର ଦେଇପାରନ୍ତି ।

ମକର: ଭାଗ୍ୟ ସାଥିରେ ରହିବ । ପରିବାର ପାଇଁ ଚିନ୍ତିତ ରହିବେ । ମହିଳାମାନଙ୍କର ଦିନଟି ଘରର କାମରେ ବିିତି ଯିବ । ଭାବିଚିନ୍ତି କାମ କରିବା ଦ୍ୱାରା ବ୍ୟବସାୟରେ ଲାଭ ମିଳିପାରେ । ପଢାପଢିରେ ଛାତ୍ରଛାତ୍ରୀମାନେ ଆଗକୁ ବଢିବେ । ମାନିକ ସ୍ଥିତି ଠିକ୍‌ ରହିବ । ଅନେକ ଶୁଭ ଖବର ମିଳିପାରେ ।

କୁମ୍ଭ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ନୂଆ ଢଙ୍ଗରେ କାମ କରିବା ଦ୍ୱାରା ଲାଭବାନ ହେବେ । ଆଜି ଆପଣଙ୍କୁ କାହାକୁ ଉଧାର ଦେବାରୁ  ବିରତ ରହିବାକୁ ପଡିବ । ଦାୟିତ୍ୱ ପୂରା କରିବେ । ମନରେ ଅନେକ ସକାରତ୍ମକ ଭାବନା ଆଣିବେ । ଚାକିରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଠିକ୍‌ ରହିବ ।

ମୀନ: ଆପଣଙ୍କ ଦିନଟି ଭଲ ରହିବ । ନିଜର ପ୍ରତିଭା ଦେଖାଇବା ପାଇଁ ଆପଣଙ୍କୁ ବଡ ମଉକା ମିଳିବ । ଅଫିସ୍‌ରେ ଉଚ୍ଚ କର୍ମଚାରୀ କାମରେ ସାହାଯ୍ୟ କରିବେ । ଠିକ୍‌ ଭାବେ କାମ କରିବା ଦ୍ୱାରା ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ଧ୍ୟାନ ପଢାପଢିରେ ଦେବା ଜରୁରୀ ।

D Sonali

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

7 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

22 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

32 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

43 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago