ରାଶିଫଳ: ଆଜି ଚନ୍ଦ୍ର ଗ୍ରହଣରେ ଜାଣନ୍ତୁ କେଉଁ ରାଶି ଉପରେ ପଡୁଛି କି ପ୍ରଭାବ

ଶୁକ୍ରବାର ୧୯ ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଏହି ଗ୍ରହଣ ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ ହେବ। ଏହି ବିରଳ ମହାଜାଗତିକ ଘଟଣା ୫୮୦ ବର୍ଷରେ ପ୍ରଥମ ଥର ଦୃଶ୍ୟମାନ ହେବାକୁ ଯାଉଛି। ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣ ଅଧିକ ଗୁରୁତ୍ୱ ବହନ କରୁଛି। ଏହି ଦୁର୍ଲ୍ଲଭ ଘଟଣା ପୂର୍ବୋତ୍ତର ଭାରତର କିଛି ଅଞ୍ଚଳରେ ଦେଖାଯିବ। ଏହି ଆଶିଂକ ଚନ୍ଦ୍ରଗ୍ରହଣ ଦ୍ୱିପ୍ରହର ୧୨ଟା ୪୮ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୪ଟା ୧୭ରେ ଶେଷ ହେବ। ତେବେ ଆସନ୍ତୁ ଜାଣିବା ଚନ୍ଦ୍ର ଗ୍ରହଣରେ ପ୍ରତ୍ୟେକ ରାଶି ଉପରେ କିଭଳି ପ୍ରଭାବ ପଡ଼ୁଛି…

ମେଷ: ମେଷ ରାଶିଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ କ୍ୟାରିୟର ମାମଲାରେ ବହୁତ ଶୁଭ ସାବ୍ୟସ୍ତ ହେବ। ନୂଆ ଅବସର ମିଳି ପାରେ, ଯାହାକି ଆପଣଙ୍କୁ ଭବିଷ୍ୟତରେ ବଡ଼ ଲାଭ ପ୍ରଦାନ କରିବ। ତେଣୁ ଏମିତି ମଉକାକୁ ହାତଛଡ଼ା କରନ୍ତୁ ନାହିଁ।

ବୃଷ: ଏହି ଚନ୍ଦ୍ର ଗ୍ରହଣ ବୃଷ ରାଶି ଉପରେ ଲାଗିବ। ଏଣୁ ବୃଷ ରାଶିର ଲୋକ ସତର୍କ ରହିବା ଆବଶ୍ୟକ। ଏ ଅବସରରେ ବୃଷ ରାଶିର ବ୍ୟକ୍ତି ମାନସିକ ଅବସାଦଗ୍ରସ୍ତ ରହିପାରନ୍ତି।

ମିଥୁନ: ଚନ୍ଦ୍ର ଗ୍ରହଣର ପ୍ରଭାବ ମିଥୁନ ରାଶି ଉପରେ ମଧ୍ୟ ପଡ଼ିବ। ଏହି ରାଶିର ଲୋକ ଗ୍ରହଣ ବେଳେ ବାପା-ମା’ଙ୍କ ସହ କଥା ହେବା ବେଳେ ନିଜ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ଏହି ସମୟରେ ଟଙ୍କା ସହ ଜଡ଼ିତ କୌଣସି ନେଣ ଦେଣ କରନ୍ତୁ ନାହିଁ।

କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ତୃତୀୟ ଘରେ ଗ୍ରହଣ ଲାଗିବ। ଏହାର ପ୍ରଭାବରେ ଆପଣଙ୍କ ଆତ୍ମ ବିଶ୍ୱାସ କମିଯିବ। ଏଥିସହ ଆପଣଙ୍କ ପାରିବାରିକ ଜୀବନରେ ବି ସମସ୍ୟା ଉପୁଜିପାରେ।

ସିଂହ: ୧୯ ନଭେମ୍ବରର ଚନ୍ଦ୍ରଗ୍ରହଣ ସିଂହ ରାଶିର ଲୋକଙ୍କୁ ଆର୍ଥିକ ଲାଭ କରେଇବ। ଓ୍ଵାର୍କପ୍ଲେସ୍‌ରେ ନୂଆ ଦାୟିତ୍ୱ ମିଳି ପାରେ ଏବଂ ଏହାକୁ ଆପଣ ଭଲ ଭାବରେ ନିଭାଇବେ। ପରିଶ୍ରମର ଫଳ ମିଳିବ ଏବଂ ପ୍ରଶଂସା ମଧ୍ୟ ମିଳିବ।

କନ୍ୟା: କନ୍ୟା ରାଶିର ଲୋକେ ଏହି ଦିନ ବହୁତ ଖୁସି ଅନୁଭବ କରିବେ। ତେଣୁ ଆପଣଙ୍କ ହୃଦୟ ଯାହା କହୁଛି, ତାହାକୁ ଶୁଣନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ସଫଳତା ନିଶ୍ଚୟ ମିଳିବ। ଯଦି କେହି ଏହି ଦିନ କୌଣସି ନୂଆ କାମ କରିବାକୁ ଯୋଜନା କରୁଛି, ତା’ ହେଲେ ଏହା ହିଁ ସବୁଠାରୁ ଭଲ ସମୟ ହେବ।

ତୁଳା: ଚଳିତ ଥର ତୁଳା ରାଶିର ଅଷ୍ଟମ ଘରେ ଚନ୍ଦ୍ର ଗ୍ରହଣ ଲାଗୁ ହେବାକୁ ଯାଉଛି। ଏ ଅସରରେ ତୁଳା ରାଶିର ବ୍ୟକ୍ତି ନିଜ ଶରୀର ଉପରେ ଅଧିକ ଗୁରୁତ୍ୱ ଦେବା ଜରୁରୀ। ଗ୍ରହଣ ପ୍ରଭାବରେ କୌଣସି ପୁରୁଣା ରୋଗ ସମସ୍ୟା ସୃଷ୍ଟି କରିପାରେ।

ବିଛା: ଚନ୍ଦ୍ର ଗ୍ରହଣ ବେଳେ ବିଛା ରାଶିର ଲୋକଙ୍କୁ ବୈବାହିକ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏ ଅବସରରେ ଆପଣ ବାଦ ବିବାଦରେ ପଶନ୍ତୁ ନାହିଁ। ବ୍ୟବସାୟୀମାନେ କାହାଠୁ ଟଙ୍କା ଆଣନ୍ତୁ ନାହିଁ କି ଦିଅନ୍ତୁ ନାହିଁ।

ଧନୁ: ଧନୁ ରାଶିର ବ୍ୟକ୍ତି ଚନ୍ଦ୍ର ଗ୍ରହଣ ବେଳେ ବିରୋଧୀ ଓ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଏଥରକ ଚନ୍ଦ୍ର ଗ୍ରହଣ ଧନୁ ରାଶିର ଷଷ୍ଠ ଘରେ ଅର୍ଥାତ୍‌ ଶତ୍ରୁ ଘରେ ଲାଗୁଛି।

ମକର: ମକର ରାଶିର ଛାତ୍ରଙ୍କ ମନ ଏହି ସମୟରେ ପାଠ ଠାରୁ ଦୂରେଇ ଯିବ। କର୍ମଚାରୀମାନେ ଅଫିସରେ ଚିନ୍ତାଗ୍ରସ୍ତ ରହିବେ। ଏଣୁ ଗ୍ରହଣ ସମୟରେ ଟିକେ ସାବଧାନ ରୁହନ୍ତୁ।

କୁମ୍ଭ: କୁମ୍ଭ ରାଶିର ଲୋକଙ୍କୁ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ତାଙ୍କ କ୍ୟାରିୟରରେ ବଡ଼ ସଫଳତା ପ୍ରଦାନ କରି ପାରେ। ଲୋକଙ୍କୁ ସେମାନଙ୍କ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଏଥି ସହିତ ଧନ ଲାଭ ମଧ୍ୟ ହେବ, ଯାହାକି ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବ। ବାସ୍‌, ଏହି ସମୟରେ ଆପଣଙ୍କୁ ଯୁକ୍ତିତର୍କଠାରୁ ଦୂରେଇ ରହିବାକୁ ପଡ଼ିବ।

ମୀନ: ମୀନ ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ। ଆପଣ ଭଲ କାମ କରିବେ ଏବଂ ପ୍ରଶଂସା ପାଇବେ। ମାମଲା ପ୍ରମୋଶନ ଏବଂ ଇନ୍‌କ୍ରିମେଣ୍ଟ ପର୍ଯ୍ୟନ୍ତ ଯାଇପାରେ। ଧନ ଲାଭ ହେବ। ପୁରୁଣା କରଜ ମଧ୍ୟ ସୁଝି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.