କେମିତି କଟିବ ଆଜିର ଦିନ, କାହାକୁ ମିଳିବ ଲାଭ ଆଉ କାହାର ହେବ କ୍ଷତି

ମେଷ :

ମେଷ ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନ ଲାଭ ହେବାର ଯୋଗ ରହିଛି। ଏହା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଯଦି ଆପଣ କେଉଁ ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଆର୍ଥିକ ଉନ୍ନତି ମିଳିବ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଲାଲ୍।

ବୃଷ :

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଶୁଭ ସାବ୍ୟସ୍ତ ହୋଇପାରେ। ଧାର୍ମିକ କାର୍ଯ୍ୟରେ ରୁଚି ରଖୁଥିବା ବ୍ୟକ୍ତିଙ୍କର ମନ ଶାନ୍ତ ଓ ଖୁସି ରହିବ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ଅନ୍ୟ ଲାଭ ମିଳିବ। ସମାଜରେ ମାନ-ସମ୍ମାନ ବଢ଼ିବ ଓ ଚାକିରିରେ ଉନ୍ନତି ହେବ। ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ବାଇଗଣୀ।

ମିଥୁନ :

ମିଥୁନ ରାଶିର ବ୍ୟକ୍ତି ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ବାଇଗଣୀ।

କର୍କଟ :

କର୍କଟ ରାଶିର ବ୍ୟକ୍ତିଙ୍କୁ ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ଧଳା।

ସିଂହ :

ସିଂହ ରାଶିର ବ୍ୟକ୍ତି ଆଜି ଅଧିକ ଲାଭବାନ ହେବେ। ଆର୍ଥିକ ଉନ୍ନତି ଘଟିବ। ଚାକିରି କରିଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ଅଟକି ଥିବା ଟଙ୍କା ଫେରିପାଇବେ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ବାଇଗଣୀ।

କନ୍ୟା :

ଯେଉଁମାନେ ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଶତ ପ୍ରତିଶତ ସଫଳତା ମିଳିବ। ଏହି ରାଶିର ଲୋକଙ୍କ ଜାତକରେ ଆୟ ବୃଦ୍ଧି ହେବ। ଏହା ସହ ନବ ବିବାହିତଙ୍କୁ ବୈବାହିକ ଜୀବନରେ ଭରପୂର ଖୁସି ମିଳିବ। ଶୁଭ ସଂଖ୍ୟା ୯ ଏବଂ ଶୁଭ ରଙ୍ଗ ହଳଦିଆ।

ତୁଳା :

ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଶୁଭ ସଂଖ୍ୟା ୮ ଏବଂ ଶୁଭ ରଙ୍ଗ ଗୋଲାପୀ।

ବିଛା :

ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ସବୁଜ।

ଧନୁ :

ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ଶୁଭ ସଂଖ୍ୟା ୩ ଏବଂ ଶୁଭ ରଙ୍ଗ ହଳଦିଆ।

ମକର :

ମକର ରାଶିର ବ୍ୟକ୍ତିଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ରୋଜଗାର ବଢ଼ିବ ଓ ମାନ-ସମ୍ମାନ ବୃଦ୍ଧି ପାଇବ। କେବଳ ଏତିକି ନୁହେଁ, ସରକାରୀ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରିବ। ସେହିପରି ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ନିଯୁକ୍ତି ମିଳିପାରେ। ଶୁଭ ସଂଖ୍ୟା ୩ ଏବଂ ଶୁଭ ରଙ୍ଗ ହଳଦିଆ।

କୁମ୍ଭ :

ନିଷ୍ଠା ପ୍ରଚେଷ୍ଟା ଯୋଗୁଁ ପୂର୍ବରୁ ନଷ୍ଟ ହୋଇଥିବା ମାନ ସମ୍ମାନ ମିଳିବ। ଶୃଙ୍ଖଳିତ ଜୀବନଯାପନ ଅତିବାହିତ କରିବେ। ଦେହ ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ଏକାଧିକ ଉପାୟରେ ଅର୍ଥ ଉପାର୍ଜନ କରିବେ। ବେସରକାରୀ ସ୍ତରରେ ନିଯୁକ୍ତି ମିଳିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଶୁଭ ସଂଖ୍ୟା ୮ ଏବଂ ଶୁଭ ରଙ୍ଗ ଧଳା।

ମୀନ :

ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଧଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.