ଆଜିର ରାଶିଫଳ : ଜାଣନ୍ତୁ ଆଜି ଆପଣଙ୍କ କିପରି ଦିନ, କାହାକୁ ମିଳିବ ସଫଳତା

ମେଷ : ଅନ୍ୟମାନଙ୍କୁ ମନେଇ ନିଜ ଆଡ଼କୁ ଆକର୍ଷିତ କରି କାମ ହାସଲ କରି ପାରିବେ । ନିକଟ ଅତୀତରେ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ । କଳା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କାର୍ଯ୍ୟରେ ସଫଳତା ପାଇବେ । ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି ।
ବୃଷ : ଆଜି ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଘରୋଇ କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାଧାରଣ ବାଧାପ୍ରାପ୍ତ ହୋଇପାରେ । ପାରିବାରିକ ଜୀବନରେ ବୁଝାମଣା ପ୍ରାୟତଃ ଭଲ ରହିବ ।
ମିଥୁନ : ଯାହା ଓ ଯେମିତି ଭାବୁଛନ୍ତି ଆଜି ତାହା ହିଁ ସମ୍ପନ୍ନ ହେବାରେ ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ସାଧାରଣ କଥାରୁ ମନାନ୍ତର ଘଟିପାରେ । ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । କର୍ମଜଞ୍ଜାଳ ବୃଦ୍ଧି ସାଙ୍ଗକୁ ବିଭିନ୍ନ ଦୂରାନ୍ତରକୁ ଯାତ୍ରା କାର୍ଯ୍ୟକ୍ରମ ନେଇ ଚିନ୍ତିତ ରହିପାରନ୍ତି ।
କର୍କଟ : ଆଜି ମାନସିକ ଅସ୍ଥିରତାଜନିତ କଳହ ଲାଗିପାରେ । ବନ୍ଧୁଙ୍କ ସାହାଯ୍ୟରୁ ଆର୍ଥିକ ଅନଟନ କେତେକାଂଶରେ ସୁଧୁରି ଯିବ । ଭ୍ରମଣ ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢା, ଯାତ୍ରା ପାଇଁ ଦିନଟି ବହୁତ ଭଲ । କର୍ମକ୍ଷେତ୍ରରେ ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବେ ।
ସିଂହ : କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିବା ସାଙ୍ଗକୁ ମନ ମାନ୍ଦା ରହିବ । ପ୍ରତିବେଶୀଙ୍କ ସହ ସୁସମ୍ପର୍କ ରଖିପାରିଲେ ସାହାଯ୍ୟ ସହଯୋଗ ମିଳିପାରେ । ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ । ଯାତ୍ରା, ବାଣିଜ୍ୟ, ବନ୍ଧୁ ସମ୍ପର୍କ ଓ ଆନୁଷ୍ଠାନିକ କାମରେ ଅସୁବିଧା ହେବନାହିଁ ।
କନ୍ୟା : ନିଜର ଆତ୍ମୀୟ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ । ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ନୂତନ ଯୋଜନାରମ୍ଭ କିମ୍ବା ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ । ମନୋବଳ ବୃଦ୍ଧି ପାଇବା ପଛରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରୋକ୍ଷ ସାହାଯ୍ୟ ରହିବ ।
ତୁଳା : ବନ୍ଧୁମାନଙ୍କର ଆଶାନୁରୂପ ସାହାଯ୍ୟ ପାଇପାରିବେ ନାହିଁ । ଆର୍ଥିକ ସ୍ଥିତି ପ୍ରାୟତଃ ଭଲ ରହିବ ଓ ସେହି ଦିଗରୁ ପ୍ରାୟତଃ ସମସ୍ୟା ରହିବ ନାହିଁ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସକାଳୁ ବନ୍ଧୁଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଲୋଚନାରୁ ମନ ଖୁସି ହୋଇଯିବ ।
ବିଛା : ଆଲୋଚନାରେ ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ । କାର୍ଯ୍ୟହାସଲ ସକାଶେ ବିଶେଷ ଅର୍ଥ ବ୍ୟୟ କରି ଦୁଃଖିତ ହେବେ । ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଗବେଷଣା, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ । ବ୍ୟବସାୟ, ପରିବହନରେ ଉନ୍ନତି ପରିଲକ୍ଷିତ ହେବ ।
ଧନୁ : ସାମୟିକ ବ୍ୟତିକ୍ରମ ମଧ୍ୟରେ ଜୀବନଚର୍ଯ୍ୟା ମନ୍ଦ ହେବନି । ଅଫିସରୁ ଫେରିବା ରାସ୍ତାରେ ଜଣେ ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାଭଳି କାମ କରିବା ଠିକ୍ ହେବ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିପାରେ ।
ମକର : ଅପରିଚିତ ବ୍ୟକ୍ତି ଦ୍ୱାରା ସ୍ଥଗିତ ରହି ଯାଇଥିବା କାମଟି ସମ୍ପୂର୍ଣ୍ଣ କରିବେ । ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବ । ଭାବୁଥିବା କାମଟି ଲାଗି କିଛି ସହଯୋଗ ସକାଶେ ବନ୍ଧୁଙ୍କ ଆଗରେ ପ୍ରକାଶ କରିପାରିବେ ନାହିଁ । ଆକସ୍ମିକ ଭାବରେ ପଡ଼ୋଶୀଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ ।
କୁମ୍ଭ : ଆନୁଷଙ୍ଗିକ ସମସ୍ତ ସାହାଯ୍ୟ ଲାଭ କରି ସହଜ ଓ ସୁବିଧାରେ କାମ ହାସଲ କରିବେ । ବନ୍ଧୁଙ୍କ ସହାୟତାରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବା କଷ୍ଟକର ହେବ । ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିବ । ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ସାହିତ୍ୟ, ସଙ୍ଗୀତାଦି କାର୍ଯ୍ୟକ୍ରମ ମାନ୍ଦା ହେବ ନାହିଁ ।
ମୀନ : ବନ୍ଧୁ, ସହକର୍ମୀ, ପଡ଼ୋଶୀଙ୍କ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ସେମାନଙ୍କ ଭୁଲ୍ ଧାରଣକୁ ବଦଳାଇ ପାରିବେ ନାହିଁ । ଖର୍ଚ୍ଚ ବୃଦ୍ଧି କାରଣରୁ ସାମାନ୍ୟ ଚିନ୍ତା କରିପାରନ୍ତି । ପାରିବାରିକ, ବ୍ୟବସାୟିକ, ସାମାଜିକ, ନୂତନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇନେବେ । ଆନୁଷ୍ଠାନିକ କାର୍ଯ୍ୟରେ ସମ୍ମାନ ଲାଭ କରିପାରନ୍ତି ।