ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପର ଲାଗି କିଛି ବିଶେଷ କରିବେ। ଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ।

ବୃଷ : ନୂଆ ବିଚାର ପ୍ରୟୋଗ ପାଇଁ ସମୟ ଉତ୍ତମ। ପରିଶ୍ରମର ସକାରାତ୍ମକ ଫଳ ପାଇବେ। ଛାତ୍ରଛାତ୍ରୀ ଯୋଜନା ତିଆରି କରି ଅଧ୍ୟୟନ କରନ୍ତୁ। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳ କୁଦରେ ପ୍ରଶଂସା ପାଇବେ।

ମିଥୁନ : ମାନସିକ ରୂପେ ସୁସ୍ଥ ରହିବେ। କୌଣସି ଶୁଭ ଖବର ମିଳିବ। ଶତ୍ରୁମାନେ ଦବି ରହିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କିଛି ନୂଆ ସୁଯୋଗ ପାଇବେ। ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।

କର୍କଟ : ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ବଡ଼ ସୁଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ। ବନ୍ଧୁଙ୍କ ସହ ସମ୍ପର୍କ ମଧୁର ହେବ।

ସିଂହ : ଆଜି ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ। ସାଥୀଙ୍କୁ ମନର କଥା କହିପାରନ୍ତି। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ବିବାହିତଙ୍କ ଲାଗି ଭଲ ଦିନଟିଏ। ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା ଦୂର ହେବ।

କନ୍ୟା : ଅଫିସରେ ଆପଣଙ୍କ କାମର ବୋଝ କମ୍ ରହିବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ପାଇଁ କୌଣସି ମୂଲ୍ୟବାନ ବସ୍ତୁ କିଣି ପାରନ୍ତି। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ।

ତୁଳା : ଜରୁରୀ କାମ ନିର୍ଦ୍ଧାରିତ ସମୟରେ ଶେଷ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ।

ବିଛା : ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ। ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।

ଧନୁ : କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। ମିଥ୍ୟା ଅପବାଦରେ ଅପମାନିତ ହେବେ। କାରବାରରେ ଉତ୍‍ଥାନ ପତନ ଲାଗିରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

ମକର : ଅଧିକାଂଶ ମାମଲାରେ ନିଜକୁ ଭାଗ୍ୟଶାଳୀ ମନେ କରିବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇପାରିବେ।

କୁମ୍ଭ : ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଭୂସଂପତ୍ତି କିଣିବା ଯୋଗ ରହିଛି। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ମୀନ : ଘରୋଇ ଖର୍ଚ୍ଚ କମ୍ ହେବ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ଘରୋଇ କମ୍ପାନୀରେ ଚାକିରି କରୁଥିବା ଲୋକଙ୍କୁ ଖୁସି ଖବର ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.