ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

ମେଷ:  ଆଜି ଆପଣଙ୍କର ଘାତଚନ୍ଦ୍ର । ଅସୁସ୍ଥତା ଅନୁଭବ କରିପାରନ୍ତି । ମନ ମଧ୍ୟ ଭଲ ରହିବ ନାହିଁ । ଦୂର ଯାତ୍ରା କରନ୍ତୁ ନାହିଁ । ଜଗି ରଖି ଚଳିବାର ଦିନଟିଏ । କର୍ମକ୍ଷେତ୍ରରେ ସ୍ଥାନାନ୍ତରଣର ଯୋଗ ରହିଛି । ଦୂରଯାତ୍ରା ବେଳେ ସାବଧାନ ରୁହନ୍ତୁ ।

ବୃଷ: ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ପାଇବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ବ୍ୟବସାୟ ପାଇଁ ଦୂରଯାତ୍ରା କରିପାରନ୍ତି । ଲୋକ ସମ୍ପର୍କ ବୃଦ୍ଧି ପାଇବ । ବିବାହ ପାଇଁ ଯୋଗ ଫିଟିବ ।

ମିଥୁନ : ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହ ମନ ଭଲ ରହିବ । ଇଶ୍ୱରଙ୍କ ଉପାସନାରେ ସମୟ ବିତିବ । ଦାନୀ ସ୍ୱଭାବର ବ୍ୟକ୍ତି ହେବେ । ମହିଳାଙ୍କ ପାଇଁ ଦୂରଯାତ୍ରା ସଫଳ ହେବ । ଛାତ୍ରଛାତ୍ରୀ ଖେଳକୁଦରେ ମନ ଦେବେ ।

କର୍କଟ : ବୁଦ୍ଧି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସିଂହ : ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବଂ ସଫଳ ହେବେ । ଧନଲାଭର ଯୋଗ ରହିଛି । ବିଦେଶ ଯିବା ଲୋକ ଶୁଭ ଖବର ପାଇବେ । ସ୍ୱାସ୍ଥ୍ୟ ବଢିଆ ରହିବ ।

କନ୍ୟା : ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ । ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ ଡିଲ୍ କରିବେ । ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ ।

ତୁଳା : ଆଜି ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ଯୋଗୁ ବିଚଳିତ ହେବେ । ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । ପ୍ରତଯୋଗିତା କିମ୍ବା ପ୍ରତିଦ୍ୱନ୍ଦିତାରେ ସଫଳତା ପାଇ ପାରିବେ ।

ବିଛା : ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

ଧନୁ : ମାନସିକ ଓ ଶାରୀରିକ ସୁସ୍ଥତା ଫେରି ପାଇବେ। କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ। ଅକସ୍ମାତ୍ ଧନ ପ୍ରାପ୍ତିର ଯୋଗ ରହୁଛି। ବ୍ୟବସାୟରେ ଲାଭ ଆତ୍ମସନ୍ତୋଷ ପ୍ରଦାନ କରିବ।

ମକର:  ସମସ୍ତ ନ୍ୟସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରି ଆତ୍ମ ସନ୍ତୋଷ ପାଇବେ । ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଆଦର ସମ୍ମାନ ପାଇବେ । ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ । ପାରିବାରିକ ହସଖୁସି ଲାଗି ରହିବ । ଦୂରଯାତ୍ରା ସଫଳ ହେବ ।

କୁମ୍ଭ: ଦାନ ଧର୍ମ ପ୍ରତି ମନ ବଳିବ । ଇଷ୍ଟ ଦେବଙ୍କ ଦର୍ଶନ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ଲଭିବେ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରରେ ହସଖୁସିର ଲହରି ଲାଗି ରହିବ ।

ମୀନ: ଶାରିରୀକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ସମାନ ରହିବ । ବ୍ୟବସାୟରେ ଶିଥିଳତା ଦେଖାଦେବ । ଘାତ ଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.