ରାଶିଫଳ

ଆଜିର ରାଶିଫଳ: ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ, ପାରିବାରିକ ମତଭେଦ ଦୂର ହେବ

ମେଷ : ଆଜି ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ପରିସ୍ଥିତି ସୃଷ୍ଟି ହୋଇପାରେ। ଛାତ୍ରମାନେ ମାନସିକ ଭାରରୁ ମୁକ୍ତି ପାଇବେ। ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ବୃଷ : ଆଜି ଆପଣ ଉତ୍ଥାନ-ପତ୍ତନ ଦେଇ ଗତି କରିବେ। କୌଣସି ଦୂର ଯାତ୍ରା କରିବାର ସମ୍ଭାବନା ଅଛି। ଆପଣ ନିଜ ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କରିବା ଉଚିତ୍ ନୁହେଁ।

ମିଥୁନ : ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ଆର୍ଥିକ ସହାୟତା ପାଇବେ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି, ଯେଉଁଥିରେ ଆପଣଙ୍କ ଜୀବନସାଥୀ ସମ୍ପୂର୍ଣ୍ଣ ସହଯୋଗ କରିବେ।

କର୍କଟ : ଆଜି କିଛି ବିଶେଷ କାର୍ଯ୍ୟ କରିବେ। ଭଲ ଆର୍ଥିକ ଲାଭ ପାଇପାରନ୍ତି। ଆପଣଙ୍କ ଆୟ ବୃଦ୍ଧି ହେତୁ ଖୁସିର ସୀମା ରହିବ ନାହିଁ। ପିଲାମାନଙ୍କର କିଛି ଜରୁରୀ ଜିନିଷ କିଣିବାରେ ଅଧିକ ଟଙ୍କା ଖର୍ଚ୍ଚ କରିବେ।

ସିଂହ : ଆଜି ଜୀବନସାଥୀ ଏବଂ ପିଲାଙ୍କଠାରୁ ଯଥେଷ୍ଟ ସହଯୋଗ ମିଳିବ। ବ୍ୟବସାୟ କରୁଥିବା ଲୋକମାନେ ବଡ଼ ବିନିଯୋଗ କରିବା ଉଚିତ୍ ନୁହେଁ। ଆଜି ଅତି ଯତ୍ନର ସହିତ ଗାଡ଼ି ଚଳାଇବାକୁ ପଡ଼ିବ।

କନ୍ୟା : ଅତ୍ୟଧିକ କାର୍ଯ୍ୟ ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ଉପୁଜିପାରେ। କାହାଠାରୁ ଋଣ ନେବାଠାରୁ ଦୂରେଇ ରୁହନ୍ତୁ। ଆଜି ଥକ୍କାପଣ ଅନୁଭବ ହୋଇପାରେ।

ତୁଳା : ଆଜି ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଆଧ୍ୟାତ୍ମିକ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ଅଟକିଥିବା କାମ ପୂରା ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦୂର ହୋଇଯିବ।

ବିଛା : ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି। ରାଜନୈତିକ ଲୋକଙ୍କୁ ପୁରସ୍କାର ମିଳିପାରେ। ଚାକିରିଆମାନଙ୍କ ପଦ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟରେ ଭଲ ଲାଭ ମିଳିବାର ସମ୍ଭାବନା ଅଛି।

ଧନୁ : ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଦିନଟି ଟିକିଏ ଦୁର୍ବଳ ହେବ। ବଡ଼ମାନଙ୍କ ପରାମର୍ଶକୁ ଅନୁସରଣ କରିବା ଉଚିତ୍‌। ଆଖି ବୁଜି କାହାକୁ ବିଶ୍ୱାସ କରିବା ଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ।

ମକର : ଆଜି ଆପଣଙ୍କୁ ଧୌର୍ଯ୍ୟବାନ ହୋଇ କାମ କରିବାକୁ ପଡ଼ିବ। ବ୍ୟବସାୟରେ କାହାଠାରୁ ଋଣ ନେବା ଉଚିତ୍ ନୁହେଁ। ଜୀବନସାଥୀ ଏବଂ ସନ୍ତାନର କ୍ୟାରିୟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।

କୁମ୍ଭ : ଆଜିର ଦିନଟି ମିଶ୍ରିତ ହେବାକୁ ଯାଉଛି। ପରିବାର ସଦସ୍ୟଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି। ବ୍ୟବସାୟରେ ବଡ଼ ଲାଭ ମିଳିବ। ପରିବାରରେ କୌଣସି ଶୁଭ କାମ ହୋଇପାରେ।

ମୀନ : ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସାଥୀଙ୍କଠାରୁ ସମର୍ଥନ ପାଇବେ।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

14 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

15 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

56 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago