ଆଜି ଜାଣନ୍ତୁ କିପରି କଟିବ ଦିନ: ପୁରୁଣା କରଜରୁ ମିଳିବ ମୁକ୍ତି; ଭାଗ୍ୟ ଉପରେ ନୁହେଁ, ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ
ଆଜି ମିଶ୍ରିତ ଫଳ ମିଳିବ। ଏହି ସମୟରେ ଆପଣ ଟିକେ ଚିନ୍ତିତ ହୋଇପାରନ୍ତି। ଆପଣ ଅନାବଶ୍ୟକ ଜଟିଳତାରେ ଫସିପାରନ୍ତି।
ମେଷ: ଆଜି ମିଶ୍ରିତ ଫଳ ମିଳିବ। ଏହି ସମୟରେ ଆପଣ ଟିକେ ଚିନ୍ତିତ ହୋଇପାରନ୍ତି। ଆପଣ ଅନାବଶ୍ୟକ ଜଟିଳତାରେ ଫସିପାରନ୍ତି।
ବୃଷ: ଆଜି ଆତ୍ମବିଶ୍ୱାସ ଅଧିକ ରହିବ। ପୁରୁଣା କଥାକୁ ଘାଣ୍ଟିବା ଅପେକ୍ଷା ପରିବର୍ତ୍ତନ ପାଇଁ ଯାହା କିଛି ଜରୁରୀ, ତାହା ଉପରେ ଧ୍ୟାନ ଦିଅନ୍ତୁ।
ମିଥୁନ: ଆଜି ଆପଣଙ୍କ ଦିନ ପୂର୍ବ ଅପେକ୍ଷା ଭଲ ରହିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। କୌଣସି କାମରେ ଆପଣଙ୍କୁ ସକାରାତ୍ମକ ପରିଣାମ ମିଳିପାରେ।
କର୍କଟ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟମ ରହିବ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତ ରହିପାରେ। ନିଜ କଥାରେ ସଂଯମତା ରହିବା ଆବଶ୍ୟକ। ଦୈନନ୍ଦିକ କାର୍ଯ୍ୟରେ ଦିନ ବିତିବ।
ସିଂହ: ଆଜି ଆପଣଙ୍କ ଦିନ ମିଶ୍ରିତ ରହିବ। ଆପଣଙ୍କୁ କୌଣସି ମାନରେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ମିଳିପାରେ। ପରିବାର ସହିତ ମୁଭିର ପ୍ଲାନ୍ କରିପାରନ୍ତି।
କନ୍ୟା: ଚାକିରି ଏବଂ ବ୍ୟବସାୟ ପାଇଁ ଏହା ଏକ ଭଲ ସମୟ। ଆପଣଙ୍କ ଉପଲବ୍ଧି ପାଇଁ ଉଚିତ୍ ପୁରସ୍କାର ପ୍ରାପ୍ତ ହୋଇପାରେ। ଆପଣଙ୍କ ଛବି ଉନ୍ନତ ହେବ।
ତୁଳା: ଆଜି ଆପଣଙ୍କୁ ପୁରୁଣା କରଜରୁ ମୁକ୍ତି ମିଳିବ। ଭାଗ୍ୟ ଉପରେ ନୁହେଁ, କଠିନ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ। ମନେ ରଖନ୍ତୁ, ଧୌର୍ଯ୍ୟ ସହିତ ଆପଣ ସବୁକିଛି ଜିତିପାରିବେ।
ବିଛା: ଆଜି ଆପଣଙ୍କ ଦିନ ଭଲ ରହିବ। ପାରିବାରିକ ସମ୍ପର୍କ ମଜବୁତ ହେବ। ସାମାନ୍ୟ ପରିଶ୍ରମ କରି ଆପଣ ନିଜର ଲକ୍ଷ୍ୟକୁ ସହଜରେ ହାସଲ କରିପାରିବେ।
ଧନୁ: ଯଦି ପରୀକ୍ଷା କିମ୍ବା ପ୍ରତିଯୋଗିତା ମାଧ୍ୟମରେ ଆପଣ ଚାକିରି ଖୋଜୁଛନ୍ତି, ତେବେ ଜିନିଷ ଆପଣଙ୍କ ସପକ୍ଷରେ ରହିବ। ଚାକିରିରେ ଥିବା ବ୍ୟକ୍ତିମାନେ ନିଜକୁ ସଫଳତାର ସିଡ଼ିରେ ପାଇବେ।
ମକର: ଆଜି ଆପଣ ନିଜକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଅନୁଭବ କରିବେ। ଆପଣଙ୍କ ଭିତରେ ନେତୃତ୍ୱ ନେବାର ଏକ ବିଶେଷ କ୍ଷମତା ରହିଛି। ଆଜି ପାରିବାରିକ ସମସ୍ୟାରେ ମନ ବିଚଳିତ ରହିପାରେ।
କୁମ୍ଭ: ଆଜି ଆପଣଙ୍କ ଦିନ ବଢ଼ିଆ ରହିବ। କାର୍ଯ୍ୟ ସହ ଜଡିତ କିଛି ବଡ ଚ୍ୟାଲେଞ୍ଜ ଆପଣଙ୍କ ସାମ୍ନାକୁ ଆସିବ। ଏଥିସହ ଆପଣ ଏଥିରେ ସଫଳ ମଧ୍ୟ ହେବେ। ଘରର ପରିବେଶ ସୁଖମୟ ରହିବ।
ମୀନ: ଆଜି ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ। ଆପଣ ଜଟିଳ ସମସ୍ୟାର ସମାଧାନ ପାଇବେ। ବିଦେଶୀ ସଂଯୋଗରୁ ଆପଣ ବହୁତ ଲାଭବାନ୍ ହେବେ।